ଅଜୟଙ୍କୁ ମଳିଳା ଜନ୍ମ ଦିନ ଉପହାର, ରିଲିଜ୍ ହେଲା ‘ଦେ ଦେ ପ୍ୟାର ଦେ’ ର ଟ୍ରେଲର

ମୁମ୍ବାଇ : କିଛି ଦିନ ପୂର୍ବେ ‘ଦେ ଦେ ପ୍ୟାର ଦେ’ ଫିଲ୍ମର ଏକ ପୋଷ୍ଟର ରିଲିଜ୍ ହୋଇଥିଲା। ଏଥିରେ ଅଜୟ ଦୁଇଟି କାରରେ ବାଲାନ୍ସ କରି ଠିଆ ହେବାର ନଜର ଆସିଥିଲେ। ଏହି ଫିଲ୍ମରେ ପୁଣିଥରେ ଅଜୟଙ୍କ କମେଡି ରୋଲ ଦେଖିବାକୁ ମିଳିବ କୁହାଯାଉଥିବା ବେଳେ ଆଜି ତାଙ୍କ ଜନ୍ମ ଦିନ ଅବସରରେ ରିଲିଜ୍ ହୋଇଛି ଏହାର ଟ୍ରେଲର। ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଭୁଷଣ କୁମାର ଏବଂ ଲବ ରଞ୍ଜନ ରହିଥିବା ବେଳେ ଏହାର ନିର୍ଦ୍ଦେଶନା ଦାୟିତ୍ବରେ ରହିଛନ୍ତି ଅକିବ ଅଲ୍ଲୀ।
ଏହି ଫିଲ୍ମରେ ଖୁବ ଦିନ ପରେ ଏକା ସାଙ୍ଗରେ ଅଭିନେତ୍ରୀ ତବୁ ଏବଂ ଅଜୟଙ୍କୁ ଦେଖିବାକୁ ମିଳିବ। ଶେଷଥର ପାଇଁ ଦୁହିଁଙ୍କୁ ‘ଗୋଲାମାଲ ଏଗେନ’ରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ତବୁ ଏବଂ ଅଜୟଙ୍କ ବ୍ୟତିତ ମୁଖ୍ୟ ଚରିତ୍ରରେ ରକୁଲ ପ୍ରିତଙ୍କୁ ମଧ୍ୟ ଦେଖିବାକୁ ମିଳିବ।
ଟ୍ରେଲରରେ ରକୁଲ, ଅଜୟଙ୍କଠାରୁ ୨୬ ବର୍ଷ ସାନ ହୋଇଥିବା ବେଳେ ତାଙ୍କ ପ୍ରେମିକା ଚରିତ୍ରରେ ନଜର ଆସିଛନ୍ତି। ଠିକ୍ ସେହିପରି ତବୁ, ଅଜୟଙ୍କର ଏକ୍ସ ସ୍ତ୍ରୀ ଭାବେ ନଜର ଆସିଛନ୍ତି। ଫିଲ୍ମରେ ପୁଣି ଥରେ ଅଜୟଙ୍କ କମେଡି ଅନ୍ଦାଜ ଦେଖିବାକୁ ମିଳିବ ବୋଲି ଜଣାପଡିଛି। ତେବେ ଫିଲ୍ମଟି ମେ ୧୭ରେ ରିଲିଜ୍ ହେବାକୁ ଯାଉଛି।