ଦୁନିଆର ସର୍ବଶ୍ରେଷ୍ଠ ସୁନ୍ଦରୀଙ୍କ ତାଲିକାରେ ସ୍ଥାନ ପାଇଲେ ଦୀପିକା ପାଦୁକୋନ, ଏମିତି ଥିଲା ସୁନ୍ଦରୀ ମନୋନୟନ

ଦୀପିକା ପାଦୁକୋନଙ୍କୁ ବଲିଉଡର ବହୁତ ଟାଲେଣ୍ଟେଡ ଅଭିନେତ୍ରୀ ବୋଲି ଧରାଯାଏ । ସେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ବହୁତ ଲୋକପ୍ରୟ । ଓମ୍‌ ଶାନ୍ତି ଓମରେ ନିଜର ଫିଲ୍ମ କ୍ୟାରିଅର ଆରମ୍ଭ କରିଥିବା ଦୀପିକା ଅନେକ ସୁପର ଡୁପର ହିଟ ଫିଲ୍ମ ଦେଇଛନ୍ତି । ନିଜର ସୁନ୍ଦର ଅଭିନୟ ପାଇଁ ସେ ପ୍ରଶଂସକଙ୍କ ହୃଦୟରେ ରହି ଆସିଛନ୍ତି । ସେହିପରି ସୁନ୍ଦରତାରେ ମଧ୍ୟ ଦୀପିକା ବହୁତ ଆଗରେ ଅଛନ୍ତି । ଦୁନିଆର ସର୍ବଶ୍ରେଷ୍ଠ ୧୦ ସୁନ୍ଦରୀଙ୍କ ତାଲିକାରେ ବଲିଉଡର ଦୀପିକା ପାଦୁକୋନ ମଧ୍ୟ ସାମିଲ ହୋଇଛନ୍ତି ।

ସର୍ବଶ୍ରେଷ୍ଠ ସୁନ୍ଦରୀ ତାଲିକାରେ ଦୀପିକା ୯ ନମ୍ବରରେ

ନିକଟରେ ପ୍ରକାଶ ପାଇଥିବା ସର୍ବଶ୍ରେଷ୍ଠ ସୁନ୍ଦରୀ ତାଲିକାରେ ଯୋଡି କାମରଙ୍କୁ ସର୍ବଶ୍ରେଷ୍ଠ ସୁନ୍ଦରୀ ଭାବେ ଘୋଷଣା କରାଯାଇଛି । ସେହିପରି କିମ୍‌ କାର୍ଦଶିୟନ ମଧ୍ୟ ଟପ ୧୦ ରେ ସ୍ଥାନ ରଖିଛନ୍ତି । ଏହାଛଡ଼ା ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ବିଶ୍ୱର ଟପ୍‌ ଟେନ ସୁନ୍ଦରୀ ତାଲିକାରେ ସ୍ଥାନ ଦଖଲ କରିଛନ୍ତି । ଯେ କି ଏକମାତ୍ର ଭାରତୀୟ ଅଭିନେତ୍ରୀ । ଦୀପିକା ଏହି ତାଲିକାର ୯ମ ସ୍ଥାନରେ ରହିଛନ୍ତି ।

ଏହି ତାଲିକା ଜଣେ ସାଇଣ୍ଟିଷ୍ଟ ତିଆରି କରିଛନ୍ତି । ସେ ବିଶ୍ୱର ସର୍ବଶ୍ରେଷ୍ଠ ସୁନ୍ଦରୀ ତାଲିକା ତିଆରି କରିବା ପାଇଁ ‘ଗୋଲ୍ଡେନ ରେଶୋ ଅଫ ବ୍ୟୁଟି’ ନାମରେ ଏକ ପ୍ରାଚୀନ ଗ୍ରୀକ୍‌ କୌଶଳ ବ୍ୟବହାର କରିବା ସହ ସର୍ବଶେଷ କମ୍ପ୍ୟୁଟରାଇଜଡ ମ୍ୟାପିଂ ତରିକା ବ୍ୟବହାର କରିଛନ୍ତି । ରିପୋର୍ଟ ଅନୁଯାୟୀ ‘ଗୋଲ୍ଡେନ ରେଶୋ ଅଫ ବ୍ୟୁଟି’ ବା ଯାହାକୁ Phi ବି କୁହାଯାଇଥାଏ । ଦୀପିକା ପାଦୁକୋନ ଏହି ସ୍କେଲରେ ୯୧.୨୨ ପ୍ରତିଶତ ସହ ଟପ ଟେନ ସୁନ୍ଦରୀ ମହିଳାଙ୍କ ତାଲିକାର ୯ମ ସ୍ଥାନରେ ରହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.