ମନୋରଂଜନ

ଭୋଟିଂ ପାଇଁ ଯିବା ସମୟରେ ବେବିବମ୍ପକୁ ନେଇ ଟ୍ରୋଲ୍ ହେଲେ ଦୀପିକା, ସପୋର୍ଟ କଲେ ଅଲିଆ

ଦୀପିକା ପାଦୁକୋନ ଏବଂ ରଣବୀର ସିଂ ଚଳିତ ବର୍ଷ ସେମାନଙ୍କର ପ୍ରଥମ ସନ୍ତାନକୁ ଏହି ଦୁନିଆରେ ସ୍ୱାଗତ କରିବେ । ତେବେ ଦୀପିକା ଓ ରଣବୀର ଏହି ଖୁସି ଖବର ଚଳିତ ବର୍ଷ ଆରମ୍ଭରେ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି । ଦୀପିକା ଏକ ପୋଷ୍ଟ ମାଧ୍ୟମରେ ପ୍ରଶଂସକମାନଙ୍କୁ କହିଥିଲେ ଯେ ସେ ମା ହେବାକୁ ଯାଉଛନ୍ତି । ତେବେ ଗର୍ଭାବସ୍ଥା ବିଷୟରେ ଘୋଷଣା ହେବା ପରେ ଅଭିନେତ୍ରୀ ସୋସିଆଲ ମିଡିଆରେ ଅନେକ ନେଗେଟିଭିଟିର ସମ୍ମୁଖୀନ ହେଉଛନ୍ତି । କିନ୍ତୁ ବର୍ତ୍ତମାନ ତାଙ୍କ ଫ୍ରେଣ୍ଡ ଅର୍ଥାତ ଅଭିନେତ୍ରୀ ଆଲିଆ ଭଟ୍ଟ ଏଥିପାଇଁ ଦୀପିକାଙ୍କୁ ସମର୍ଥନ କରିଛନ୍ତି । ତେବେ ଦୀପିକା ପାଦୁକୋନଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଉଥିବା ଟ୍ରୋଲଗୁଡିକ ଉପରେ ଆଲିଆ ଜୋରଦାର ପ୍ରତିକ୍ରିୟା ଦେଇଛନ୍ତି ।

ତେବେ ଗର୍ଭଧାରଣ ଘୋଷଣା ପରେ ଦୀପିକାଙ୍କୁ ସ୍ୱାମୀ ରଣବୀର ସିଂଙ୍କ ସହ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଥିଲା । ଅଭିନେତ୍ରୀ ମୁମ୍ବାଇ ଲୋକସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ଭୋଟ୍ ଦେବାକୁ ବାହାରିଥିଲେ । ଏହି ସମୟରେ ଦୀପିକା ଏକ ଧଳା ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ଦୀପିକାଙ୍କ ବେବି ବମ୍ପ୍‌ ସ୍ପଷ୍ଟ ଦେଖାଯାଉଥିଲା । ଏନେଇ ନେଟେନିଜେନ୍ସମାନେ ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରି ତାଙ୍କ ଶରୀର ଉପରେ କିଛି ଅଶ୍ଳୀଳ ମନ୍ତବ୍ୟ ଦେଇଥିଲେ ଏବଂ ଏପରିକି ତାଙ୍କ ବେବେି ବମ୍ପ୍‌କୁ “ନକଲି” ବୋଲି କହିଥିଲେ ।

ସୋସିଆଲ ମିଡିଆରେ ଚାଲିଥିବା ଅଭିନେତ୍ରୀଙ୍କ ଟ୍ରୋଲ ମଧ୍ୟରେ ଫାଏ ଡି’ସୁଜା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜ ପ୍ରତିକ୍ରିୟା ଲେଖି ଦୀପିକାଙ୍କୁ ସମର୍ଥନ ଜଣାଇଛନ୍ତି । ଯେଉଁଥିରେ ଆଲିଆ ଭଟ୍ଟ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଫାଏ ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ପ୍ରିୟ ସୋସିଆଲ ମିଡିଆ ୟୁଜର, ଦୀପିକା ପାଦୁକୋନ ଭୋଟ୍ ଦେବାକୁ ବାହାରିଥିଲେ । ସେ ତାଙ୍କ ଶରୀର କିମ୍ବା ଗର୍ଭଧାରଣ ବିଷୟରେ ଆପଣଙ୍କ ମତାମତ ମାଗିନଥିଲେ । ତାଙ୍କ ଉପରେ କୌଣସି ମନ୍ତବ୍ୟ ଦେବାପାଇଁ ଆପଣଙ୍କୁ ଅଧିକାର ନାହିଁ । ଏହାକୁ ବନ୍ଦ କର । ତେବେ ଆଲିଆ ଭଟ୍ଟ ମଧ୍ୟ ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

କେବଳ ଆଲିଆ ନୁହେଁ, ତାଙ୍କ ଭଉଣୀ ପୂଜା ଭଟ୍ଟ, ଶାହିନ୍ ଭଟ୍ଟ ଏବଂ ତାଙ୍କ ମା ସୋନି ରାଜଦାନ ମଧ୍ୟ ଏହି ପୋଷ୍ଟକୁ ଲାଇକ୍‌ କରି ଦୀପିକାଙ୍କୁ ସମର୍ଥନ ଜଣାଇଛନ୍ତି । ଏମାନଙ୍କ ବ୍ୟତୀତ ଏହି ପୋଷ୍ଟରେ ଅନ୍ୟ ଅନେକ ସେଲିବ୍ରିଟି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ଏହି ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ସୃଷ୍ଟି ସେଠ୍‌ ଲେଖିଛନ୍ତି, ସୈଭାଗ୍ୟବଶତ ଦୀପିକା ପାଦୁକୋନ୍ ଏବେ ଏତେ ବ୍ୟସ୍ତ ଅଛନ୍ତି ଯେ ସେ ଏଥିପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଅଭିନେତ୍ରୀଙ୍କ ପାଇଁ ଆଲିଆ ଭଟ୍ଟଙ୍କ ସମର୍ଥନରେ ଦୀପିକାଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, ଆଲିଆଙ୍କୁ ଘୃଣା ମିଳିବା ପରେ ମୁଁ ଡିପିଙ୍କ ପ୍ରତି ସହାନୁଭୂତି ଦେଖିପାରୁଛି । ଅନ୍ୟ ଜଣେ କହିଲା, “ହଁ, ଏଥର ସେମାନଙ୍କର ସମର୍ଥନ ଦରକାର ! ସେଲିବ୍ରେଟିମାନେ ଏହି ପରି ଅନେକ ପ୍ରକାରର ଦେଇଛନ୍ତି ।

D Sonali

Recent Posts

ତାଜା ଅପଡ଼େଟ : ଜାଣନ୍ତୁ ଆପଣଙ୍କ ସହରରେ ପେଟ୍ରୋଲ ଦର ବଢିଛି ନା କମିଛି ?

ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୧୦୦ ଟଙ୍କା ୯୨ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା…

7 mins ago

ଟି-ଟ୍ବେଣ୍ଟି ବିଶ୍ବକପ୍ : ସୁପର-୮ରେ ଭାରତର ଦ୍ବିତୀୟ ବିଜୟ, ବାଂଲାଦେଶକୁ ୫୦ ରନରେ କଲା ପରାସ୍ତ

ଟି-ଟ୍ବେଣ୍ଟି ବିଶ୍ବକପ୍ ରେ ବାଂଲାଦେଶକୁ ହରାଇ ସୁପର-୮ରେ ଭାରତର କ୍ରମାଗତ ବିଜୟ । ବାଂଲାଦେଶକୁ ୫୦ ରନରେ ପରାସ୍ତ କରି…

15 mins ago

ସ୍ଥିର ରହିଛି ସୁନା ଦର, କିଣିବାକୁ ଚାହୁଁଛନ୍ତି କି ଆଜି ହିଁ ନେଇ ଆସନ୍ତୁ

ଆଜି ସ୍ଥିର ରହିଛି ସୁନା-ରୂପା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି ତେବେ…

31 mins ago

ବାରିପଦା ବସ ଷ୍ଟାଣ୍ଡରେ ହଣାକଟା ଘଟଣା: ଉଭୟ ପକ୍ଷରୁ ୧୦ ଜଣଙ୍କୁ ଗିରଫ କରିଛି ପୋଲିସ୍

ବାରିପଦା (କେନ୍ୟୁଜ): ବାରିପଦା ଘରୋଇ ବସଷ୍ଟାଣ୍ଡରେ ହଣାକଟା ଘଟଣାରେ ପୋଲିସର ଆକ୍ସନ । ଦୁଇଟି ପୃଥକ ପୃଥକ ମାମଲା ରୁଜୁ…

40 mins ago

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

49 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

1 hour ago