ଦୀପିକାଙ୍କ ରେକର୍ଡ : ‘୨୦୨୩ ଏକାଡେମୀ ମ୍ୟୁଜିୟମ ଗାଲା’ ଇଭେଣ୍ଟରେ ଯୋଗଥିବା ପ୍ରଥମ ବଲିଉଡ ଅଭିନେତ୍ରୀ

ଦୀପିକା ପାଦୁକୋନ ଗତକାଲି ‘୨୦୨୩ ଏକାଡେମୀ ମ୍ୟୁାଜିକ୍‌ ଗାଲା’ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ତେବେ ଓସ୍କାର ପରେ ଏହି ଇଭେଣ୍ଟ ଦେଶର ଦ୍ୱିତୀୟ ବୃହତମ ଶୋ, ଯେଉଁ ଠାରେ ଦୀପିକା ଯାଇ ଦେଶର ନାମ ଆଗକୁ ନେଇଛନ୍ତି ।

ବଲିଉଡ ଇଣ୍ଡଷ୍ଟ୍ରୀରେ ଟପ୍‌ ହିରୋଇନ୍‌ଙ୍କ ମଧ୍ୟରେ ଦୀପିକା ପାଦୁକୋନଙ୍କ ନାମ ଆସିଥାଏ । ଦୀପିକା ବଲିଉଡର ଅନେକ ହିଟ୍‌ ଫିଲ୍ମରେ କାମ କରିଛନ୍ତି । ଏହା ବ୍ୟତୀତ ଅଭିନେତ୍ରୀ ହଲିଉଡ୍‌ରେ ମଧ୍ୟ ନିଜ ଅଭିନୟର ଝଲକ୍‌ ଦେଖାଇଛନ୍ତି । ଏହା ସହ ଅଭିନେତ୍ରୀ ଅନେକ ଥର ତାଙ୍କ କାମ ପାଇଁ ଦେଶର ମଧ୍ୟ ନାମ ଆଗକୁ ନେଇଛନ୍ତି । ଏପରି ଭାବେ ମଧ୍ୟ ଦୀପିକା ଗୋଟିଏ ଥର ଦେଶରେ ପରିବର୍ତ୍ତନ ଆଣିବା ପାଇଁ ମଧ୍ୟ ଯୋଗଦାନ ଦେଇଛନ୍ତି ।

ଚଳିତ ବର୍ଷ ଦୀପିକା ପାଦୁକୋନ ଓସ୍କାରରେ ଭାରତୀୟ ଗୀତକୁ ପ୍ରେଜେଣ୍ଟ କରିବାକୁ ଷ୍ଟେଜ୍‌ରେ ପାଦ ଦେଇ ଇତିହାସ ସୃଷ୍ଟି କରିଥିଲେ । ବର୍ତ୍ତମାନ ଏହି ବର୍ଷ ଶେଷ ହେବାକୁ ଯାଉଛି ଏବଂ ଦୀପିକା ତାଙ୍କ ଜୀବନରେ ଏପରି କିଛି କରିଛନ୍ତି, ଯାହା ଆଜି ପର୍ଯ୍ୟନ୍ତର ସବୁ ଠାରୁ ବଡ ଏବଂ ବିଶେଷ ସଫଳତା ହୋଇଛି । ଯାହାର ଫଟୋ ଦୀପିକା ତାଙ୍କ ସୋସଆଲ ମିଡିଆ ଆକାଉଣ୍ଟ X ରେ ପୋଷ୍ଟ କରିଛନ୍ତି ।

ବାସ୍ତବରେ ଦୀପିକା ପାଦୁକୋନ ଗତକାଲି ‘୨୦୨୩ ଏକାଡେମୀ ମ୍ୟୁଜିୟମ ଗାଲା’ ଇଭେଣ୍ଟରେ ଅଂଶଗ୍ରହଣ କରିଥିଲେ । ଏହିପରିି ଭାବେ ଏହି ଇଭେଣ୍ଟରେ ଭାଗ ନେଇଥିବାର ପ୍ରଥମ ଭାରତୀୟ ଅଭିନେତ୍ରୀ ହୋଇଛନ୍ତି । ଏହି ଇଭେଣ୍ଟରେ ଦୀପିକା ବ୍ଲୁ ଗାଇନ୍‌ ପିନ୍ଧିଥିଲେ ଏବଂ ସେହି ଗାଉନ୍‌ରେ ସେ ବହୁତ ସୁନ୍ଦର ଦେଖାଯାଉଥିଲେ । ତେବେ ଓସ୍କାର ପରେ ଏହି ଇଭେଣ୍ଟ ଦେଶର ଦ୍ୱିତୀୟ ବୃହତମ ଶୋ, ଯେଉଁ ଠାରେ ଦୀପିକା ଯାଇ ଦେଶର ନାମ ଆଗକୁ ନେଇଛନ୍ତି ।

ଯଦି ଦୀପିକାଙ୍କ କାମ ବିଷୟରେ କହିବା, ତାହେଲେ ଏହି ବର୍ଷ ଶାରୁଖାନ୍‌ଙ୍କ ସହ ତାଙ୍କ ଫିଲ୍ମ ‘ପଠାନ’ ପୂରା ବିଶ୍ୱରେ ୧ କୋଟି ଟଙ୍କା ରୋଜଗାର କରି ଏକ ରେକର୍ଡ ସୃଷ୍ଟି କରିଛି । ଏହାସହ ଏବେ ଦୀପିକା ପାଦୁକୋନ ହ୍ରିତିକ ରୋଶନଙ୍କ ସହ ତାଙ୍କ ଅପ୍‌କମିଂ ଫିଲ୍ମ ‘ଫାଇଟର’ ରେ ନଜର ଆସିବା ପାଇଁ ଯାଉଛନ୍ତି ।

Leave A Reply

Your email address will not be published.