ଭୋଟ୍‌ ଦେଲେ ଦୀପିକା ପାଦୁକୋନ୍‌ ଓ ରଣବୀର ସିଂ, ବେବି ବମ୍ପ୍‌ ଲୁଚାଉଥିବାର ନଜର ଆସିଲେ ଅଭିନେତ୍ରୀ

ଦେଶରେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ମୁମ୍ବାଇରେ ମଧ୍ୟ ସେଲିବ୍ରିଟିମାନେ ମତଦାନ କେନ୍ଦ୍ରରେ ପହଞ୍ଚି ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି ।

ଦେଶରେ ଆଜି ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି । ମୁମ୍ବାଇରେ ମଧ୍ୟ ସେଲିବ୍ରିଟିମାନେ ମତଦାନ କେନ୍ଦ୍ରରେ ପହଞ୍ଚି ସେମାନଙ୍କ ମତ ସାବ୍ୟସ୍ତ କରୁଛନ୍ତି । ଅକ୍ଷୟ କୁମାର, ଜାହ୍ନବୀ କପୁର, ବରୁଣ ଧୱନ, ଅନିଲ କପୁରଙ୍କ ପରି ତାରକା ନିଜର ମତ ସାବ୍ୟସ୍ତ କରିଥିବା ବେଳେ ଦୀପିକା ପାଦୁକୋନ ଓ ରଣବୀର ସିଂ ମଧ୍ୟ ଭୋଟ୍ ଦେବାକୁ ପହଞ୍ଚିଥିଲେ । ଦୁହିଁଙ୍କୁ ଦେଖିବା ପାଇଁ ବୁଥ୍‌ରେ ପ୍ରବଳ ଭିଡ଼ ଜମିଥିଲା ।

ଦୀପିକା ପାଦୁକୋନ ଓ ରଣବୀର ସିଂ ଉଭୟ ଧଳା ସାର୍ଟ ଏବଂ ନୀଳ ଜିନ୍ସରେ ଟ୍ଵିନିଂ କରିଥିବାର ନଜର ଆସିଥିଲେ । କେବଳ ଏତିକି ନୁହେଁ, ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ୍‌ର ଝଲକ୍‌ ମଧ୍ୟ ଦେଖିବାକୁ ମିଳିଥିଲା । ଏହାକୁ ସେ ତାଙ୍କ ଢିଲା ସାର୍ଟରେ ଲୁଚାଉଥିବାର ଦେଖାଯାଇଥିଲେ, ଯାହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ।

ଭିଡିଓରେ ଅଭିନେତ୍ରୀଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂ ତାଙ୍କୁ ଭିଡ଼ ଭିତରୁ ବାହାରକୁ ନେଉଥିବାର ନଜର ଆସୁଛନ୍ତି । ରଣବୀର ତାଙ୍କ ଗର୍ଭବତୀ ପତ୍ନୀଙ୍କ ହାତ ଧରି ନେଉଥିବାର ଦେଖାଯାଉଛନ୍ତି । ତେବେ ଏହି ସମୟରେ ଅଭିନେତ୍ରୀଙ୍କ ବେବି ବମ୍ପ୍‌ ଲୋକଙ୍କୁ ଦେଖାଯାଇଥିଲା । ପୂର୍ବରୁ ମଧ୍ୟ ଅନେକ ଥର ଅଭିନେତ୍ରୀ ବେବି ବମ୍ପ୍‌ ସହିତ ନଜର ଆସିଛନ୍ତି ।

କହି ରଖୁଛୁ, ଖୁବ୍ ଶୀଘ୍ର ଦୀପିକା ପାଦୁକୋନ୍ ଓ ରଣବୀର ସିଂ ଉଭୟ ଆଗାମୀ ଫିଲ୍ମ ‘ସିଂଘମ୍‌ ଏଗେନ୍‌’ରେ ଏକାଠି ଦେଖିବାକୁ ମିଳିବେ । ଅଭିନେତ୍ରୀ ଏହାର ସୁଟିଂ ମଧ୍ୟ ଶେଷ କରିବାରେ ବ୍ୟସ୍ତ ଅଛନ୍ତି । ଏହି ଚଳଚ୍ଚିତ୍ରରେ ଦୀପିକା ଜଣେ ମହିଳା ପୋଲିସ୍ ଅଧିକାରୀ ଭୂମିକାରେ ଅଭିନୟ କରୁଛନ୍ତି । ଏଥିରେ ତାଙ୍କର ଆକ୍ସନ୍ ଷ୍ଟାଇଲ୍ ଦେଖିବାକୁ ମିଳିବ । ଏହି ଫିଲ୍ମରେ ରଣବୀର ମଧ୍ୟ ପୁଣି ସିମ୍ବା ଭୂମିକାରେ ନଜର ଆସିବେ । ‘ସିଂଘମ୍‌ ଏଗେନ୍‌’ ସେଟ୍‌ରୁ ଦୀପିକାଙ୍କ ବେବି ବମ୍ପ୍‌ ଫଟୋ ମଧ୍ୟ ଖୁବ୍‌ ଭାଇରାଲ୍ ହୋଇଥିଲା ।

You might also like