ମନୋରଂଜନ

ଖୁବ୍‌ ଶୀଘ୍ର ମା’ହେବେ ଦୀପିକା ପାଦୁକୋନ, ଇନଷ୍ଟାଗ୍ରାମରେ ସେୟାର କଲେ ଖବର

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଅଛନ୍ତି । ଏଥର ଦୀପିକା ଫ୍ୟାନ୍ସଙ୍କୁ ଏକ ବଡ ଖୁସି ଖବର ଦେଇଛନ୍ତି । ନିକଟରେ ଦୀପିକା ପାଦୁକୋନ ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ସେୟାର କରି କହିଛନ୍ତି, ଯେ ସେ ଗର୍ଭବତୀ ଅଛନ୍ତି ଏବଂ ଖୁବ୍‌ ଶୀଘ୍ର ସେ ମା’ ହେବେ ଏବଂ ରଣବୀର ସିଂ ବାପା ହେବେ । ଏହି ପୋଷ୍ଟ ଦେଖିବା ପରେ ଦୀପିକା ଏବଂ ରଣବୀର ସିଂଙ୍କ ଫ୍ୟାନ୍ସମାନେ ବହୁତ ଖୁସି ହୋଇଛନ୍ତି ଏବଂ ଅଭିନନ୍ଦନ ଜଣାଉଛନ୍ତି ।
ଇନଷ୍ଟାଗ୍ରାମ ପୋଷ୍ଟ ସହିତ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ମଧ୍ୟ ସେୟାର କରିଛନ୍ତି, ଯେ ସେମାନଙ୍କର ଶିଶୁ କେଉଁ ମାସରେ ଜନ୍ମ ହେବ । ସେୟାର ହୋଇଥିବା ପୋଷ୍ଟ ଅନୁଯାୟୀ, ସେପ୍ଟେମ୍ବରରେ ଉଭୟ ପିତାମାତା ହେବେ । ତେବେ ଏହି କପଲ୍‌ ଉଭୟ ପିତାମାତା ହେବା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହ ପୋଷ୍ଟରେ ଏକ ଫଟୋ ମଧ୍ୟ ସେୟାର କରାଯାଇଛି, ଯେଉଁଥିରେ ପିଲାମାନଙ୍କର ପୋଷାକ, ଖେଳନା ଏବଂ ଜୋତା ତିଆରି କରାଯାଏ ଏବଂ ସେପ୍ଟେମ୍ବର ୨୦୨୪ ଏହା ଉପରେ ଲେଖାଯାଇଛି । ଏହି ପୋଷ୍ଟର କ୍ୟାପସନରେ ନଜର ନ ଆସିବା ଭଳି ଇମୋଜି ମଧ୍ୟ ଦିଆ ଯାଇଛି । ତେବେ ଏହି ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଦୀପିକା ଗର୍ଭବତୀ ଏବଂ ଖୁବ୍ ଶୀଘ୍ର ମା’ ହେବାକୁ ଯାଉଛନ୍ତି ।
ଦୀପିକା ପାଦୁକୋନଙ୍କ ଏହି ପୋଷ୍ଟକୁ ନେଇ ଫ୍ୟାନ୍ସମାନେ କ୍ରମାଗତ ଭାବରେ କମେଣ୍ଟ କରୁଛନ୍ତି । ତେବେ ଜଣେ ୟୁଜର ଲେଖିଛନ୍ତି, ‘ଆମେ ଏହି କଥା ପାଇଁ ବହୁତ ସମୟରୁ ଅପେକ୍ଷା କରିଥିଲୁ’ । ସେହି ପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଅନେକ ଅଭିନନ୍ଦନ’ । ଏହା ବ୍ୟତୀତ ସେଲିବ୍ରେଟମାନେ ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶ୍ରେୟା ଘୋଷାଲ ଲେଖିଛନ୍ତି, ‘ଓଏମଜି’ ! ତୁମ ଦୁଇ ଜଣଙ୍କ ପାଇଁ ବହୁତ ଖୁସି ଏବଂ ବହୁତ ଉତ୍ସାହିତ’, ଏହା ସହ ଅନେକ ଅନେକ ଅଭିନନ୍ଦନ । ଏମାନଙ୍କ ବ୍ୟତୀତ ଶେହନାଜ ଗିଲ ଏବଂ ଡିଜାଇନର୍ ଫାଲଗୁନି ମଧ୍ୟ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।
ସୂଚନା ମୁତାବକ, ନିକଟରେ ଦୀପିକା ପାଦୁକୋନଙ୍କୁ ପ୍ଲେନ୍‌ରେ ଦେଖିବାକୁ ମିଳିଥିଲା । ତେବେ ଦୀପିକାଙ୍କ ଲୁଜ୍‌ କପଡା ଯୋଗୁ ଫ୍ୟାନ୍ସମାନେ ତାଙ୍କ ବେବି ବମ୍ପ୍‌କୁ ଦେଖିପାରିନଥିଲେ । ଏହା ପରେ ସେ ମା ହେବାକୁ ଯାଉଛନ୍ତି ବୋଲି କଥାବାର୍ତ୍ତା ଚାଲିଥିଲା । ବର୍ତ୍ତମାନ ସେ ଏହାକୁ ସମ୍ପୂର୍ଣ୍ଣ ଭାବେ ନିଶ୍ଚିତ କରିଛନ୍ତି । ନିକଟରେ ଏକ ଇଣ୍ଟରଭ୍ୟୁରେ ସେ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ କହିଥିଲେ ଯେ ସେ ଏବଂ ରଣବୀର ବର୍ତ୍ତମାନ ସେମାନଙ୍କ ଫ୍ୟାମିଲିକୁ ବଢାଇବାକୁ ଚାହୁଁଛନ୍ତି । ତେବେ ଦୀପିକାଙ୍କ କାମ ବିଷୟରେ କହିବାକୁ ଗଲେ, ଗତ ବର୍ଷ ସେ ଉଭୟ ହିଟ୍ ଫିଲ୍ମ ‘ପଠାନ୍’ ଏବଂ ‘ଜୱାନ୍’ରେ ନଜର ଆସିଥିଲେ ।
KNews Bureau

Recent Posts

ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି : ସକାଳ ୫ଟାରୁ ରାତି ୯ଟା ପର୍ଯ୍ୟନ୍ତ କର୍ଫ୍ୟୁ କୋହଳ

ବାଲେଶ୍ବର (କେନ୍ୟୁଜ): ବାଲେଶ୍ବରରେ ସ୍ବାଭାବିକ ହେଉଛି ସ୍ଥିତି । ପୌରପାଳିକାର ବିଭିନ୍ନ ଅଞ୍ଚଳରେ କୋହଳ ହେଉଛି କର୍ଫ୍ୟୁ । ଆଜି…

6 mins ago

ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ, ରୋଗୀ ସମେତ ୪ ଗୁରୁତର

ଜଳେଶ୍ବର (କେନ୍ୟୁଜ): ଟ୍ରକକୁ ଧକ୍କା ଦେଇ ଜଳିଗଲା ଆମ୍ବୁଲାନ୍ସ । ରୋଗୀ ସମେତ ୪ ଜଣ ଆମ୍ବୁଲାନ୍ସ କର୍ମଚାରୀ ଗୁରୁତର…

23 mins ago

ଅଣସର ନୀତି: ଜ୍ବରରେ ଆକ୍ରାନ୍ତ ମହାପ୍ରଭୁ, ପୂଜା ପାଇବେ ପଟି ଦିଅଁ

ପୁରୀ (କେନ୍ୟୁଜ): ଅତ୍ୟଧିକ ସ୍ନାନଯୋଗୁ ମହାପ୍ରଭୁ ଏବେ ଅସୁସ୍ଥ।  ଗତକାଲି ସ୍ନାନବେଦିରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ…

37 mins ago

ଅଣସର ଘରେ ମହାପ୍ରଭୁ, ଆଜିଠୁ ଅଲାରନାଥ ଦର୍ଶନ

ବ୍ରହ୍ମଗିରି (କେନ୍ୟୁଜ): ଆଜି ଠାରୁ ମହାପ୍ରଭୁ ଅଲାରନାଥଙ୍କ ଅଣସର ଦର୍ଶନ । ଚଳିତ ବର୍ଷ ୧୩ଦିନ ଧରି ଚାଲିବ ଏହି…

50 mins ago

ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ ବଡ଼ ଘୋଷଣା, CBIକୁ ତଦନ୍ତ ଭାର ହସ୍ତାନ୍ତର

ନୂଆଦିଲ୍ଲୀ : ଥମୁନି ନିଟ୍ ବିବାଦ । ନିଟ୍ ପ୍ରଶ୍ନପତ୍ର ଲିକ୍ ବିବାଦ ମାମଲାରେ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା…

51 mins ago

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କୁ କିଛି ନୂଆ କାର୍ଯ୍ୟ କରିବାକୁ ମିଳିବ, ବନ୍ଧୁଙ୍କ ସହ ଖୁସିର ସମୟ କାଟିବେ

ମେଷ: ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରୂପେ ଲାଭଦାୟକ ରହିବ । ପାରିବାରିକ ସମ୍ପର୍କ ମଧୁର ହେବ ।…

8 hours ago