ମା’ ହେବାର ୯ ଦିନ ପରେ ହସପିଟାଲରୁ ଡିସଚାର୍ଜ ହେଲେ ଦୀପିକା, ବଦଳାଇଲେ ଇନଷ୍ଟାଗ୍ରାମ ବାୟୋ

ଶେଷରେ ଦୀପିକା ପାଦୁକୋନଙ୍କୁ ହସପିଟାଲରୁ ୯ ଦିନ ପରେ ଛୁଟି ମିଳିଛି । ନିକଟରେ ଶିଶୁପୁତ୍ରୀକୁ ଜନ୍ମ ଦେଇଥିଲେ ଦୀପିକା । ଏବେ ହସପିଟାଲରୁ ଔପଚାରିକତା ପୁରା କରିବା ପରେ ଡିସଚାର୍ଜ କରାଯାଇଛି । ଦୀପିକା ହସପିଟାଲରୁ ବାହାରୁଥିବାର ଭିଡିଓ ଭାଇରଲ ହେଉଛି ।

ଦୀପିକା ଏବଂ ରଣବୀର ନିଜ କାରରେ ନବଜାତ ଶିଶୁକୁ ଧରି ହସପିଟାଲରୁ ବାହାରୁଥିବାର ଭିଡିଓ ଦେଖିବାକୁ ମିଳିଛି । ହସପିଟାଲରେ ଥିବା ସମୟରେ ବଲିଉଡ କିଙ୍ଗ ଶାହରୁଖ ଖାନ ଦୀପିକାଙ୍କ ସହିତ ଦେଖା ହୋଇଥିଲେ । ଗଣେଶ ପୂଜାର ଗୋଟେ ଦିନ ପୂର୍ବରୁ ଦୀପିକା ଏବଂ ରଣବୀର ବାପା ମା ହୋଇଛନ୍ତି । ଦୀପିକା ଶିଶୁ କନ୍ୟାକୁ ଜନ୍ମ ଦେବା ପୂର୍ବରୁ ରଣବୀରଙ୍କ ସହିତ ମୁମ୍ବାଇର ସିଦ୍ଧି ବିନାୟକ ମନ୍ଦିର ଦର୍ଶନ କରିବାକୁ ଯାଇଥିଲେ ।

୨୦୨୪ ଫେବୃଆରୀରେ ଇନଷ୍ଟାରେ ପୋଷ୍ଟ କରି ଗର୍ଭବତୀ ଥିବା ଖବର ଫ୍ୟାନ୍ସଙ୍କୁ ଦେଇଥିଲେ । ପୋଷ୍ଟରେ ଲେଖାଥିଲା.. ସେପ୍ଟେମ୍ବର ୨୦୨୪ । ଏହା ସହିତ ପିଲାର କପଡା, ଜୋତା ଏବଂ ବେଲୁନ ଥିଲା ।

ମା’ ହେବା ପରେ ଦୀପିକା ପାଦୁକୋନ ଇନଷ୍ଟାଗ୍ରାମର ବାୟୋକୁ ପରିବର୍ତ୍ତନ କରିଛନ୍ତି । ଦୀପିକା ନିଜ ଇନଷ୍ଟା ବାୟୋରେ ଲେଖିଛନ୍ତି, ଖିଲାଓ, ଡକାର ଲୋ ସୋ ଜାଓ ଓ ଦୋରାତେ ରହୋ… । ନିକଟରେ ଦୀପିକା ଏବଂ ରଣବୀର ଇନଷ୍ଟାଗ୍ରାମରେ ମେଟରନିଟି ଫଟୋଶୁଟ୍‌ ସେୟାର କରିଥିଲେ ।

deep insta

ରଣବୀର ଏବଂ ଦୀପିକା ନଭେମ୍ବର ୨୦୧୮ରେ ବିବାହ କରିଥିଲେ । ବାହାଘରର ୬ ବର୍ଷ ପରେ ମା’ ହୋଇଛନ୍ତି ଦୀପିକା । ମା’ ହେବା ପରେ ଦୀପିକାଙ୍କ ଫିଲ୍ମ ‘ସିଙ୍ଘ ଏଗେନ’ରେ ନଜର ଆସିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like