‘ଯାଦୁ’କୁ ମନେପକାଇଲେ ହ୍ରିତିକଙ୍କ ମା, ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଲେ ଏମିତି କିଛି

ବର୍ତ୍ତମାନ ଲକଡାଉନ ଜାରି ରହିଥିବାରୁ ସୋସିଆଲ ମିଡିଆରେ କଳାକାରମାନେ ଖୁବ ଆକ୍ଟିଭ ରହୁଛନ୍ତି। ଏଭଳି ସମୟରେ ଷ୍ଟାର୍ସମାନେ କେବଳ ନିଜ ଫ୍ୟାନ୍ସମାନଙ୍କର ନୁହଁନ୍ତି ବରଂ ନିଜର ସୌକ ମଧ୍ୟ ପୁରା କରୁଛନ୍ତି। ଏହା ମଧ୍ୟରେ ହ୍ରିତିକ ରୋସନଙ୍କ ମା ପିଙ୍କିଙ୍କୁ ଯାଦୁ କଥା ମନେପଡିଛି। ଇନଷ୍ଟାଗ୍ରାମରେ ପିଙ୍କିଙ୍କ ଏହି ପୋଷ୍ଟ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି।

ସୂଚନାଯୋଗ୍ୟ, ପିଙ୍କି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି। ଏହି ପୋଷ୍ଟରେ କିଛି ଦୃଶ୍ୟ ରହିଛି, ଯେଉଁଥିରେ ହ୍ରିତିକ ରୋସନ ଏବଂ ଯାଦୁ ନଜର ଆସିଛନ୍ତି। ଆପଣମାନେ ଯାଦୁ ନାଁ ଶୁଣିବା ପରେ ଭାବୁଥିବେ ଯାଦୁ କିଏ? ଯାଦୁ ହେଉଛି ଫିଲ୍ମ ‘କୋଇ ମିଲ ଗୟା’ରେ ଥିବା ଏଲିୟନ ର ନାଁ ହେଉଛି ଯାଦୁ। ଯାହା ଅନ୍ୟ ଫିଲ୍ମରେ ଦେଖାଯାଉଥିବା ଏଲିୟନ୍ସଙ୍କ ଭଳି ଭୟଙ୍କର ନୁହେଁ ବରଂ ବହୁତ ଭଲ ଥିଲା।

 

View this post on Instagram

 

#Dear Jadu,we all miss you, we need you… please come back🙏🙏🙏🙏

A post shared by Pinkie Roshan (@pinkieroshan) on


ଇନଷ୍ଟାଗ୍ରାମରେ ଏହି ଫଟୋ ପୋଷ୍ଟ କରି ପିଙ୍କି ଲେଖିଛନ୍ତି, ‘ଡିୟର ଯାଦୁ, ଆମେ ସମସ୍ତେ ତୁମକୁ ବହୁତ ମିସ କରୁଛୁ। ବର୍ତ୍ତମାନ ଆମକୁ ତୁମର ଆବଶ୍ୟକତା ରହିଛି। ପ୍ଲିଜ ପୁଣି ଥରେ ଫେରି ଆସ।’

ସୂଚନା ମୁତାବକ ୨୦୦୩ ମସିହାରେ ଫିଲ୍ମ ‘କୋଇ ମିଲ ଗୟା’ ରିଲିଜ ହୋଇଥିଲା। ଏହି ଫିଲ୍ମରେ ଦମଦାର ଅଭିନୟ କରି ହ୍ରିତିକ ସମସ୍ତଙ୍କ ପ୍ରଶଂସା ସାଉଁଟି ପାରିଥିଲେ। ଏହି ଫିଲ୍ମରେ ହ୍ରିତିକଙ୍କ ସହ ରେଖା ଏବଂ ପ୍ରୀତିଜିଣ୍ଟା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ସେହିଭଳି ଏହି ଫିଲ୍ମର ନିର୍ଦେଶନା ରାକେଶ ରୋସନ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.