Categories: ମନୋରଂଜନ

ଗିରଫ ହେଲେ ଗୋପୀ ବୋହୂ, ହୀରା ବ୍ୟବସାୟୀଙ୍କ ହତ୍ୟା ମାମଲାରେ ଆସିଲା ଦେବୋଲିନାଙ୍କ ନାଁ

ଗିରଫ ହେଲେ ଗୋପୀ ବୋହୂ । ହତ୍ୟାକାଣ୍ଡରେ ସାମିଲ୍ ଅଛନ୍ତି ଦେବୋଲିନା ଭଟ୍ଟାଚାର୍ଯ୍ଯ । ଲୋକପ୍ରିୟ ଟିଭି ଧାରାବାହିକ ସାଥ୍ ନିଭାନା ସାଥୀୟାରେ ଗୋପୀ ବୋହୂ ଭୂମିକାରେ ଅଭିନୟ କରିଥିବା ଦେବୋଲିନା ଭଟ୍ଟାଚାର୍ଯ୍ଯ କରିଛି ଆସାମ ପୋଲିସ୍ । ହୀରା ବ୍ୟବସାୟୀ ରାଜେଶ୍ବର କିଶୋରୀଲାଲଙ୍କ ମର୍ଡର କେସରେ ଦେବୋଲିନାଙ୍କ ହାତ ଥିବା ଅଭିଯୋଗ ହୋଇଛି । ଏବେ ଦେବୋଲିନାଙ୍କୁ ପଚରା ଉଚରା କରୁଛି ପୋଲିସ୍ ।

ସୂଚନାଯୋଗ୍ୟ , ଘାଟକୋପରର ୫୭ ବର୍ଷୀୟ କିଶୋରୀଲାଲ୍ ୨୮ ନଭେମ୍ବରରୁ ନିଖୋଜ ଥିଲେ । ଏହା ପରେ ୨୯ ତାରିଖରେ କିଶୋରୀଲାଲଙ୍କ ପୁଅ ରୋନକ୍ ବାପାଙ୍କ ନିଖୋଜ ହେବାର ଥାନାରେ ଏତଲା ଦେଇଥିଲେ । ତେବେ ପୁଲିସ୍ ଖୋଜି ଖୋଜି କରିବା ପରେ ବି କିଶୋରୀଲାଲଙ୍କର କୌଣସି ପତ୍ତା ନ ମିଳିବାରୁ ଡିସେମ୍ବର ୩ ତାରିଖରେ ଅପହରଣ ମାମଲା ରୁଜ୍ଜୁ କରିଥିଲେ ରୋନକ୍। ଏହା ପରେ ଗତ ଶୁକ୍ରବାର ଏକ ଜଙ୍ଗଲ ଏରିଆରୁ କିଶୋରୀଲାଲଙ୍କ ମୃତଦେହ ମିଳିଥିଲା ।

ତେବେ କିଶୋରୀଲାଲଙ୍କ ଫୋନ୍ ଡିଟେଲ୍ ଚେକ୍ କରିବାରୁ ଏଥିରୁ କିଛି ବାର୍ ଡ୍ୟାନ୍ସରଙ୍କ ନମ୍ବର ବାହାରିଥିଲା । ଯେଉଁମାନଙ୍କ ସହ କିଶୋରୀଲାଲ୍ ଲଗାତାର କଥା ହେଉଥିଲେ । ଏହି କଲ୍ ଡିଟେଲ୍ସରେ ଦେବୋଲିନାଙ୍କ ନମ୍ବର ମଧ୍ୟ ବାହାରିଥିଲା । ଏବେ ଅଧିକ ତଦନ୍ତ ଜାରି ରଖିବା ସହ ଦେବୋଲିନାଙ୍କୁ ମାରାଥନ୍ ଜେରା କରୁଛି ପୋଲିସ୍ ।

ତେବେ ଏହା ପୂର୍ବରୁ ମଧ୍ୟ ଦେବୋଲିନା ବିବାଦରେ ରହି ସାରିଛନ୍ତି । ୨୦୧୬ରେ ଦେକ୍ଷବୋଲିନାଙ୍କ ବିରୋଧରେ ତାଙ୍କ ସହ ଅଭିନେତ୍ରୀ ଉତ୍କର୍ଷା ନାଇକ୍ ନିଜ କୁକୁର ଚୋରି କରିବା ଅଭିଯୋଗ ଆଣିଥିଲେ । ଏପରିକି ପେଟାରେ ମଧ୍ୟ ଦେବୋଲିନାଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ।

KNews Bureau

Recent Posts

ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ, ଫାଇବର ବ୍ୟାରିକେଡରେ ଲାଗିଲା ନିଆଁ

ପୁରୀ(କେନ୍ୟୁଜ୍‌): ପୁରୀ ଗୁଣ୍ଡିଚା ମନ୍ଦିର ନିକଟରେ ଅଗ୍ନିକାଣ୍ଡ । ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାରରେ ଲାଗିଲା ନିଆଁ । ମନ୍ଦିର…

15 mins ago

୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ: ରାଜ୍ୟରେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ

କେନ୍ୟୁଜ୍‌: ୨୦୨୪ ମହାଯୁଦ୍ଧର ଆଜି ଶେଷ ଲଢ଼େଇ। ରାଜ୍ୟରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଭୋଟଗ୍ରହଣ।…

26 mins ago

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

8 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

11 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

11 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

11 hours ago