ଭାଇରସକୁ ହରାଇଲେ ଦୀପିକା ପାଦୁକୋନଙ୍କ ବାପା

ବଲିଉଡରେ ବି କରୋନା ତାର ସ୍ଥାନକୁ କାୟମ ରଖିଛି। ଲଗାତାର ଭାବେ ଅନେ କଳକାର ଏହି ମହାମାରୀରେ ସଂକ୍ରମିତ ହେଉଛନ୍ତି। ଏମାନଙ୍କ ମଧ୍ୟରୁ ଅନେକ କରୋନାକୁ ମାତ୍ ଦେଇଥିବାବେଳେ ଆଉ କିଛି କଳାକାରଙ୍କ ଜୀବନକୁ କରୋନା ନେଇଗଲା। ବର୍ତ୍ତମାନ କରୋନାକୁ ପରାସ୍ତ କରିବା ତାଲିକାରେ ଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ ମଧ୍ୟ ସାମିଲ ହୋଇଛନ୍ତି ।

prakashଦୀପିକା ପାଦୁକୋନଙ୍କ ବାପା ପ୍ରକାଶ ପାଦୁକୋନ, ମା’ ଉଜ୍ଜଲା ପାଦୁକୋନ ଏବଂ ଭଉଣୀ ଅନିଶା ପାଦୁକୋନ କରୋନା ସଂକ୍ରମିତ ହୋଇଥିଲେ। ଏହା ପରେ ତାଙ୍କ ବାପାଙ୍କୁ ମେ ୧ରେ ବେଙ୍ଗାଲୁରୁର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ବର୍ତ୍ତମାନ ଅଭିନେତ୍ରୀଙ୍କ ବାପା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିବା ସୂଚନା ରହିଛି।

ଏହି ସୂଚନା ଦୀପିକା ପାଦୁକୋନଙ୍କ ପରିବାରର ଘନିଷ୍ଠ ବିମଲ କୁମାର ଦେଇଛନ୍ତି। ଦୀପିକା ପାଦୁକୋନଙ୍କ ବାପାଙ୍କୁ ବାଙ୍ଗାଲୋରର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି କିନ୍ତୁ ଆସନ୍ତା ସପ୍ତାହ ସୁଦ୍ଧା ସେ ଡିସଚାର୍ଜ ହୋଇଯିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.