୨.୬ କୋଟି ଠକେଇର ଶିକାର ହେଲେ ‘ଆଶିକୀ’ ଫେମ୍‌ ଦୀପକ ତିଜୋରୀ, ପ୍ରଯୋଜକଙ୍କ ନାଁରେ ମାମଲା ରୁଜୁ

ଠକେଇର ଶିକାର ହୋଇଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଦୀପକ ତିଜୋରୀ। 'ଆଶିକୀ' ଏବଂ 'କଭି ହାଁ କଭି ନା’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଦୀପକ ମୁମ୍ବାଇର ଅମ୍ବୋଲି ଥାନାରେ ନିର୍ମାତା ମୋହନ ଗୋପାଳ ନାଡରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଅଭିନେତା ତାଙ୍କ ଏଫଆଇଆର ଫର୍ଦ୍ଦରେ ଦାବି କରିଛନ୍ତି ଯେ ସେ ୨.୬ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି।

ଠକେଇର ଶିକାର ହୋଇଛନ୍ତି ଅଭିନେତା ତଥା ନିର୍ଦ୍ଦେଶକ ଦୀପକ ତିଜୋରୀ। ‘ଆଶିକୀ’ ଏବଂ ‘କଭି ହାଁ କଭି ନା’ ଭଳି ଚଳଚ୍ଚିତ୍ର ପାଇଁ ଜଣାଶୁଣା ଦୀପକ ମୁମ୍ବାଇର ଅମ୍ବୋଲି ଥାନାରେ ନିର୍ମାତା ମୋହନ ଗୋପାଳ ନାଡରଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି। ଅଭିନେତା ତାଙ୍କ ଏଫଆଇଆର ଫର୍ଦ୍ଦରେ ଦାବି କରିଛନ୍ତି ଯେ ସେ ୨.୬ କୋଟି ଟଙ୍କା ଠକେଇର ଶିକାର ହୋଇଛନ୍ତି। ଏ ନେଇ ଦୀପକ ମାର୍ଚ୍ଚ ୧୫ରେ ଏଫ୍ଆଇଆର୍ ଦାଖଲ କରିଥିଲେ।

ସେପଟେ ଅଭିଯୋଗ ପାଇ ମୁମ୍ବାଇ ପୋଲିସ ପ୍ରଯୋଜକ ନାଡରଙ୍କ ବିରୋଧରେ ଆଇପିସି ଧାରା ୪୨୦ ଓ ୪୦୬ ଅନୁଯାୟୀ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି।

ପୋଲିସର ସୂଚନା ଅନୁସାରେ, ‘ଟିପ୍ସି’ ନାମକ ଥ୍ରୀଲର ଫିଲ୍ମର ସହ-ପ୍ରଯୋଜନା କରିବା ପାଇଁ ନାଡର ଦୀପକଙ୍କ ସହିତ ସାମିଲ ହୋଇଥିଲେ। ଏହି ଫିଲ୍ମକୁ ଦୀପକ ନିର୍ଦ୍ଦେଶନା ଦେବାର ଥିଲା ଏବଂ ୨୦୧୯ରେ ଫିଲ୍ମର ସୁଟିଂ ଲଣ୍ଡନରେ ହୋଇଥାଆନ୍ତା।

ଦୀପକଙ୍କ ଅଭିଯୋଗ ଅନୁସାରେ, ସୁଟିଂକୁ ଧ୍ୟାନରେ ରଖି ସେ ନାଡରଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଫିଲ୍ମ ସମୟ ଅନୁସାରେ ଶେଷ ହେଲା ନାହିଁ। ବାରମ୍ବାର ଟଙ୍କା ଫେରସ୍ତ ପାଇଁ ଦାବି କରିବାରୁ ନାଡର ବିଭିନ୍ନ ବାହାନା ଦେଖାଇ ତାଙ୍କୁ ଚକମା ଦେଇଛନ୍ତି।

ଅମ୍ବୋଲି ଥାନା ଅଧିକାରୀ କହିଛନ୍ତି ଯେ ସେମାନେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ଏ ପର୍ଯ୍ୟନ୍ତ କୌଣସି ଗିରଫଦାରୀ ହୋଇନାହିଁ।

Leave A Reply

Your email address will not be published.