କାନ ଫିଲ୍ମ ଫେଷ୍ଟିବାଲରେ ଉପସ୍ଥିତ ରହି ଟ୍ରୋଲର ଶିକାର ହେଲେ ଅଭିନେତ୍ରୀ ଦୀପିକା ପାଦୁକୋନ

ଅଭିନେତ୍ରୀ ଦୀପିକା ପାଦୁକୋନ କାନ ଫିଲ୍ମ ଫେଷ୍ଟିଭାଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋଟେ ପଟରେ ତାଙ୍କ ଲୁକ ଓ ଡ୍ରେସକୁ ନେଇ ଚର୍ଚ୍ଚା ହେଉଥିବାବେଳେ ତାଙ୍କ ମେକଅପକୁ ନେଇ ବି ଦୀପିକା ଅନେକ ଥର ଟ୍ରୋଲ ହୋଇସାରିଲେଣି । କାନରେ ଦୀପିକାଙ୍କ ଶାଢ଼ୀ ଚଏସକୁ ନେଇ ସେଠାକାର ବାସିନ୍ଦା ମାନେ ବି ଖୁବ ମାତ୍ରାରେ ପ୍ରଭାବିତ ହୋଇଛନ୍ତି । କିନ୍ତୁ ଦୀପିକାଙ୍କ ମେକଅପ ତାଙ୍କ ଫ୍ୟାନ୍ସ ମାନଙ୍କୁ ସେତେଟା ପସନ୍ଦ ଆସିନାହିଁ । ଯାହାକୁ ନେଇ ତାଙ୍କୁ ଖୁବ ଖରାପ ଭାବରେ ଟ୍ରୋଲ କରାଯାଉଛି । କେତେ ଜଣ ତ ଦୀପିକାଙ୍କୁ “ଦେଶୀ ଜୁଲିୟା ଫକ୍ସ” ବୋଲି କହିଦେଇଛନ୍ତି । କହିରଖିବା ଉଚିତ ହେବକି ଜୁଲିୟା ଫକ୍ସ ହେଉଛନ୍ତି ଜଣେ ଇଟାଲିୟନ- ଆମେରିକାନ ମଡେଲ ତଥା ଅଭିନେତ୍ରୀ ।
ସବ୍ୟସାଚୀଙ୍କ ଶାଢ଼ୀ ସୃଷ୍ଟି କରିଥିଲା ହଇଚଇ:
କହିରଖିବା ଉଚିତ ହେବକି ମଙ୍ଗବାର କାନ୍ସ ଫିଲ୍ମ ଫେଷ୍ଟିଭାଲର ରେଡ କାର୍ପେଟ ଉପରେ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ବେଙ୍ଗଲ ଟାଇଗର ଶାଢ଼ୀ ପିନ୍ଧି ସେଠାକାର ଲୋକଙ୍କ ହୃଦୟ ଜିଣି ନେଇଥିଲେ । କିନ୍ତୁ ନିଜ ଅଜବ ଧରଣର ମେକଅପକୁ ନେଇ ଟ୍ରୋଲ କରାଯାଉଛି । କେତେ ଜଣ ତ ଦୀପିକାଙ୍କୁ “ଦେଶୀ ଜୁଲିୟା ଫକ୍ସ” ବୋଲି କହିଦେଇଛନ୍ତି । କହିରଖିବା ଉଚିତ ହେବକି ଜୁଲିୟା ଫକ୍ସ ହେଉଛନ୍ତି ଜଣେ ଇଟାଲିୟନ- ଆମେରି ସାମ୍ନା କରିଛନ୍ତି ଦୀପିକା । ଅନ୍ୟ ପକ୍ଷରେ ଦୀପିକା କାନ୍ସରେ ଜଣେ ଜୁରୀ ଭାବେ ଯୋଗ ଦେବାକୁ ଯାଉଛନ୍ତି ।
View this post on Instagram
ଅଭିନେତ୍ରୀ ଦୀପିକା ପାଦୁକୋନ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ଏହି ଫୋଟୋ ପୋଷ୍ଟ କରିଛନ୍ତି । ଯେବେକି ଏହାର କ୍ୟାପ୍ସନରେ ଲେଖିଛନ୍ତିକି, ” ଏହି ଶାଢ଼ୀ ପଛର ଏକ ବିଶେଷ କାହାଣୀ ରହିଛି, ଯାହା ବାବଦରେ କହିବା ସେ କେବେ ବି ବନ୍ଦ କରିବେ ନାହିଁ ।” ସବ୍ୟସାଚୀ ମୁଖାର୍ଜୀ କୁହନ୍ତିକି ବିଶ୍ୱର କେଉଁ ସ୍ଥାନରେ ତୁମେ ଅଛ ତାହାକୁ ନେଇ କିଛି ଫରକ ପଡେ ନାହିଁ । ଶାଢ଼ୀର ଏକ ଭିନ୍ନ ସ୍ଥାନ ରହିଛି । ସବ୍ୟସାଚୀଙ୍କର ଏହି ବକ୍ତବ୍ୟକୁ ନେଇ ଦୀପିକା ବି ସମର୍ଥିତ ଥିବା ବି କହିଛନ୍ତି । ଶାଢ଼ୀକୁ ନେଇ ଦୀପିକାଙ୍କ ମତାମତକୁ ଫ୍ୟାନ୍ସ ମାନେ ଖୁବ ପସନ୍ଦ କରିଛନ୍ତି । ଦୀପିକାଙ୍କ ଆଇସାଡୋ ଉପରେ କମେଣ୍ଟ କରି ତା ଉପରେ ଏକ କାନ୍ଦୁଥିବା ଇମୋଜୀ ସେୟାର କରିଛନ୍ତି ।
ଯେବେକି ଜଣେ ୟୁଜର ଖୋଲାଖୋଲି ଭାବେ ଲେଖିଛନ୍ତିକି, “ସଚୋତଟା ସହିତ କହିବିଯେ ଆପଣଙ୍କ ଏହି ଲୁକ ତାଙ୍କୁ ଆଦୌ ବି ପସନ୍ଦ ଆସିନାହିଁ । ଯେବେକି ଅନ୍ୟ ଜଣେ ୟୁଜର ଲେଖିଛନ୍ତିକି, ” ଏଥିରେ କିଛି ବି ନୂଆ ନାହିଁ । ଗତ କିଛି ବର୍ଷ ଧରି ଆପଣ ଗୋଟିଏ ପ୍ରକାରର କଲେକ୍ସନ ପିନ୍ଧି ଆସୁଛନ୍ତି ।” ଯେବେକି ଅନ୍ୟଜଣେ ଲେଖିଛନ୍ତି ଭୁଲରେ କିଛି ଅଧିକ କାଜଲ ଲାଗି ଯାଇଛି । ଯେବେକି ଜଣେ ୟୁଜର ଲେଖିଛନ୍ତିକି, ଦୀପିକା ଆଜି ତୁମେ ପୁରା ରାକ୍ଷସୀ ପରି ଦେଖାଯାଉଛ ।