ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ୨ ବର୍ଷ ଭୋଗିବେ ଜେଲ୍‌

ପଞ୍ଜାବର ଲୋକପ୍ରିୟ କଣ୍ଠଶିଳ୍ପୀ ଦଲେର ମେହେନ୍ଦୀ ଗିରଫ। ୨୦୧୮ ମସିହାରେ ମାନବ ଚାଲାଣ କେସ୍‌ରେ ତାଙ୍କୁ ୨ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଥିଲା। ଏହାକୁ ସେ ଚ୍ୟାଲେଞ୍ଜ କରିଥିଲେ। ଆଜି ଏହି ମାମଲାର ଶୁଣାଣି ବେଳେ ପଞ୍ଜାବର ପଟିଆଲା କୋର୍ଟ ଦଲେର ମେହେନ୍ଦୀଙ୍କ ୨ ବର୍ଷ ଜେଲ ଦଣ୍ଡକୁ କାଏମ୍‌ ରଖିଛନ୍ତି। ଫଳରେ ଜେଲ ଯାଇଛନ୍ତି ଏହି ଲୋକପ୍ରିୟ କଣ୍ଠଶିଳ୍ପୀ।

ଶୁଣାଣି ପରେ ଦଲେର ମେହେନ୍ଦୀଙ୍କୁ ତୁରନ୍ତ ଗିରଫ କରାଯାଇଛି। ଗିରଫ ପରେ ଦଲେରଙ୍କୁ ମେଡିକାଲ ଚେକ୍‌ ଅପ୍‌ ପାଇଁ ହସ୍ପିଟାଲ ନିଆଯାଇଛି। ସେଠାରୁ ତାଙ୍କୁ ଜେଲ ପଠାଯିବ।

ସୂଚନାଯୋଗ୍ୟ ଯେ ୨୦୦୩ ମସିହାରେ ଦଲେର ମେହେନ୍ଦୀଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ତାଙ୍କ ଉପରେ ବେଆଇନ୍‌ ଭାବେ ବିଦେଶକୁ ମାନବ ଚାଲାଣ କରୁଥିବା ନେଇ ଆରୋପ ଲାଗିଥିଲା। କୁହାଯାଉଛି ଯେ ଏମିତି ମଣିଷ ଚାଲାଣ କରି ଦଲେର ମେହେନ୍ଦୀ ମୋଟା ଅଙ୍କର ଟଙ୍କା ରୋଜଗାର କରୁଥିଲେ। ଏହି କାମରେ ତାଙ୍କୁ ତାଙ୍କ ଭାଇ ମଧ୍ୟ ସାହାଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା।

Also Read: ଡେଲିଭରି ବେଳେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର, ସିକ୍ରେଟ୍‌ କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.