ସାରା ଦେଶରେ ଗଣେଶ ପୂଜା ଖୁବ୍ ଆଡମ୍ବର ସହ ପାଳନ କରାଯାଉଛି । ଏନେଇ ବଲିଉଡ୍ ସେଲିବ୍ରେଟି ମାନେ ମଧ୍ୟ ଗଣେଷ ପୂଜାକୁ ଖୁବ ଧୁମଧାମରେ ପାଳନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ଅବସରରେ ଦୀପିକା ପାଦୁକୋନ ଓ ରଣବୀର ସିଂହଙ୍କର ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଦେଖିବାକୁ ମିଳିଛି । ଯେଉଁ ଭିଡିଓରେ କି ଏହି ଦମ୍ପତି ଗଣେଶଙ୍କର ଆଶୀର୍ବାଦ ନେଉଥିବା ଦେଖିବାକୁ ମିଳିଛି ।
ଦୀପିକା ଓ ରଣବୀର ବିଜନେସ ଟାଇକୁନ ମୁକେଶ ଏବଂ ନୀତା ଆମ୍ବାନୀଙ୍କ ଘରେ ହୋଇଥିବା ଗଣେଶ ଉତ୍ସବରେ ଯୋଗ ଦେଇଥିଲେ। ଯେଉଁଠି ନୂଆ କରି ପିତାମାତା ହୋଇଥିବା ଦିପିକା ଓ ରଣବୀର ଗଣେଶ ପାଖରେ ପ୍ରଣାମ କରିଥିଲେ । ରଣବୀରଙ୍କ ଲୁକ୍ ସମସ୍ତଙ୍କ ଦୁଷ୍ଟି ଆକର୍ଷଣ କରିଥିଲେ ।
ସେ କ୍ଲିନ ସେଭ ଲୁକରେ ଦେଖାଯାଇଥିଲେ । ଦୀପିକା ଏକ ଗୋଲଡେନ୍ କୁର୍ତ୍ତା ଏବଂ କେଶ ବନରେ ଖୁବ ସୁନ୍ଦର ଦେଖା ଯାଉଥିଲେ । ରଣବୀରଙ୍କୁ କୁର୍ତ୍ତା ପାଇଜାମା ଏବଂ ହାଫ୍ ଜାକେଟରେ ଦେଖାଯାଇଥିଲା । ଦୁହେଁ ଗଣେଶଙ୍କୁ ପୂଜା କରିଥିଲେ। ତେବେ ଏହି ଭିଡିଓରେ ସେମାନଙ୍କ ଝିଅ ଦୁଆକୁ ଦେଖିବାକୁ ମିଳି ନଥିଲା ।
ମହାରାଷ୍ଟ୍ର ମନ୍ତ୍ରୀ ଦେବେନ୍ଦ୍ର ଫଣ୍ଣାଣ୍ଡିଜ୍ ଏବଂ ତାଙ୍କ ଝିଅ ଅମୃତା ଫର୍ଣ୍ଣାଣ୍ଡିଜ୍ ଟିନା ଅମ୍ବାନୀ ,ରାଧିକା ମୋର୍ଚ୍ଚାଣ୍ଟ,ଅନନ୍ତ ଆମ୍ବାନୀଙ୍କୁ ଦେଖିବାକୁ ମିଳିଛି । ଦୀପିକାଙ୍କ ସୁନ୍ଦର ଲୁକ କୁ ଦେଖି ପ୍ରଶସଂକ ମାନେ ଖୁବ ପସନ୍ଦ କରିଛନ୍ତି । ଏହି ଦମ୍ପତିଙ୍କୁ ଏକା ସାଙ୍ଗରେ ଦେଖି ତାଙ୍କ ପ୍ରଶଂସକ ମାନେ ବେଶ୍ ଖୁସି ହୋଇଛନ୍ତି । ଏହି ଭାଇରାଲ୍ ଭିଡିଓରେ ଦୀପିକା ଓ ରଣବୀରଙ୍କୁ ବହୁତ ମାତ୍ରାରେ ହାର୍ଟ ଇମୋଜି ଦେଇଥିବା ଦେଖିବାକୁ ମିଳିଛି ।
Also read: ‘ପରମ ସୁନ୍ଦରୀ’ ଫିଲ୍ମ ଦେଖିବାକୁ ଫ୍ୟାନ୍ସ କରିଛନ୍ତି ଅପେକ୍ଷା, ୨୪ ଘଣ୍ଟାରେ ବିକ୍ରି ହେଲା ଏତିକି ଟିକେଟ୍