‘ତୁମେ ମୋ ସୁପର ଡ୍ରଗ୍ସ’: ସ୍ୱାମୀ ରଣବୀରଙ୍କୁ ଏମିତି କହିଲେ ଦୀପିକା, ଭାଇରଲ ହେଉଛି ପୋଷ୍ଟ

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ ଆଙ୍ଗେଲ ସାମ୍ନାକୁ ଆସିଛି। ଯାହାର ଯାଞ୍ଚ ଏନସିବି କରୁଛି। ଡ୍ରଗ୍ସ ସେବନ ଏବଂ ଦେଣନେଣ କାରବାରରେ ଏନସିବି ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ଭାଇ ସୌଭିକଙ୍କ ସମେତ ଅନେକ ଲୋକଙ୍କୁ ଗିରଫ କରିଛି। ଏହି ସମ୍ପର୍କରେ ରିୟାଙ୍କୁ ପଚରାଉଚରା ମଧ୍ୟ ଜାରି ରହିଛି । ଏହି ପ୍ରସଙ୍ଗରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି।

ମିଡିଆ ରିପୋର୍ଟ ଅନୁଯାୟୀ, ଏନସିବିକୁ ରିୟା ଚକ୍ରବର୍ତ୍ତୀ ଏବଂ ଦୀପିକା ପାଦୁକୋନ ମ୍ୟାନେଜରଙ୍କ ହ୍ବାଟସ୍ ଆପ୍ ଚାଟ୍ ମିଳିଛି। ଏହି ଚାଟରେ, ଦୁହେଁ କିଛି ଲୋକଙ୍କ ନାଁର ପ୍ରଥମ ଅକ୍ଷରକୁ ନେଇ କଥାବାର୍ତ୍ତା ହୋଇଛନ୍ତି । ଯେମିତି କି କୁହାଯାଉଛି, ଏହା ହେଉଛି ବଲିଉଡ ଅଭିନେତ୍ରୀଙ୍କ ନାଁର ପ୍ରଥମ ଅକ୍ଷର । ଖବର ଅନୁଯାୟୀ, ରିୟା N, J, S, D, K ସହିତ ଡ୍ରଗ୍ସ ଦେବା ନେବା କଥା ହୋଇଛନ୍ତି। ଏମିତି କି ଏହି ମାମଲାରେ ଏବେ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ନାମ ମଧ୍ୟ ଯୋଡାଯାଉଛି।

padukone

କେବଳ ଏତିକି ନୁହେଁ, ଦୀପିକା ପାଦୁକୋନଙ୍କ ଏକ ପୁରୁଣା ପୋଷ୍ଟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଏହି ପୋଷ୍ଟରେ ସେ ତାଙ୍କ ସ୍ୱାମୀ ତଥା ଅଭିନେତା ରଣବୀର ସିଂଙ୍କୁ ‘ତୁମେ ମୋର ସୁପର ଡ୍ରଗ୍’ ବୋଲି କହୁଛନ୍ତି। ଦୀପିକା ପାଦୁକୋନଙ୍କ ଏହି ପୋଷ୍ଟ ଗତ ବର୍ଷ ନଭେମ୍ବର ୧୯ ତାରିଖର ଯାହାକୁ ସେ ନିଜ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ରଣବୀର ସିଂଙ୍କ ଏକ ଫଟୋ ସେୟାର କରିଛନ୍ତି। ଫଟୋରେ ଥିବା ତାଙ୍କ ଟି-ସାର୍ଟରେ ଲେଖାଥିଲା, ‘ପ୍ରେମ ହେଉଛି ଏକ ସୁପର ପାୱାର୍ ।

 

View this post on Instagram

 

& you…my super drug!💝

A post shared by Deepika Padukone (@deepikapadukone) on


ଏହି ଫଟୋ ସେୟାର କରି ଦୀପିକା ପାଦୁକୋନ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ‘ଏବଂ ତୁମେ ମୋର ସୁପର ଡ୍ରଗ୍’ । ରିୟା ଚକ୍ରବର୍ତ୍ତୀଙ୍କ ଚାଟରେ କିଛି ଅଭିନେତ୍ରୀଙ୍କ ନାମ ଖୁଲାସା ହେବା ପରେ ଦୀପିକା ପାଦୁକୋନଙ୍କ ଏହି ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.