ଆପଣ ଖାଇଛନ୍ତି କି, ଦିପିକା ପାଦୁକୋଣଙ୍କ ମିଲ୍ସ ଥାଳି ?

ଆହୁରୀ ମଧ୍ୟ ସାମିଲ ରହିଛନ୍ତି ସନି ଦିଓଲ, ଯୁବରାଜ ସିଂ ଏବଂ ଅନ୍ୟାନ କଳାକାର

ମୁମ୍ବାଇ : ବଲିଉଡ଼ ଅଭିନେତ୍ରୀ ଦିପିକା ପାଦୁକୋଣ ଏବେ ତାଙ୍କ ସ୍ବାମୀ ରଣବୀର ସିଂଙ୍କ ସହ ହନିମୁନ୍ ସେଲିବ୍ରେଟ କରୁଛନ୍ତି। ଜଣେ ମହିଳା ସୁପରଷ୍ଟାର ଭାବେ ନିଜର ପରିଚୟ ପ୍ରସ୍ତୁତ କରିଛନ୍ତି ବଲିଉଡ଼ର ଏହି ଅଭିନେତ୍ରୀ । ତେବେ ତାଙ୍କର ଜନ୍ମଦିନ ପାଇଁ ଚର୍ତୁଦିଗରୁ ଛୁଟିଛି ଅଭିନନ୍ଦନର ସୁଅ। କିନ୍ତୁ ନିକଟରେ ନୂଆବର୍ଷ ଅବସରରେ ଦିପିକାଙ୍କ ଦ୍ବାରା ଶେୟାର କରିଥିଲେ ଏକ ପୋଷ୍ଟ ଯାହା ଖୁବ୍ ମଜାଳିଆ ହେବା ସହ ଏଥିରେ ବିଭିନ୍ନ ଅନ୍ୟାନ କଳାକାରଙ୍କର ନାମ ମଧ୍ୟ ସାମିଲ ରହିଥିଲା।

deepika thali

ପୁଣେର ଏକ ରେସ୍ତୋରାଁରେ ଦିପିକାଙ୍କ ନାମର ଏକ ପୂରା ଖାଇବା ଥାଳି ବିକ୍ରି ହେଉଛି। ମେନୁ କାର୍ଡ଼ରେ ଦିପିକା ପାଦୁକୋଣ ପରାଠା ଥାଳି ଲେଖାଥିବା ବେଳେ ଏଥିରେ ଗ୍ରାହକଙ୍କୁ ରାଜମା-ଛୋଲେ, ଡ଼ାଲି, ରୁଟି, ଭାତ, ସାଲାଡ଼, ପାମ୍ପଡ଼ ଏବଂ ମିଠା ଆଦି ମିଳିଥାଏ। ଏହାର ମୂଲ୍ୟ ୬୦୦ଟଙ୍କା ରହିଥିବା ବେଳେ ଏହି ହୋଟଲ ମେନୁ କାର୍ଡ଼ ଆହୁରି ମଧ୍ୟ ଅନେକ କଳାକାରଙ୍କ ନାମ ଦେଖିବାକୁ ମିଳିଛି।

dipika

ଖାଲି ପୁଣେ ନୁହଁ ଆମେରିକାର ଟେକ୍ସସର ଅଷ୍ଟିନରେ ଥିବା ଏକ ରେଷ୍ଟୋରେଣ୍ଟରେ ଦିପିକା ପାଦୁକୋଣଙ୍କ ନାମର ଦୋସା ବିକ୍ରି କରାଯାଉଛି। ଏଥିରେ ଭିନ୍ନ ଭିନ୍ନ ଦୋସା ସହ ଦିପିକାଙ୍କ ନାମର ଏହି ଡ଼ିସ୍ ମଧ୍ୟ ସାମିଲ ରହିଛି। ଏହି ମେନୁରେ ଭାଗତ ସିଂହ, ୟୁବରାଜ ସିଂ, ଅକ୍ଷୟ କୁମାର ଏବଂ ସନି ଦେଓଲଙ୍କ ଥାଲି ମଧ୍ୟ ସାମିଲ ରହିଛି। ସବୁଠାରୁ ମହଙ୍ଗା ଥାଳି ଦାରା ସିଂଙ୍କ ନାମର ଥାଳିର ରହିଛି, ଯାହାର ନାମ ୨୪୦୦ ଟଙ୍କା ରହିଛି।

deepika

ଦିପିକା ନିଜେ ଏହି ମେନୁ କାର୍ଡ଼ ଗୁଡ଼ିକର ସ୍କ୍ରିନସର୍ଟ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଏହାକୁ ଖୁବ ଜଣ ଦେଖିବା ସହ ବହୁ ସଂଖ୍ୟାକ ଭାଇରାଲ ମଧ୍ୟ ହୋଇଛି। ତେବେ ଦିପିକା ଏବେ ତାଙ୍କର ଆଗାମୀ ଫିଲ୍ମ ଛପକାର ସୁଟିଂରେ ବ୍ୟସ୍ତ ରହିଥିବା ବେଳେ ଫିଲ୍ମଟି ସାଇବର ଲକ୍ଷ୍ମୀ ଅଗ୍ରୱାଲଙ୍କ ଜୀବନ ଉପରେ ଆଧାରିତ ବୋଲି ସୂଚନା ରହିଛି।