ପୁଣି କାର୍ତ୍ତିକଙ୍କ ସହିତ ଦୀପିକା ଷ୍ଟେଜରେ କଲେ ‘ଧିମେ ଧିମେ’ ଡ୍ୟାନ୍ସ, ଭିଡିଓ ହେଲା ଭାଇରାଲ

ଗତ କିଛିଦିନ ତଳେ ଦୀପିକା ପାଦୁକୋନ ଅଭିନେତା କାର୍ତ୍ତିକ ଆରୟନଙ୍କ ଠାରୁ ଏୟାରପୋର୍ଟରେ ‘ଧିମେ ଧିମେ ’ ଗୀତରେ ଡ୍ୟାନ୍ସ ଷ୍ଟେପ୍‌ ଶିଖୁଥିବା ଖବର ସାମ୍ନାକୁ ଆସିଥିଲା। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ଦୀପିକା ଏବଂ କାର୍ତ୍ତିକଙ୍କ ଫ୍ୟାନ୍‌ ବହୁତ ପସନ୍ଦ କରିଥିଲେ। ପୁଣି ଥରେ ଦୁହେଁ ଏହି ଗୀତରେ ଧମାକାଦାର ଡ୍ୟାନ୍ସ କରିଛନ୍ତି। ତାହା ପୁଣି ଷ୍ଟେଜରେ। ଦୁହେଁ ଷ୍ଟାର ସ୍କ୍ରିନ ଆଓ୍ଵାର୍ଡ ୨୦୧୯ ଶୋରେ ଷ୍ଟେଜରେ ଡ୍ୟାନ୍ସ କରି ସମସ୍ତଙ୍କୁ ଚକିତ କରିଦେଇଥିଲେ।

ଗତ କିଛିଦିନ ତଳେ ଦୀପିକା ସୋସିଆଲ ମିଡିଆରେ କାର୍ତ୍ତିକଙ୍କ ଠାରୁ ଏହି ଗୀତରେ ଡ୍ୟାନ୍ସ ଶିଖିବା ପାଇଁ ଅନୁରୋଧ କରିଥିଲେ। ଦୀପିକା ଇନଷ୍ଟାଗ୍ରାମରେ କାର୍ତ୍ତିକଙ୍କୁ ଟ୍ୟାଗ୍‌ କରିଥିଲେ କି, ‘କାର୍ତ୍ତିକ କ୍ୟାୟା ତୁମ ମୁଝେ ଧିମେ ଧିମେ ଡ୍ୟାନ୍ସ ଷ୍ଟେପ ଶିଖାଓଗେ ’ ? ମୁଁ #DheemeDheeme ଚ୍ୟାଲେଞ୍ଜରେ ଭାଗ ନେବାକୁ ଚାହୁଁଚି। ଯାହାକୁ ନେଇ କାର୍ତ୍ତିକ ଇନଷ୍ଟାଗ୍ରାମ ତୁରନ୍ତ ରିପ୍ଲେ ଦେଇଥିଲେ। ଏହା ପରେ ହିଁ ଦୁହେଁ ଏୟାରପୋର୍ଟରେ ଦେଖା ହେବା ସମୟରେ ଏହି ଡ୍ୟାନ୍ସ ଷ୍ଟେପ ଶିଖିଥିଲେ।

depi

ସୂଚନାଯୋଗ୍ୟ, କାର୍ତ୍ତିକ ଫିଲ୍ମ ‘ପତି ପତ୍ନୀ ଔର ଓ୍ଵ’ ବକ୍ସ ଅଫିସରେ ଭଲ କଲେକ୍ସନ କରୁଛନ୍ତି। ଫିଲ୍ମଟି ମାତ୍ର ୪ ଦିନରେ ୪୦ କୋଟି ଟଙ୍କା ଆୟ କରିସାରିଲାଣି। ଏହି ଫିଲ୍ମରେ କାର୍ତ୍ତିକଙ୍କ ସହିତ ଭୂମି ପେଡେନକର, ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.