ସାଙ୍ଗ ବାହାଘରରେ ଖୁବ୍‌ ମସ୍ତି କରିବା ପରେ ଏବେ ଅସୁସ୍ଥ ହୋଇପଡ଼ିଛନ୍ତି ଦୀପିକା ପାଦୁକୋନ, ଦେଖନ୍ତୁ ଫଟୋ

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଅସୁସ୍ଥ ହୋଇପଡ଼ିଥିବାର ଖବର ଏବେ ଏବେ ସାମ୍ନାକୁ ଆସିଛି। ଦୀପିକା ନିଜ ସାଙ୍ଗ ଉର୍ବଶୀ କେଶବାନୀଙ୍କ ବିବାହ ଭୋଜିରୁ ଫେରିବା ପରେ ଅସୁସ୍ଥ ହୋଇପଡ଼ିଛନ୍ତି। ଦୀପିକା ନିଜ ସ୍ୱାମୀ ରଣବୀର ସିଂଙ୍କ ସହ ମିଶି ପାର୍ଟିରେ ଖୁବ୍‌ ମସ୍ତି କରିଥିଲେ। ଦୀପିକା ନିଜ ଇନ୍‌ଷ୍ଟାଗ୍ରାମ ଷ୍ଟୋରୀରେ ନିଜ ଫଟୋ ଶେୟାର କରି ଲେଖିଛନ୍ତି, ‘ଯେବେ ଆପଣ ନିଜ ବେଷ୍ଟ ଫ୍ରେଣ୍ଡ ବିବାହରେ ଅଧିକ ମସ୍ତି କରିଦେଇଥିବେ’। ଏହି ଫଟୋରେ ଦୀପିକା ବହୁତ ଥକିଯାଇଥିବାର ନଜର ଆସୁଛନ୍ତି। ଏହାସହ ସେ ନିଜ ମୁହଁରେ ଥର୍ମୋମିଟର ଲଗାଇଛନ୍ତି।

depika

ଏହାସହ ପଢ଼ନ୍ତୁ: ମହିଳାଙ୍କୁ ଦୁର୍ବ୍ୟବହାର କରିବା ପରେ ଏବେ ସୋସିଆଲ ମିଡିଆରେ ଏମିତି ଟ୍ରୋଲ୍‌ ହେଉଛନ୍ତି ରାନୁ ମଣ୍ଡଳ

କିଛି ଦିନ ପୂର୍ବରୁ ଦୀପିକା ଓ ରଣବୀରଙ୍କ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଦୁଇଜଣ ଖୁବ୍‌ ଡ୍ୟାନ୍ସ କରୁଥିଲେ। ଏଥିରେ ରଣବୀର ନିଜ ଫିଲ୍ମ ‘ଗଲି ବୟ’ର ର‍୍ୟାପ୍‌ ମଧ୍ୟ ଗାଇଥିଲେ। କହି ରଖୁଛୁ, ଦୀପିକା ଓ ରଣବୀର ୧୪ ନଭେମ୍ବରରେ ନିଜ ବିବାହର ପ୍ରଥମ ବାର୍ଷିକୀ ପାଳନ କରିବାକୁ ଯାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.