ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ ପାଇଁ ଦୀପିକା ପାଦୁକୋନ୍‌ ଚାର୍ଜ କଲେ ଏତେ କୋଟି ଟଙ୍କା, ଶୁଣିଲେ ଉଡ଼ିଯିବ ହୋସ୍‌

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌, ଶାହାରୁଖ ଖାନ୍‌ଙ୍କ ଫିଲ୍ମ ‘ପଠାନ୍‌’ରେ ନଜର ଆସିବାକୁ ଯାଉଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଏହି ଫିଲ୍ମ ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ଡ କରିଛନ୍ତି। ସୂଚନା ମୁତାବକ ଦୀପିକା ପାଦୁକୋନ୍‌ ‘ପଠାନ୍‌’ ଫିଲ୍ମ ପାଇଁ ୧୫ କୋଟି ଟଙ୍କା ଚାର୍ଜ କରିଛନ୍ତି।

ସୂଚନାଯୋଗ୍ୟ ଯେ ଏବେ ଯାଏଁ ପଠାନ୍‌ ଫିଲ୍ମ ବିଷୟରେ ନିର୍ମାତାଙ୍କ ତରଫରୁ କୌଣସି ଅଫିସିଆଲ ଘୋଷଣା କରାଯାଇନାହିଁ। ଏମିତି କି ଫିଲ୍ମର ନାଁ ବିଷୟରେ ବି ସ୍ପଷ୍ଟ ସୂଚନା ଦିଆଯାଇନାହିଁ। କୁହାଯାଉଛି ଶାହାରୁଖ ଖାନ୍‌ ଚଳିତମାସ ଶେଷରେ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଅନ୍ୟପଟେ ଦୀପିକା ଏବେ ଗୋଆରେ ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଫିଲ୍ମର ସୁଟିଂରେ ବ୍ୟସ୍ତ ଅଛନ୍ତି।

deepika

ପ୍ରକାଶ ଯେ ପ୍ରଥମେ ଶାହାରୁଖ ଓ ଦୀପିକା ଓମ୍‌ ଶାନ୍ତ ଓମ୍‌ ଓ ପରେ ଚେନ୍ନାଇ ଏକ୍ସପ୍ରେସ ଫିଲ୍ମରେ ଏକାଠି ନଜର ଆସିଥିଲେ। ଫିଲ୍ମରେ ଦୀପିକାଙ୍କ ରୋଲକୁ ଦର୍ଶକମାନେ ଖୁବ୍‌ ପସନ୍ଦ ମଧ୍ୟ କରିଥିଲେ। ତେବେ ଶୁଣିବାକୁ ମିଳୁଛି ଯେ ପଠାନ୍‌ରେ ସଲମାନ୍‌ ଖାନ୍‌ଙ୍କ କେମିଓ ରୋଲ ମଧ୍ୟ ରହିଛି। ସେହିପରି ଶାହାରୁଖ ପ୍ରମୁଖ ଭୂମିକାରେ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.