ମନୋରଂଜନ

ପତ୍ନୀଙ୍କ ବିୟୋଗରେ ୩୧ ବର୍ଷ ଧରି ଯନ୍ତ୍ରଣା ଭୋଗୁଛନ୍ତି ଶଶି କପୁର, ଜାଣନ୍ତୁ କଣ ରହିଥିଲା ତାଙ୍କ ପ୍ରେମ କାହାଣୀ

ଜୀବନର ଚଲାପଥରେ ସାଥି ହୋଇ ଚାଲୁଥିବା ସାଥୀଟିଏ ଯେତେବେଳେ ଆମକୁ ଛାଡି ଚାଲି ଯାଇଥାଏ ସେତେବେଳେ ଆଗକୁ ବଢିବାର ଇଚ୍ଛାଶକ୍ତି ର୍ଦୁବଳ ହୋଇପଡେ । ଆମେ ଆଜି ବଲିଉଡର ଲୋକପ୍ରିୟ ଅଭିନେତା ଶଶି କପୁରଙ୍କ ପ୍ରେମ କାହାଣୀ ବିଷୟରେ କହିବୁ ଯାହାଙ୍କ ଚଲାପଥରେ ଧର୍ମପତ୍ନି ଜେନିଫର ସାଥିହୋଇ ଚାଲିଥିଲେ ସତ କିନ୍ତୁ ମଝିରାସ୍ତାରେ ହାତଛାଡି ସବୁଦିନ ପାଇଁ ତାଙ୍କୁ ଏକା କରି ଆର ପାରିକୁ ଚାଲିଯାଇଥିଲେ । ୧୯୮୪ ମସିହା ସେପ୍ଟେମ୍ବର ୭ ଅର୍ଥାତ ଦୀର୍ଘ ୩୧ ବର୍ଷ ପୂର୍ବେ ଆଜି ଦିନରେ ଜେନିଫର ଶଶିଙ୍କୁ ସବୁଦିନ ପାଇଁ ଏକା ଛଡି ଚାଲିଯାଇଥିଲେ । ଦୀର୍ଘ ୩୧ ବର୍ଷରୁ ଶଶି କପୁର ଏକାକି ଯନ୍ତ୍ରଣା ଭୋଗୁଛନ୍ତି ।

୧୯୫୬ ମସିହାରେ ଜେନିଫର କ୍ୟାଣ୍ଡଲ ନିଜ ବନ୍ଧୁ ସହ ‘ଦିବାର’ ନାଟକ ଦେଖିବା ପାଇଁ ରୋୟଲ ଅପେରା ଦେଖିବାକୁ ଯାଇଥିଲେ ।ଶଶି କପୁରଙ୍କୁ ‘ଦିବାର’ ନାଟକରେ ଅଭିନୟ କରୁଥିବା ସମୟରେ ୧୮ ବର୍ଷ ବୟସ ହୋଇଥିଲା । ନାଟକ ଆରମ୍ଭ ହେବା ପୂର୍ବରୁ ଶଶି ଦର୍ଶକଙ୍କ ଗହଳିର ଧାରଣା ଲଗାଇବା ପାଇଁ ପରଦା ଭିତରୁ ଠିଆ ହୋଇ ଦେଖୁଥିଲେ । ହଠାତ୍‌ ସେହି ସମୟରେ ଚତୁର୍ଥ ଧାଡିରେ ବସିଥିବା ଜଣେ ଝିଅ ଉପରେ ତାଙ୍କ ନଜର ପଡିଥିଲା ଓ ପ୍ରଥମ ଦେଖାରୁ ହିଁ ଶଶି ଜେନିଫରଙ୍କୁ ନିଜ ହୃଦୟ ଭେଟି ଦେଇଥିଲେ ।

ସେହି ସମୟରେ ଶଶି କପୁର ପୃଥିବି ଥିଏଟରରେ ଏକ ଛୋଟ କଳାକାର ଭାବେ କାମ କରୁଥିଲେ ଓ ଅନ୍ୟ ପକ୍ଷରେ ଜେନିଫର ନିଜ ପିତା ଜେଫ୍ରି କ୍ୟାଣ୍ଡଲଙ୍କ ଥିଏଟରରେ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଅଭିନୟ କରୁଥିଲେ । ଅନେକ ଚେଷ୍ଟା ଓ ଅପେକ୍ଷା ପରେ ଶଶି ଜେନିଫରଙ୍କ ସହିତ ବନ୍ଧୁତା କରିବାରେ ସଫଳ ହୋଇଥିଲେ । ବନ୍ଧୁତା ହେଲା ପରେ ଦୁହେଁ ସାଥି ହୋଇ ଯିବା ଆସିବା କରୁଥିଲେ ଓ ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସର୍ମ୍ପକ ଗଡି ଉଠିଥିଲା ।

ଜେନିଫରଙ୍କ ପ୍ରେମ ସକାଶେ ଶଶି ତାଙ୍କ ବାପାଙ୍କ ଥିଏଟର ସହିତ ଧୀରେ ଧୀରେ ଯୋଡି ହୋଇ ଯାଇଥିଲେ କିନ୍ତୁ ଜେଫ୍ରି କ୍ୟାଣ୍ଡଲ ନିଜ ଝିଅ ଜେନିଫରଙ୍କୁ ବହୁତ ଭଲ ପାଉଥିଲେ ତେଣୁ ଶଶିଙ୍କ ସହିତ ଜେନିଫରଙ୍କ ବିବହକୁ ସେ ସହମତି ଦେଉ ନଥିଲେ । ନିଜ ପିତାଙ୍କ ସହମତି ନ ମିଳିବାରୁ ଜେନିଫର ୧୯୫୮ ମସିହାରେ ନିଜ ବାପାଙ୍କ ଘର ଛାଡି ଶଶିଙ୍କୁ ବିବାହ କରଥିଲେ । ଅନ୍ୟପକ୍ଷରେ କପୁର ପରିବାର ବହୁ କଷ୍ଟରେ ବିଦେଶୀ ବହୁକୁ ଗ୍ରହଣ କରିବାକୁ ରାଜି ହୋଇଥିଲେ । ବିବାହାର ଏକ ବର୍ଷ ପରେ ଶଶି ଓ ଜେନିଫର ମାତା ପିତା ହୋଇଥିଲେ । କୁହାଯାଏ ଯେ ପୁରୁଷର ସଫଳତା ପଛରେ ଏକ ସ୍ତ୍ରୀର ହାତ ରହିଥାଏ । ଶଶିଙ୍କ କ୍ଷେତ୍ରରେ ଏହା ର ଯର୍ଥାଥତା ଦେଖିବାକୁ ମିଳିଛି ।ଶଶିଙ୍କ ପାଇଁ ଜେନିଫର ନିଜ ଥିଏଟର କାମକୁ ମଧ୍ୟ ଜଳାଞଳି ଦେଇଥିଲେ । ଏହା ପରେ ଶଶି ନିଜ ଫିଲ୍ଵ କ୍ୟାରିୟରରେ ଅନେକ ନାମ ଅର୍ଜନ କରିବାକୁ ଲାଗିଲେ , ଦେଶ ବିଦେଶରେ ମଧ୍ୟ ତାଙ୍କ ଚର୍ଚ୍ଚା ହେବାକୁ ଲାଗିଲା । ତାଙ୍କର ଏତେ ବଡ ସଫଳତା ପଛରେ ଜେନିଫରଙ୍କ ଅନେକ ଅବଦାନ ରହିଥିଲା ।

କିନ୍ତୁ କିଛି ସମୟ ପରେ ସତେ ଯେମିତି ତାଙ୍କ ହସଖୁସିର ସଂସାରରେ କାହାର ଖରାପ ଦୃଷ୍ଟି ପଡିଯାଇଥିଲା । ୧୯୮୨ ମସିହାରେ ଜେନିଫର କର୍କଟ ରୋଗରେ ପିଡିତ ଥିବାର ଜଣା ପଡିଥିଲା । ମୁମ୍ବାଇ ଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ଚିକିତ୍ସା କଲା ପରେ ମଧ୍ୟ ତାଙ୍କ ସ୍ୱାସ୍ଥବସ୍ଥାରେ ସୁଧାରତା ଦେଖାଯାଇ ନଥିଲା । ୧୯୮୪ ମସିହା ସେପ୍ଟେମ୍ବର ୭ରେ ଜେନିଫରଙ୍କ ଜୀବନ ଦୀପ ଲିଭି ଯାଇଥିଲା । ଶଶିଙ୍କ ଜୀବନରେ ଅନ୍ଧକାର ଖେଳେଇ ଦେଇ ସବୁଦିନ ପାଇଁ ତାଙ୍କୁ ଛାଡି ଚାଲି ଯାଇଥିଲେ । ୨୮ ବର୍ଷଧରି ତାଙ୍କ ସୁଖ ଦୁଃଖରେ ସାଥି ହୋଇ ଚାଲିଥିବା ପତ୍ନିଙ୍କ ବିୟୋଗରେ ଶଶି ସମ୍ପୂର୍ଣ୍ଣ ରୂପରେ ଭାଙ୍ଗି ପଡିଥିଲେ ଓ ଗତ ୩୧ ବର୍ଷରୁ ସେଏକାକି ଜୀବନ ବିତାଉଛନ୍ତି ।

KNews Bureau

Recent Posts

୨ ନକଲି ନକ୍ସଲ ଗିରଫ, ଜୟପୁର ଏସଡିପିଓଙ୍କ ସୂଚନା

କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…

11 mins ago

ଦିଲ୍ଲୀ ଯିବା ପୂର୍ବରୁ କୃଷି ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…

28 mins ago

ପ୍ରଧାନମନ୍ତ୍ରୀ ମୋଦିଙ୍କ ସହିତ ହାତ ମିଳାଇଲେ ରାହୁଲ ଗାନ୍ଧି, ସଂସଦରେ ସମସ୍ତଙ୍କ ଧ୍ୟାନ ଆକର୍ଷିତ କଲା ଦୃଶ୍ୟ

ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…

41 mins ago

ଦେଢ଼ ବର୍ଷ ହେଲା ଦୋକାନକୁ ସିଲ୍‌ କରିଛି ପୋଲିସ, ହେଲେ ଭିତରୁ ଖୋଳ କଲେ ଚୋର

କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…

50 mins ago

ରଥଯାତ୍ରାର ଦ୍ଵିତୀୟ ସମନ୍ୱୟ କମିଟି ବୈଠକ, ସମସ୍ତଙ୍କ ସହଯୋଗରେ ହେବ ୨ ଦିନ ରଥଯାତ୍ରା

ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…

53 mins ago

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

1 hour ago