ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

‘ଦଙ୍ଗଲ’ରେ ଗୀତା ଫୋଗାଟଙ୍କ ପିଲା ବେଳର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ । ଜାୟରା ନିଜେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ସହିତ ନିଜ ଦୁଃଖକୁ ସେୟାର କରିଛନ୍ତି ।
ଫଟୋ ସେୟାର କରି ଜାୟରା କହିଛନ୍ତି, ମୋ ପତା ଜାହିଦ ଓ୍ଵାସିମଙ୍କ ପରଲୋକ ହୋଇଛି, ସମସ୍ତେ ଆଲ୍ଲାଙ୍କୁ ପ୍ରାର୍ଥନା କରନ୍ତୁ । ଆଲ୍ଲା ତାଙ୍କୁ ରକ୍ଷା କରନ୍ତୁ । ତାଙ୍କ ଭୁଲକୁ କ୍ଷମା କରି ତାଙ୍କର ଆଗାମୀ ଯାତ୍ରାକୁ ସହଜ କରନ୍ତୁ । ଆମେ ସମେସ୍ତ ଆଲ୍ଲାଙ୍କ ସନ୍ତାନ ଏବଂ ସମସ୍ତଙ୍କୁ ଗୋଟେ ନା ଗୋଟେ ଦିନ ତାଙ୍କ ପାଖକୁ ଯିବାକୁ ପଡିବ ।

ବଲିଉଡର ସୁପରହିଟ୍ ଫିଲ୍ମ ଆମିର ଖାନଙ୍କ ‘ଦଙ୍ଗଲ’ରେ ଅଭିନୟ କରି ଜାୟରା ରାତାରାତି ଷ୍ଟାର ପାଲଟି ଯାଇଥିଲେ । ଏହାପରେ ସେ ‘ସିକ୍ରେଟ ସୁପରଷ୍ଟାର’ ଓ ‘ଦ ସ୍କାଏ ଇଜ ପିଙ୍କ’ ଫିଲ୍ମରେ ଅଭିନୟ କରିଥିଲେ । ଜାୟରାଙ୍କ ୬୪ ତମ ନ୍ୟାସନାଲ ଆଓ୍ଵାର୍ଡରେ ଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ ଆଓ୍ଵାର୍ଡ ମିଳିଥିଲା । ତେବେ ଜାୟରା ମାତ୍ର ୩ଟି ଫିଲ୍ମ କରି ୨୦୧୯ରେ ବଲିଉଡ ଇଣ୍ଡଷ୍ଟ୍ରୀକୁ ବାଏ ବାଏ କରିଥିଲେ । ତେନେ ନିଜ ଧର୍ମ ଯୋଗୁଁ ଜାୟରା ଏଭଳି ନିଷ୍ପତ୍ତି ନେଇଥିଲେ ।

ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଜାୟରା ଲେଖିଥିଲେ ୫ ବର୍ଷ ପୂର୍ବେ ମୁଁ ଏମିତି ଏକ ନିଷ୍ପତ୍ତି ନେଇଥିଲି ଯାହା ମୋର ଜୀବନର ଗତିପଥକୁ ବଦଳାଇ ଦେଇଥିଲା । ମୁଁ ବଲିଉଡରେ ପାଦ ରଖିଲି ଆଉ ଲୋକପ୍ରିୟତାର ରାସ୍ତା ମୋ ପାଇଁ ଖୋଲିଗଲା । ଧୀରେ ଧୀରେ ଯୁବପିଢିଙ୍କ ରୋଲ ମଡେଲ୍ ମଧ୍ୟ ହୋଇଗଲି । ତେବେ ୫ ବର୍ଷର ଅଭିନୟରେ ପାଇଥିବା ପରିଚୟରେ ଖୁସି ନାହିଁ ମୁଁ । ଯଦିଓ ମୁଁ ଏଠି ଫିଟ୍ ହେଉଛି କିନ୍ତୁ ମୁଁ ଏଠାକାର ନୁହେଁ । ଏହା ଧାର୍ମିକ ଭାବନାକୁ ଆଘାତ ଦେଉଛି । ଅଭିନେତ୍ରୀ ହେବା କାରଣରୁ ମୁଁ ଇସଲାମଠାରୁ ଦୂରେଇ ଯାଉଛି । ତେଣୁ ବଲିଉଡରୁ ମୁଁ ସମସ୍ତ ସମ୍ପର୍କ ଭାଙ୍ଗୁଛି ।

ସୂଚନାଯୋଗ୍ୟ, ୨୦୧୭ରେ ଅଭିନେତ୍ରୀ ଜାୟରା ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ବେଳେ ବିମାନ ଭିତରେ ଅସଦାଚରଣର ଶିକାର ହୋଇଥିଲେ । ଯାହା ବିଷୟରେ ସେ ନିଜେ ସୋସିଆଲ ମିଡିଆରେ ଭିଡିଓ ସେୟାର କରି ଜଣାଇଥିଲେ । ତାଙ୍କ ପଛରେ ବସିଥିବା ବିକାଶ ନାମକ ଜଣେ ବ୍ୟକ୍ତି ତାଙ୍କ ସହିତ ଖରାପ ବ୍ୟବହାର କରିଥିଲେ । ସେ ବିମାନ କ୍ର୍ୟୁ ମେମ୍ବରଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସହଯୋଗ ମିଳିନଥିଲା । ତେଣୁ ସେ ଏଫଆଇଆର ଦେଇଥିଲେ । ଏହାପରେ ପୋକସୋ ଆକ୍ଟ ଅନୁଯାୟୀ ବିକାଶକୁ ଦଣ୍ଡିତ କରାଯାଇଥିଲା । ସେତେବେଳେ ଅଭିନେତ୍ରୀଙ୍କୁ ୧୭ ବର୍ଷ ବୟସ ହୋଇଥିଲା ।

You might also like