ଅନୁଷ୍କା-ବିରାଟଙ୍କ ପରେ ଇଟାଲିରେ ବିବାହ କରିବେ ଦୀପିକା-ରଣବୀର

ମୁମ୍ବାଇ: ବିଗତ କିଛି ଦିନ ହେବ ବଲିଉଡରେ ବିବାହର ଋତୁ ଲାଗି ରହିଛି । ଜଣଙ୍କ ପରେ ଜଣେ କଳାକାର ବିବାହ ବନ୍ଧନରେ ବାନ୍ଧି ହୋଇଥିବା ବେଳେ ବର୍ତ୍ତମାନ ବଲିଉଡର ବହୁ ଚର୍ଚ୍ଚିତ ପ୍ରେମୀ ଜୁଗଳ ରଣବୀର ଏବଂ ଦୀପିକାଙ୍କର ବିବାହର ଚର୍ଚ୍ଚା ଜୋର ଧରିଛି। ପ୍ରଥମେ ଦୁହିଁଙ୍କର ବିବାହ ମୁମ୍ବାଇରେ ପରିବାର ପରିଜନକୁ ନେଇ ଆୟୋଜନ ହେବାକୁ ଥିବା ଶୁଣିବାକୁ ମିଳୁଥିବା ବେଳେ ବର୍ତ୍ତମାନ ଇଟାଲୀରେ ଡ଼େଷ୍ଟିନେସନ୍ ୱେଡ଼ିଙ୍ଗ୍ କରୁଥିବା ନେଇ ମିଡ଼ିଆରେ ଚର୍ଚ୍ଚା ହେଉଛି।

ସୁଚନା ଅନୁଯାୟୀ , ଦୀପିକା ଏବଂ ରଣବୀର ଚଳିତ ବର୍ଷ ନଭେମ୍ବର ୧୮-୨୦ ତାରିଖ ମଧ୍ୟରେ ବିବାହ କରିବାକୁ ଯାଉଥିବା ବେଳେ କେଉଁଠାରେ ବିବାହ କରିବା ତାନେଇ ମିଡ଼ିଆରେ ଚର୍ଚ୍ଚା ଚାଲିଛି। ପ୍ରଥମେ ଦୁହେଁ ମୁମ୍ବାଇରେ ବିବାହ କରିବା କଥା ଶୁଣିବାକୁ ମିଳିଥିବା ବେଳେ କିଛି ଦିନ ପୂର୍ବେ ସ୍ବିଜରଲ୍ୟାଣ୍ଡ ସରକାର ତାଙ୍କ ବିବାହକୁ ହୋଷ୍ଟ କରିବାକୁ ଯାଉଥିବା କଥା ଜଣାପଡ଼ିଥିଲା ।ରଣବୀର ସ୍ବିଜରଲ୍ୟାଣ୍ଡ ପ୍ରଯ୍ର୍ୟଟନର ବ୍ରାଣ୍ଡ ଆମ୍ବାସଟର ହୋଇଥିଲେ ମଧ୍ୟ ସେ ବିବାହ ପାଇଁ ଆଉ କିଛି ସୁନ୍ଦର ସ୍ଥାନର ଅନ୍ବଷଣରେ ରହିଛନ୍ତି । ତେବେ ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଏବଂ କ୍ରିକେଟର ବିରାଟଙ୍କ ବିବାହ ଇଟାଲୀ ସରକାରଙ୍କ ଦ୍ବାରା ଅନୁଷ୍ଠିତ ହୋଇଥିବା ବେଳେ ବର୍ତ୍ତମାନ ଦୀପିକା ଏବଂ ରଣବୀରଙ୍କ ବିବାହ ଆୟୋଜନ କରିବାକୁ ଇଛା ପ୍ରକାଶ କରିଛନ୍ତି ଇଟାଲୀ ସରକାର । ଏବେ ପର୍ୟ୍ୟନ୍ତ ଉଭୟ କଳାକାରଙ୍କ ତରଫରୁ ଏହା ବିଷୟରେ କୌଣସି ସୂଚନା ମିଳିନଥିବା ବେଳେ ଦର୍ଶକଙ୍କ ମନରେ ବିବାହକୁ ନେଇ ଆଗ୍ରହ ଦେଖିବାକୁ ମିଳିଛି।