ପୁଣି ଥରେ ଧମାଲ କରିବେ ଦୀପିକା ଓ ଭନଶାଲୀ, ଡକାୟତ ଭୂମିକାରେ ନଜର ଆସିବେ ଦୀପିକା

ପରଦାରେ ଅଲଗା ଅଲଗା ଭୂମିକା ନିର୍ବାହ କରି ଲୋକଙ୍କ ବେଶ୍ ମନୋରଞ୍ଜନ କରିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ। ଏବେ କିଛି ଅଲଗା ଚରିତ୍ରରେ ପୁଣି ନଜର ଆସିବାକୁ ଯାଉଛନ୍ତି ଦୀପିକା। ଖୁବଶୀଘ୍ର ଡକାୟତ ହୋଇ ଲୋକଙ୍କୁ ଲୁଟିବାକୁ ପ୍ରସ୍ତୁତ ହେଉଛନ୍ତି। ଖବର ମୁତାବକ ଦୀପିକା ସଞ୍ଜୟ ଲୀଳା ଭନଶାଲୀଙ୍କ ଫିଲ୍ମରେ ଲିଡ ରୋଲରେ ନଜର ଆସିବେ। ଏଥିପାଇଁ କଥାବାର୍ତ୍ତା ମଧ୍ୟ ଚାଲିଛି।

ସୂଚନାନୁସାରେ, ଫିଲ୍ମ ‘ବୈଜୁ ବାୱରା’ ପାଇଁ ଦୀପିକାଙ୍କ ସହିତ କଥାବାର୍ତ୍ତା ଚାଲିଛି। ଏହି ଫିଲ୍ମରେ ଦୀପିକା ୧୯୫୨ ଡକାୟତ ରାଣୀ ରୁପମତି ଭୂମିକାରେ ନଜର ଆସିବେ। ଏଥିପାଇଁ ଦୀପିକା ଆଉ ଭଂଶଲି ମଧ୍ୟ ଚର୍ଚ୍ଚା କରୁଛନ୍ତି। ଦୁହିଁଙ୍କ ତରଫରୁ ସବୁ ଠିକ୍ ହେଲେ ଫିଲ୍ମ ନିର୍ମାଣ ହେବ।
ଏବେ ଭନଶାଲୀ ଆଲିଆଙ୍କ ସହିତ ଗଙ୍ଗୁବାଇ କାଠିଆବାଡି ଫିଲ୍ମ ନିର୍ମାଣରେ ବ୍ୟସ୍ତ ଅଛନ୍ତି। ପୂର୍ବରୁ ଦୀପିକା ଆଉ ଭଂଶ ମିଶି ରାମଲୀଳା, ବାଜିରାଓ ମସ୍ତାନି, ପଦ୍ମାବତ ଭଳି ଫିଲ୍ମ କରିସାରିଛନ୍ତି ।

 

Leave A Reply

Your email address will not be published.