ଦ୍ୱିତୀୟ ଥର ପାଇଁ ମା’ ହେଲେ ଦୟାବେନ୍‌ ଓରଫ୍‌ ଦିଶା ବକାନୀ, ଶୋ’କୁ ଫେରୁଥିବା ନେଇ ହେଉଥିଲା ଚର୍ଚ୍ଚା

ପୁଣିଥରେ ମା’ ହୋଇଛନ୍ତି ତାରକ ମେହେତା କା ଉଲ୍‌ଟା ଚଷମାର ଚର୍ଚ୍ଚିତ ଅଭିନେତ୍ରୀ ଦୟା ବେନ୍‌ ଓରଫ୍‌ ଦିଶା ବକାନୀ। ଦିଶା ନିଜ ଦ୍ୱିତୀୟ ସନ୍ତାନ ଜନ୍ମ ଦେଇଛନ୍ତି। ଏବେ ତାଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଛି। ଏହି ଖୁସି ଖବର ତାଙ୍କ ଭାଇ ମୟୂର ବକାନୀ ଦେଇଛନ୍ତି। ମୟୂର କହିଛନ୍ତି- ସେ ପୁଣିଥରେ ମାମୁ ହୋଇଛନ୍ତି। ଆଉ ଏଥରକ ତାଙ୍କର ଏକ ଭଣଜା ହୋଇଛି।ସୂଚନାଯୋଗ୍ୟ ଯେ ୨୦୧୭ ମସିହାରେ ଦିଶା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ପିଲାର ଯତ୍ନ ନେବାକୁ ତଥା ପରିବାରର ସେବା କରିବାକୁ ସେ ଶୋ’ ଛାଡ଼ିଥିଲେ।

ଗଣମାଧ୍ୟମ ସହ କଥା ହେବା ବେଳେ ମୟୂର କହିଛନ୍ତି, ତାଙ୍କ ଭଉଣୀ ଦିଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ଏ ନେଇ ସେ ଖୁବ୍‌ ଖୁସି ଓ ଉତ୍ସାହିତ ଅଛନ୍ତି। ସେ ପୁଣିଥରେ ମାମୁ ହୋଇଛନ୍ତି। ୨୦୧୭ରେ ଦିଶା ଏକ କନ୍ୟା ଜନ୍ମ ଦେଇଥିଲେ ଓ ଏବେ ପୁଶି ଥରେ ସେ ମା’ ବନିଛନ୍ତି। ଫଳରେ ସେ ପୁଣିଥରେ ମାମୁ ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ବୋଲି କହିଛନ୍ତି ମୟୂର ବକାନୀ। ପ୍ରକାଶ ଯେ ମୟୂର ମଧ୍ୟ ତାରକ ମେହେତା କା ଉଲ୍‌ଟା ଚଷମାରେ ଦୟାଙ୍କ ଭାଇ ସୁନ୍ଦର ଭୂମିକାରେ ଅଭିନୟ କରୁଛନ୍ତି।

ସୂଚନାଯୋଗ୍ୟ ଯେ ଟିଭି ଇଣ୍ଡଷ୍ଟ୍ରୀର ସବୁଠୁ ଲୋକପ୍ରିୟ ଶୋ’ ହେଉଛି ତାରକ ମେହେତା କା ଉଲ୍‌ଟା ଚଷମା। ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ, ସମସ୍ତେ ଏହି ସିରିୟଲକୁ ଖୁବ୍‌ ପସନ୍ଦ କରିଥାନ୍ତି। ବିଗତ ୧୩ ବର୍ଷ ଧରି ଏହି ଶୋ’ ଦର୍ଶକଙ୍କୁ ହସାଇବା ସହ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଜେଠାଲାଲ୍‌, ବାପୁଜୀ, ତାରକ ମେହେତା ପ୍ରମୁଖ କଳାକାରଙ୍କ ମଧ୍ୟରେ ଦିଶା ହିଁ ଜଣେ ଏମିତି ବ୍ୟକ୍ତିତ୍ୱ ଯିଏ ଗତ ୪ ବର୍ଷ ହେଲାଣି ଶୋ’ରୁ ଗାଏବ ଥିଲେ ମଧ୍ୟ ଦର୍ଶକ ଏବେ ବି ତାଙ୍କୁ ମନେ ରଖିଛନ୍ତି। ସେ ଦୟାବେନ୍‌ ଭାବେ ଦର୍ଶକଙ୍କ ମନୋରଞ୍ଜନ କରିଆସୁଥିଲେ। କିନ୍ତୁ ଗତ ୪ ବର୍ଷ ହେଲାଣି ସେ ଆଉ ନଜର ଆସୁ ନାହାନ୍ତି।

କିନ୍ତୁ କୁହାଯାଉଥିଲା ଯେ ତାରକ ମେହେତା କା ଉଲ୍‌ଟା ଚଷମାକୁ ପୁଣି ଫେରୁଛନ୍ତି ଦିଶା ବକାନୀ ଓରଫ୍‌ ଦୟା। ଏ ନେଇ ଶୋ’ର ନିର୍ମାତା ଅସିତ ମୋଦି ସୂଚନା ଦେଇଥିଲେ। ଅସିତ୍‌ ମୋଦି କହିଥିଲେ – ଦୟାବେନ୍‌ ଭୂମିକାକୁ ପୁଣି ଥରେ ନ ଫେରାଇ ଆଣିବାକୁ ଆମ ପାଖରେ କିଛି କାରଣ ନାହିଁ। ୨୦୨୦ ଓ ୨୦୨୧ ଆମ ସମସ୍ତଙ୍କ ପାଇଁ ଏକ କଷ୍ଟଦାୟକ ମୁହୂର୍ତ୍ତ ଥିଲା। କିନ୍ତୁ ଏବେ ସବୁ ଜିନିଷ ଧୀରେ ଧୀରେ ବଦଳୁଛି। ଭଲ ଆଡ଼କୁ ଆମେ ଗତି କରୁଛେ। ୨୦୨୨ ମସିହାର କୌଣସି ଏକ ଭଲ ସମୟରେ ଆମେ ଦୟାବେନ୍‌ ଭୂମିକାକୁ ପୁଣି ଥରେ ଶୋ’କୁ ଆଣିବୁ। ଦର୍ଶକେ ପୁଣିଥରେ ଜେଠାଲାଲ ଓ ଦୟାବେନ୍‌ଙ୍କ ଯୋଡ଼ିକୁ ପରଦାରେ ଦେଖିପାରିବେ। କିନ୍ତୁ ଏବେ ଆଉ ଏକ ପିଲା ଜନ୍ମ ହେବା ପରେ ଦିଶା ଶୋ’କୁ ଫେରିବା ନେଇ ସନ୍ଦେହ ସୃଷ୍ଟି ହୋଇଛି।

Also Read: ‘ତାରକ ମେହେତା କା ଉଲ୍‌ଟା ଚଷମା’ ଛାଡ଼ିଲେ ବବିତାଜୀ ଓରଫ୍‌ ମୁନ୍‌ମୁନ୍‌ ଦତ୍ତା! ଏହି ରିଆଲିଟି ଶୋ’ରେ ଆସିବେ ନଜର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.