ଫୁଟବଲ କୋଚ ହେବେ ଡେଜି , ମିଳିଲା ଏହି ଅଫର୍‌

ଫୁଟବଲ କୋଚ ହେବେ ଡେଜି। କିନ୍ତୁ କୌଣସି ଫୁଟବଲ ଟିମ୍‌ ପାଇଁ ନୁହେଁ ବରଂ ଫିଲ୍ମ ପାଇଁ। ଅଭିନେତ୍ରୀ ଡେଜି ଶାହ ଏବେ ପରଦାରୁ ଗାଏବ ରହିଛନ୍ତି। ଡେଜି ‘ଗୁଜରାଟ ଇଲେଭନ’ ନାମକ ଏକ ଫିଲ୍ମରେ ଫୁଟବଲ କୋଚ ଭାବେ ନଜର ଆସିବେ। ଏହି ଫିଲ୍ମରେ ଡେଜି ଶାହଙ୍କ ପ୍ରଥମ ଲୁକକୁ ସଲମାନ ଖାନ ଜାରି କରିଛନ୍ତି। ଏହି ଫିଲ୍ମ ଆସନ୍ତା ବର୍ଷ ନଭେମ୍ବରରେ ରିଲିଜ ହେବ। ଫିଲ୍ମ ‘ରେସ ୩ ’ ପରେ ଡେଜି କୁଆଡେ ଗାଏବ ହୋଇଯାଇଥିଲେ। ଫିଲ୍ମର ଟିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଛନ୍ତି।

ଏହାସହ ପଢ଼ନ୍ତୁ ; ‘ମୁନ୍ନି ବଦ୍‌ନାମ ହୁଇ’ ପରେ ଇଣ୍ଟରନେଟରେ ଧମାଲ କରୁଛି ‘ମୁନ୍ନା ବଦ୍‌ନାମ ହୁଆ’, ଦବଙ୍ଗ ୩ର ଚତୁର୍ଥ ଗୀତ ରିଲିଜ୍‌

daisy

ଏହି ଫିଲ୍ମ ଗୁଜରାଟୀ ଭାଷାରେ ନିର୍ମାଣ ହେଉଥିବା ପ୍ରଥମ ସ୍ପୋର୍ଟସ ଫିଲ୍ମ। ଏହି ଫିଲ୍ମରେ ଡେଜି ଶାହଙ୍କ ସହିତ ପ୍ରତୀକ ଗାନ୍ଧୀ ଏବଂ କୋବିନ ଦେବ ମୁଖ୍ୟ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ହିଟ୍‌ ହେବ ବୋଲି ଡେଜି ମନରେ ଆଶା ରଖିଛନ୍ତି। ଏହି ଫିଲ୍ମରେ ନିଜ ଭୂମିକା ପାଇଁ ଡେଜି ଲଗାତାର ଦୁଇମାସ ପର୍ଯ୍ୟନ୍ତ ଫୁଟବଲ ଖେଳିବା ଅଭ୍ୟାସ କରିଛନ୍ତି। ସ୍ପୋର୍ଟସ ଫିଲ୍ମ କରିବା ସହଜ ନୁହେଁ। ଫିଲ୍ମର ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମୋତେ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ କରିବା ପାଇଁ ବେଶ୍‌ ପରିଶ୍ରମ କରିଛନ୍ତି। ଫିଲ୍ମକୁ ନେଇ ଡେଜି ଉତ୍ସାହିତ ରହିଛନ୍ତି।

Leave A Reply

Your email address will not be published.