ମନୋରଂଜନ

ବର୍ଷରେ ୪ ମୁଭି ହେଲା ନାହିଁ ହିଟ୍, ଅପକମିଙ୍ଗ ଫିଲ୍ମ ପାଇଁ ଫିସ୍ କମ କରିବେ ଡାସିଙ୍ଗ୍ ଷ୍ଟାର ଅକ୍ଷୟ !

ମୁମ୍ବାଇ: ବଲିଉଡର ସବୁଠାରୁ ଆକ୍ଟିଭ ଷ୍ଟାରଙ୍କ ଭିତରେ ଅକ୍ଷୟ କୁମାରଙ୍କୁ ଗଣାଯାଏ। ସବୁବେଳେ ନିଜକୁ ବ୍ୟସ୍ତ ରଖନ୍ତି ଏହି ଡାସିଙ୍ଗ୍ ଆକ୍ଟର । ଏମିତି କୌଣସି ସମୟ ନାହିଁ ଯେଉଁଥିରେ ଅକ୍ଷୟ କୁମାର ନିଜକୁ ଆକ୍ଟିଭ୍ ରଖନ୍ତି ନାହିଁ। ସେ ସକାଳୁ ଉଠନ୍ତି ଓ ସମୟ ଅନୁସାରେ କାମକୁ ବାହାରିପଡିନ୍ତି। ଏହା ସହିତ ପରିବାର ସହ କ୍ୟାଲିଟ ଟାଇମ ସ୍ପେଣ୍ଟ କରିବାପାଇଁ ସମୟ ବାହାରି କରନ୍ତି। ବର୍ଷସାରର ଏହି ଅଭିନେତାଙ୍କର ଚାରିରୁ ପାଞ୍ଚ ଫିଲ୍ମ ଆସୁଥାଏ। ଯାହାକୁ ନେଇ ଅନେକ ଥର ବିଭିନ୍ନ ପ୍ରଶ୍ନର ସାମ୍ନା କରିଛନ୍ତି ଷ୍ଟଣ୍ଟ ଷ୍ଟାର ଅକ୍ଷୟ। ଏବେ ସମସ୍ତଙ୍କୁ ସେ ଏହାର ଉତ୍ତର ଦେଇଦେଇଛନ୍ତି।

ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକ୍ଷୟ କହିଛନ୍ତି ସୋସିଆଲ ମିଡିଆରେ ମୋ ଅଧିକ କାମକରିବା ନେଇ ପ୍ରଶ୍ନ କାହିଁକି ଉଠାଯାଉଛି ମୁଁ ମୁଝିପାରୁନାହିଁ। ଯଦି ଅଧିକା କାମ କରୁଛି ତେବେ ଅନ୍ୟମାନଙ୍କୁ ଏହା କେଉଁ ପ୍ରକାର ଅସୁବିଧାରେ ପକାଉଛି?

ଏହା ସହିତ ସେହି କାର୍ଯ୍ୟକ୍ରମରେ ଅକ୍ଷୟଙ୍କୁ ପଚରାଯାଇଥିଲା ଯେ ବର୍ଷରେ ଆପଣ କାହିଁକି ୪-୫ ସିନେମା ପ୍ରସ୍ତୁତ କରନ୍ତି? ଏହାର ଉତ୍ତର ରଖିବାକୁ ଯାଇ ଅକ୍ଷୟ କହିଥିଲେ ମୋତେ ଗୋଟେ କଥା କୁହନ୍ତୁ ଏମିତି କିଏ ଅଛନ୍ତି କୁହନ୍ତୁ ନିଜ ପିଲାଙ୍କୁ ପଚାରିଛନ୍ତି କାହିଁକି ଏତେ କାମ କରୁଛନ୍ତି ବେଲି? ଲୋକ ପଚାରନ୍ତି ଏତେ ଜୁଆ କାହିଁକି ଖେଳୁଛୁ? ଏତେ ପିଉଛୁ କାହିଁକି? କିନ୍ତୁ କିଏ ଯଦି ଅଧିକ କାମ କରୁଛି ତେବେ କିଏ ପଚାରୁଛି?

ଅକ୍ଷୟ କହିଛନ୍ତି ବର୍ଷସାରା ସେ ୪ଟା ଫିଲ୍ମ କରୁଛନ୍ତି ଓ ଆଗକୁ ବି କରିବେ। ସେ ଏହା ମଧ୍ୟ କହିଛନ୍ତି ମୁଁ ୪ଟା ଫିଲ୍ମ କରିବା ସହ ବିଜ୍ଞାପନ ବି କରୁଛି। କିନ୍ତୁ ମୁଁ କହା କାମ ଚୋରି କରୁନାହିଁ। ଗଣମାଧ୍ୟମର ଲୋକେ ମୋତେ କାହିଁକି ପ୍ରଶ୍ନ କରୁଛନ୍ତି ଆପଣ ଜଲଦି କଣ ପାଇଁ ଉଠୁଛନ୍ତି? କିନ୍ତୁ ସକାଳ ତ ଉଠିବା ପାଇଁ ହିଁ ହୋଇଥାଏ ନା?
ଆହୁରି ମଧ୍ୟ ଅକ୍ଷୟ କହିଛନ୍ତି ମୋତେ ଆହୁରି ପଚାରୁଛନ୍ତି ଜଲଦି କାହିଁକି ଶୋଉଛନ୍ତି? ସେ ବୋକାମାନେ ବୁଝିପାରୁନାହାନ୍ତି ରାତିରେ ମଣିଷ ଶୋଇଥାଏ। ଅକ୍ଷୟ କହିଛନ୍ତି ମୋତେ ବୁଝାପଡୁନାହିଁ ମୁଁ କଣ ଭୁଲ କରୁଛି? ମୁଁ କାମ କରିବି , କିଏ କରିବ ନାହିଁ ଯଦି ତା ପାଖରେ ସୁାଯୋଗ ଅଛି? ମୁଁ ୪ ଫିଲ୍ମ କରିବି। ମୁଁ ୫୦ ଦିନ ଦେବି ଆଉ ଅବଶ୍ୟକ ପଡିଲେ ୯୦ ଦିନରେ ଦେବି।

କାର୍ଯ୍ୟକ୍ରମରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ପ୍ରଶ୍ନ ପଚରାଯାଇଥିଲା। ପଚାରାଯାଇଥିଲା ୨୦୨୨ରେ ଅକ୍ଷୟଙ୍କ ସହ ହିନ୍ଦୀ ସିନେମା ପାଇଁ ଭଲ ନଥିଲା। ଅକ୍ଷୟଙ୍କ ଚାରି ସିନେମା ଗୋଟିଏ ବର୍ଷରେ ରିଲିଜ ହେଲା କିନ୍ତୁ ଭଲରେ ଚାଲିପାରିଲା ନାହିଁ। ଏହା ବ୍ୟତିତ ଅନେକ ଫିଲ୍ମୀ ମଧ୍ୟ ଏହି ବର୍ଷ ଆସି ଡୁବି ଯାଇଛି। ତ ଏମିତି କହିଁକି?
ଉତ୍ତରରେ ଅକ୍ଷୟ କହିଥିଲେ ମୁଁ କହୁଛି କି ସମୟ ବଦଳି ଯାଇଛି। ଦର୍ଶକ ହଲରେ ସିନେମା ଦେଖିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଆଉ ଏହା ଆମର ଭୁଲ, ଦର୍ଶକଙ୍କ ନୁହେଁ। ଆମକୁ ଏସବୁ ପୁଣିଥରେ ଚିନ୍ତା କରିବା ଓ ଆରମ୍ଭ କରିବା ଆବଶ୍ୟକ । ଅକ୍ଷୟ ଏହା ମଧ୍ୟ କହିଛନ୍ତି କରୋନା ପରେ ସବୁ କିଛି ବଦଳି ଯାଇଛି। ସବୁ କିଛି ମାନ୍ଦା ଅବସ୍ଥାରେ ଚାଲିଛି। ଏହା ଅର୍ଥ ସେ ନିଜର ଫିସ୍ କମ କରିବାକୁ ପଡିବ। ଏଥିରେ କେବଳ ଏକ୍ସପୋର୍ଟଙ୍କର ନୁହେଁ ବାକି ପ୍ରଡ୍ୟୁସରଙ୍କର ବି ଏବିଷୟରେ ଚିନ୍ତା କରିବାର ଆବଶ୍ୟକତା ରହିଛି।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

11 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

21 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

33 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

40 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

41 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

59 mins ago