ମହାଭାରତର ଦ୍ରୌପଦୀ ହେବେ ଦୀପିକା ପାଦୁକୋନ୍‌, ଜାଣନ୍ତୁ କେବେ ପରଦାକୁ ଆସିବ ଏହି ବିଗ୍‌ ବଜେଟ୍‌ ଫିଲ୍ମ

ବଲିଉଡ୍‌ର ଟପ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍‌ଙ୍କୁ କିଏ ବା ନ ଜାଣେ। ପଦ୍ମାବତ୍‌ ଫିଲ୍ମରେ ଦମ୍‌ଦାର ଅଭିନୟ ପରେ ଏବେ ଦୀପିକାଙ୍କୁ ଐତିହାସିକ ଫିଲ୍ମର ଅଫର ପରେ ଅଫର ମିଳିବାରେ ଲାଗିଛି। ଏହି ଫିଲ୍ମ ପରେ ଦୀପିକା ରଣବୀର ସିଂହଙ୍କୁ ବିବାହ କରିଥିଲେ। ବିବାହ ପରେ ସେ କିଛି ଦିନ ବ୍ରେକ୍‌ ନେଇଥିଲେ। ତେବେ ଏବେ ପୁଣି ଥରେ ବଡ଼ପରଦାକୁ ଫେରିଛନ୍ତି ଏହି ଅଭିନେତ୍ରୀ। ଆଗକୁ ଦୀପିକାଙ୍କ ଛପାକ ଆସୁଥିବା ବେଳେ ଏ ଭିତରେ ଏକ ବଡ଼ ଖବର ଶୁଣିବାକୁ ମିଳିଛି। ଦୀପିକା ପାଦୁକୋନ୍‌ଙ୍କୁ ମହାଭାରତରେ ଦ୍ରୌପଦୀ ଭୂମିକାରେ ଦେଖିବାକୁ ମିଳିବ ବୋଲି ଜଣାଯାଇଛି।

ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଏ ନେଇ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି। ସେ ଟ୍ଵିଟ୍‌ କରିଛନ୍ତି ଯେ ଦୀପିକା ପାଦୁକୋନ୍‌ ମହାଭାରତରେ ଦ୍ରୌପଦୀ ଭୂମିକାରେ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି। ଏଥିପାଇଁ ସେ ଫିଲ୍ମର ପ୍ରଡ୍ୟୁସର ମଧୁ ମାଣ୍ଟେନାଙ୍କ ସହ ଚୁକ୍ତି କରିଛନ୍ତି। ଏହି ଫିଲ୍ମ ଏକାଧିକ ପାର୍ଟରେ ନିର୍ମିତ କରାଯିବ। ଫିଲ୍ମର ପ୍ରଥମ ପାର୍ଟ ୨୦୨୧ ମସିହା ଦୀପାବଳିରେ ରିଲିଜ୍‌ ହେବା ବୋଲି ସୂଚନା ଦେଇଛନ୍ତି ତରଣ।

ତେବେ ତରଣଙ୍କ ଏହି ଟ୍ଵିଟ୍‌ରେ ଜଣେ ୟୁଜର କମେଣ୍ଟ କରି ଲେଖିଛନ୍ତି ଯେ ରାଜାମୌଲି ଓ ସଂଜୟଲୀଲା ଭଂସାଲୀଙ୍କ ଛଡ଼ା ଆଉ କେହି ପିରିୟଡ ଡ୍ରାମା ଫିଲ୍ମ ନିର୍ମାଣ କରିପାରିବେ ନାହିଁ। କୌଣସି ଐତିହାସିକ ଫିଲ୍ମ ନିର୍ମାଣ ପାଇଁ ଯଥେଷ୍ଟ ଅଭିଜ୍ଞତା ଥିବା ଆବଶ୍ୟକ।

ଏହାସହ ପଢ଼ନ୍ତୁ: ରଣବୀର ଓ ଆଲିଆଙ୍କ ବିବାହ କାର୍ଡ ସମ୍ପର୍କରେ ମତ ରଖିଲେ ମା’, କହିଲେ ଏମିତି…

ତେବେ ଫିଲ୍ମ ବାବଦରେ ମଧୁ ମଣ୍ଟେନା କହିଛନ୍ତି ଯେ ଆମେ ସମସ୍ତେ ମହାଭାରତକୁ ଅନେକ ଥର ଶୁଣିଛେ, ଦେଖିଛେ ଓ ପଢ଼ିଛେ। ଏହି ଫିଲ୍ମରେ ଦୀପିକାଙ୍କୁ ଲିଡ୍‌ରେ ନେବାର କାରଣ ହେଉଛି ଫିଲ୍ମଟି ସମ୍ପୂର୍ଣ୍ଣ ଭାବେ ଦ୍ରୌପଦୀଙ୍କ ଦୃଷ୍ଟିକୋଣ ଅନୁସାରେ ନିର୍ମିତ ହେଉଛି। ତେଣୁ ଏଥିରେ ଦର୍ଶକେ ଏକ ଭିନ୍ନ ସ୍ୱାଦ ପାଇବେ ବୋଲି ସେ କହିଛନ୍ତି।