ରେଖା ନା ଦୀପିକା ! କନଫ୍ୟୁଜ୍ ହେଲେ ଫ୍ୟାନ୍ସ

ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ଅଭିନୟରେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । କେବଳ ଅଭିନୟ ନୁହେଁ ତାଙ୍କ ସୁନ୍ଦର ଚେହେରା ପାଇଁ ସେ ସବୁବେଳେ ବେଶ ଚର୍ଚ୍ଚିତ । ସୁପରଷ୍ଟାର ଦୀପିକା ନିଜ କ୍ୟାରିୟରରେ ବହୁତ ସାରା ବ୍ଲକବଷ୍ଟର ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଗତବର୍ଷ ଦୀପିକା ମା ହୋଇଛନ୍ତି ତାଙ୍କର ଏକ ସୁନ୍ଦର ଝିଅଟିଏ ଜନ୍ମ ହୋଇଛି । ଯାହାର ନାମ ଦୀପିକା ଦୁଆ ରଖିଛନ୍ତି । ଝିଅ ଜନ୍ମ ପରେ ସେ ପୁଣିଥରେ ନିଜ କାମକୁ ଫୋକସ୍ କରିଛନ୍ତି ।
ସେ ଡେଲିଭେରି ପରେ ପ୍ରଥମ ଥର ପାଇଁ ରାମ୍ପ ଶୋରେ ନଜର ଆସିଛନ୍ତି । କିନ୍ତୁ ତାଙ୍କ ଲୁକ କୁ ଦେଖି ଦର୍ଶକ ମାନେ ତାଙ୍କୁ ଅଭିନେତ୍ରୀ ରେଖାଙ୍କ ସହ ତୁଳନା କରିଛନ୍ତି । ସବ୍ୟସାଚୀଙ୍କ ୨୫ ତମ ବିବାହ ଉତ୍ସବରେ ବଲିଉଡର ଅନେକ ଖାସ ଅଭିନେତ୍ରୀ ଓ ଅଭିନେତା ପହଞ୍ଚିଥିଲେ । ଏହି ଇଭେଣ୍ଟ ରେ ଦୀପିକା ଅଂଶ ଗ୍ରହଣ କରିଥିଲେ । ମା ହେଲାପରେ ସେ ପ୍ରଥମ ଥର ପାଇଁ ରାମ୍ପ ଶୋ ରେ ଫେରିଥିବା ଦେଖିବାକୁ ମିଳିଥିଲା । ଏହି ରାମ୍ପ ଶୋରେ ଅଭିନେତ୍ରୀ ଦୀପିକା ଲୁକ ମାଧ୍ୟମରେ ସମସ୍ତଙ୍କ ଧ୍ୟାନ ନିଜ ଆଡକୁ ଟାଣି ଆଣିଥିଲେ ।
ସେ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ । ସେ ଚୋକର ସହ ରୁବି ଡାଇମଣ୍ଡ କ୍ରସ ପେଣ୍ଡେଣ୍ଟ ସହ କଳା ରଙ୍ଗର ଗ୍ଲୋବସ ପିନ୍ଧିଥିଲେ । ଏହି ଲୁକକୁ ସମସ୍ତେ ଚାହିଁ ରହିଥିଲେ । ଦୀପିକା ପାଦୁକୋନଙ୍କର ଏହି ଦମଦାର ଲୁକ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଫଟୋ କୁ ଦେଖି ସମସ୍ତେ ଅଭିନେତ୍ରୀ ରେଖାଙ୍କ ସହ ତୁଳନା କରିଛନ୍ତି । ଆଉ କିଏ ଦୀପିକାଙ୍କୁ ରେଖା ବୋଲି କମେଣ୍ଟ କରିଛନ୍ତି । କେବଳ ଏତିକି ନୁହେଁ ରେଖାଙ୍କ ଭଳି ହେୟାର ଷ୍ଟାଇଲ କପି ହୋଇଥିବା ଫ୍ୟାନ୍ସ କହିଥିଲେ । ପ୍ରାୟ ସମସ୍ତେ ଦୀପିକାଙ୍କ ଲୁକକୁ ନେଇ ବିଭିନ୍ନ କମେଣ୍ଟ ଦେଇଛନ୍ତି ।
Also read:ଦୀପିକାଙ୍କ ପାଇଁ ଖାସ୍ ହେଉଛି ଜାନୁୟାରୀ ୨୫,ଏହି ଦିନରେ ରେକର୍ଡ ଭାଙ୍ଗିଥିଲା ୩ଟି ଫିଲ୍ମ