ଗୁରୁ ଗୋବିନ୍ଦା ଏବଂ ମାଧୁରୀ ଦିକ୍ଷିତଙ୍କ ସହ ମିଶି ଠୁମକା ଲଗାଇଲେ ଡ଼୍ଯାନ୍ସିଂ ଅଙ୍କଲ  

ମୁମ୍ବାଇ : କିଛି ଦିନ ହେବ ସୋସିଆଲ ମିଡ଼ିଆରେ ଡ଼ବୁ ଅଙ୍କଲ ନାମରେ ଚହଳ ସୃଷ୍ଟି କରିଥିବା ଅଧ୍ୟାପକ ସଂଞ୍ଜିବ ଶ୍ରୀବାସ୍ତବଙ୍କୁ ଏବେ ବିଭିନ୍ନ ପ୍ରକାରର ରିଆଲିଟି ସୋରେ ଦେଖିବାକୁ ମିଳଛି । ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କ ଭଳି ନାଚ କରିବା ସହ ତାଙ୍କୁ ପିଲାଟିବେଳୁ ନିଜର ଗୁରୁ ମାନିଛନ୍ତି ସଂଞ୍ଜୀବ । ନିକଟରେ କିନ୍ତୁ ତାଙ୍କ ସ୍ବପ୍ନ ସାକାର ହୋଇଥିଲେ  ଯେତେବେଳେ ସଂଞ୍ଜୀବ  ଡ଼୍ଯାନ୍ସ ରିଆଲିଟି ସୋ ଡ଼୍ଯାନ୍ସ ଦିୱାନାରେ ତାଙ୍କର ପ୍ରେରଣା ତଥା ଗୁରୁ ଅଭିନେତା ଗୋବିନ୍ଦାଙ୍କ ସହତ ଦେଖା କରିଥିଲେ । ଗୋବିନ୍ଦାଙ୍କୁ ଦେଖି ଭାବପ୍ରବଣ ହୋଇ ସଂଞ୍ଜୀବ ତାଙ୍କ ପାଦ ତଳେ ପଡ଼ି କାନ୍ଦ ପକାଇଥିଲେ ।

indiatvnews.com

କଲର୍ସ ଚ୍ଯାନେଲ୍ ରେ ପ୍ରସାରିତ ଡ଼୍ଯାନ୍ସ ଦିୱାନେ ରିଆଲିଟି ସୋ ରେ ବଲିଉଡ୍ ଅଭିନେତା ଗୋବିନ୍ଦାଙ୍କୁ ଅତିଥି ଭାବେ ଡ଼କା ଯାଇଥିବା ବେଳେ ସେଠାରେ ଇଣ୍ଟରନେଟ ନେନ୍ସସନାଲ୍ ପାଲଟିଥିବା ଡ଼ବୁ ଅଙ୍କଲଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିଲା । ଡ଼ବୁ ଅଙ୍କଲ ଓରଫ୍ ସଂଞ୍ଜିବ ଶ୍ରୀବାସ୍ତବ ନିଜ ସାମ୍ନାରେ ନିଜର ପ୍ରେରଣା ଗୋବିନ୍ଦାଙ୍କୁ ପାଇ ତାଙ୍କ ପାଦ ତଳେ ପଡ଼ି କାନ୍ଦିପକାଇବା ସହ ଗୋବିନ୍ଦାଙ୍କ ସାଥିରେ ମେ ସେ ମୀନା ଗୀତରେ ନାଚ କରିଥିଲେ । ଏଥିରେ ତାଙ୍କ ସହିତ ସୋର ବିଚାରକ ମାଧୁରୀ ଦିକ୍ଷିତ ଏବଂ ଡ଼ବୁଙ୍କ ସ୍ତ୍ରୀ ମଧ୍ୟ ନାଚ କରିଥିଲେ ।

ବିବାହରେ ନାଚ କରୁଥିବା ସମୟର ଏକ ଭିଡ଼ିଓ ଫେସବୁକ୍ ରେ ଶେୟାର ହେବା ପରେ ରାତାରାତି ଇଣ୍ଟରନେଟ୍ ରେ ଭାଇରାଲ ହୋଇଥିଲେ ସଂଞ୍ଜିବ ଶ୍ରୀବାସ୍ତବ ଓରଫ୍ ଡ଼ବୁ ଅଙ୍କଲ୍ । ତାଙ୍କ ନାଚକୁ ଗୋବିନ୍ଦାଙ୍କ  ସହ ତୁଳନା କରାଯିବା ସହ ତାଙ୍କୁ ଅନେକ ଚଳଚ୍ଚିତ୍ର ଏବଂ ରିଆଲିଟି ସୋରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରାଯାଇଥିଲା । ସୂଚନା ଅନୁଯାୟୀ ଡ଼ବୁଙ୍କୁ ସୁନିଲ୍ ସେଠୀଙ୍କ ହେରାଫେରୀ ୩ ଚଳଚ୍ଚିତ୍ର ରେ ଅଭିନୟ ପାଇଁ ଅଫର ମିଳିଛି। ଏଥସହ ଅନେକ ବିଜ୍ଞାପନରେ ମଧ୍ୟ ଅଫର ମିଳିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.