ଦ୍ୱିତୀୟ ଥର ମା’ ହେବାକୁ ଯାଉଛନ୍ତି ଦେବିନା ବାନାର୍ଜୀ; ୪ ମାସ ତଳେ ଜନ୍ମ ଦେଇଥିଲେ କନ୍ୟା ସନ୍ତାନ

ଟିଭି ଅଭିନେତ୍ରୀ ଦେବିନା ବାନାର୍ଜୀଙ୍କ ପାଇଁ ଏବେ ଖୁସିର ସମୟ, କାହିଁକି ନା, ଅଭିନେତ୍ରୀ ପୁଣିଥରେ ମା’ ହେବାକୁ ଯାଉଛନ୍ତି। ନିକଟରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ, ଆଉ ଏବେ ନିଜର ଦ୍ୱିତୀୟ ପ୍ରେଗ୍‌ନାନ୍ସି ବିଷୟରେ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି।

ଦେବିନା ବାନାର୍ଜୀ ସୋସିଆଲ ମିଡିଆରେ ଏକ ପୋଷ୍ଟ୍‍ ଜରିଆରେ ଏହି କଥା ଘୋଷଣା କରିଛନ୍ତି। ତେବେ ଏହା ପ୍ରେଗ୍‌ନାନ୍ସି ପ୍ଲାନିଂ ଭିତରେ ନ ଥିଲା, କିନ୍ତୁ ଏହାକୁ ନେଇ ଅଭିନେତ୍ରୀ ବହୁତ ଖୁସି ଅଛନ୍ତି। କାରଣ, ଏବେ ତାଙ୍କ ପରିବାର ସମ୍ପୂର୍ଣ୍ଣ ହେବାକୁ ଯାଉଛି।

ଦେବିନା ବାନାର୍ଜୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ୍‍ ସେୟାର କରିଛନ୍ତି। ଏଥିରେ ସେ ଏକ ଫଟୋ ଦେଇଛନ୍ତି, ଯେଉଁଥିରେ ଦେବିନା, ତାଙ୍କ ସ୍ୱାମୀ ଗୁର୍‌ମିତ ଚୌଧୁରୀ ଓ ଝିଅ ଲିୟାନା ଚୌଧୁରୀ ନଜର ଆସୁଛନ୍ତି। ଗୁର୍‌ମିତ ଦେବିନାଙ୍କୁ ଆଲିଙ୍ଗନ କରିଥିବା ବେଳେ ଝିଅକୁ ଅନ୍ୟ ଏକ ହାତରେ କାଖେଇ ଧରିଛନ୍ତି। ଏହି ସମୟରେ ଅଭିନେତ୍ରୀ ନିଜ ସୋନୋଗ୍ରାଫି ରିପୋର୍ଟ ଦେଖାଉଛନ୍ତି। ତିନିଜଣ ଯାକ ଧଳା ରଙ୍ଗର ଡ୍ରେସ୍‌ରେ ଟ୍ଵିନିଂ କରିଥିବାର ନଜର ଆସୁଛନ୍ତି।

ଦେବିନା ଏହି ପୋଷ୍ଟ୍‍ର କ୍ୟାପସନ ଲେଖିଛନ୍ତି, ‘କିଛି ନିଷ୍ପତ୍ତି ଉପର ବାଲା ସ୍ଥିର କରିଥାଏ ଏବଂ ଏହାକୁ କେହି ବି ବଦଳାଇ ପାରିବେ ନାହିଁ…ଏହା ଏକ ଆଶୀର୍ବାଦ, ଆମକୁ ପୂରା କରିବା ପାଇଁ ଜଲ୍‌ଦି ଆସୁଛି’। ଏଥି ସହିତ ଦେବିନା ବେବି ନମ୍ବର ୨, ପୁଣିଥରେ ମମ୍ମି, ପ୍ରେଗ୍‌ନାନ୍ସି ଡାୟରିଜ୍‌, ଡାଡି ଏଗେନ୍‌ ଭଳି ହ୍ୟାଶଟ୍ୟାଗ୍‌ ବ୍ୟବହାର କରିଛନ୍ତି।

 

View this post on Instagram

 

A post shared by Debina Bonnerjee (@debinabon)

କହି ରଖୁଛୁ, ବର୍ଷ ବର୍ଷର ପରିଶ୍ରମ ପରେ ଦେବିନା ବାନାର୍ଜୀ କିଛି ମାସ ତଳେ ମା’ ହୋଇଥିଲେ। ଏପ୍ରିଲ ୩ରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.