ଯେତେବେଳେ ୨୦୦ କିଲୋ ଓଜନର ରେସଲରକୁ ରିଙ୍ଗ୍ ବାହାରକୁ ଫିଙ୍ଗି ଦେଇଥିଲେ ଦାରା ସିଂହ ! ଜାଣନ୍ତୁ କଣ ହେଲା ତାପରେ . . .

ରମାନନ୍ଦ ସାଗରଙ୍କ ରାମାୟଣରେ ଭଗବାନ ହନୁମାନଙ୍କ ଚରିତ୍ରରେ ଅଭିନୟ କରିଥିବା ଦାରା ସିଂହଙ୍କୁ କେଉଁ ଭାରତୀୟ ବା ନଜାଣେ । ବଡ଼ ବଡ଼ ପହିଲମାନ୍ ମାନଙ୍କୁ ଆଖଡାରେ ଧୂଳି ଚଟାଇଥିବା ଦାରା ସିଂହ ରୁସ୍ତମ-ଏ-ହିନ୍ଦ ନାଁରେ ପରିଚିତ । ତେଣୁ ରେସଲିଙ୍ଗ୍ ଇତିହାସରେ ଦାରା ସିଂହଙ୍କ ନାଁ ବେଶ୍ ଇଜ୍ଜତର ସହ ସ୍ମରଣ କରାଯାଏ । ସେ ରେସଲିଙ୍ଗ୍ ଦୁନିଆଁରେ ଏମିତି ଇତିହାସ ରଚିଛନ୍ତି ଯାହାକୁ କୌଣସି ଭାରତୀୟ ଭୁଲିପାରିବ ନାହିଁ । ଆଜି ହେଉଛି ଏହି ପ୍ରସିଦ୍ଧ ପହିଲମାନ ଦାରା ସିଂହଙ୍କ ଶ୍ରାଦ୍ଧବାର୍ଷିକ । ଦାରା ସିଂହଙ୍କ ଦେହାନ୍ତ ୮୩ ବର୍ଷ ବୟସରେ ୧୨ ଜୁଲାଇ ୨୦୧୨ରେ ହୋଇଥିଲା । ତେବେ ଦାରା ସିଂହଙ୍କୁ ନେଇ ଅନେକ ଅଜଣା କଥା ଅଛି ଯାହା ଆଜି ବି ସମସ୍ତଙ୍କୁ ଅଜଣା ।

୧୯୨୮ରେ ପଂଜାବର ଅମୃତସର ଦାରା ସିଂହଙ୍କ ପୁରା ନାଁ ଦାରା ସିଂହ ରନ୍ଧୱା । ପିଲାବେଳୁ ହିଁ ରେସଲିଙ୍ଗରେ ଦାରା ସିଂହଙ୍କର ରୁଚି ଥିଲା । ୧୯୪୭ରେ ସିଙ୍ଗାପୁରରେ ମଲେସିୟାଇ ଚାମ୍ପିୟନ ତରଲୋକ ସିଂହଙ୍କ ହରାଇ ନିଜ ବିଜୟ ଯାତ୍ରା ଆରମ୍ଭ କରିଥିଲେ ଦାରା ସିଂହ ।

୧୯୫୪ରେ ଦାରା ସିଂହ ଭାରତୀୟ କୁସ୍ତି ଚାମ୍ପିୟନସିପର ବିଜେତା ହୋଇଥିଲେ । ତେବେ ଦାରା ସିଂହଙ୍କ ନାଁ ପାଟିକୁ ଆସିବା ପୂର୍ବରୁ ବିଶ୍ବ ଚାମ୍ପୟନ କିଙ୍ଗ୍ କଙ୍ଗଙ୍କ ସହ ହୋଇଥିବା ତାଙ୍କ କୁସ୍ତି ମନକୁ ଆସିଯାଏ । ଏହି ମୁକାବିଲା ପରେ ରାତାରାତି ସୁପରଷ୍ଟାର ପାଲଟିଯାଇଥିଲେ ଦାରା ସିଂହ ।

କୁହାଯାଏ ପ୍ରାୟ ୨୦୦ କିଲୋ ଓଜନର କିଙ୍ଗ୍ କଙ୍ଗକୁ ରିଙ୍ଗରୁ ବାହାରକୁ ଫିଙ୍ଗି ଦେଇଥିଲେ ଦାରା ସିଂହ । ଆଉ କିଙ୍ଗ୍ କଙ୍ଗକୁ ହରାଇବା ପରେ ଦାରା ସିଂହଙ୍କୁ ରୁସ୍ତମ – ଏ – ହିନ୍ଦ୍ ଦର୍ଜା ମିଳିଥିଲା । ଏହା ଏମିତି ଏକ ରେକର୍ଡ ଯାହାକୁ ଆଜି ଯାଏଁ କେହି ପାର କରି ପାରିନାହାଁନ୍ତି ।

ଦାରା ସିଂହ ପ୍ରାୟ ୫୦୦ କୁସ୍ତି ଲଢିଛନ୍ତି ଏବଂ ସବୁଥିରେ ବିଜୟ ହାସଲ କରିଛନ୍ତି । ୧୯୮୩ ରେ ୫୫ ବର୍ଷ ବୟସରେ ସେ କୁସ୍ତିରୁ ସେ ସନ୍ୟାସ ନେଇଥିଲେ । ଆଖଡାରେ ପ୍ରାୟ ୩୬ ବର୍ଷ ରାଜୁତି କରିଥିଲେ ଦାରା ସିଂହ । ସର୍ବଦା ଅପରାଜେୟ ରହିଥିବା ଦାରା ସିଂହଙ୍କ ନାଁ ଓଜୋରର୍ବର ନ୍ୟୁଜ୍ ଲେଟର୍ ହଲ୍ ଅଫ୍ ଫେମ୍ ଆୱାର୍ଡ ମିଳିଥିଲା । ୨୦୦୩ରୁ ୨୦୦୯ ପର୍ଯ୍ୟନ୍ତ ରାଜ୍ୟସଭା ସାଂସଦ ଥିଲେ ଦାରା ସିଂହ ।

କୁସ୍ତି ବ୍ୟତୀତ ସିନେମାରେ ଆକ୍ସନ୍ ହିରୋ ଭାବରେ ମଧ୍ୟ ସୁପରହିଟ୍ ଦାରା ସିଂହ । ତାଙ୍କୁ ଦେଶର ପ୍ରଥମ ହି ମ୍ୟାନ୍ କୁହାଯାଏ । ଦାରା ସିଂହଙ୍କ ପ୍ରଥମ ସିନେମା ’ସଙ୍ଗଦିଲ୍’ ୧୯୫୨ରେ ଆସିଥିଲା । ପ୍ରାୟ ୧୧୫ଟି ସିନେମାରେ ଅଭିନୟ କରିଛନ୍ତି ଦାରା ସିଂହ ।

ଦୁରଦର୍ଶନରେ ପ୍ରସାରିତ ରାମାୟଣରେ ହନୁମାନ ଭୂମିକାରେ ପ୍ରସିଦ୍ଧ ଥିଲେ । ଦାରା ସିଂହଙ୍କ ଶେଷ ସିନେମା ଥିଲା ’ଜବ୍ ୱି ମେଟ୍’ ଥିଲା । ଯେଉଁଥିରେ ସେ କରୀନା କପୁରଙ୍କ ଜେଜେଙ୍କ ଭୂମିକାରେ ଅଭିନୟ କରିଥିଲେ  ।

 

KNews Bureau

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

5 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

7 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

48 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

1 hour ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

1 hour ago