ଦୀପିକା ପାଦୁକୋନ ସେୟାର କଲେ ପିଭି ସିନ୍ଧୁଙ୍କ ସହିତ ବ୍ୟାଡ୍ମିଣ୍ଟନ ସେସନ୍, ଫ୍ୟାନ୍ସ ପଚାରିଲେ, ‘କ’ଣ ପ୍ରସ୍ତୁତ ହେଉଛି କି ସିନ୍ଧୁଙ୍କ ବାୟୋପିକ୍’
ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ ନିକଟରେ ବ୍ୟାଡ୍ମିଣ୍ଟନ ଖେଳାଳି ପିଭି ସିନ୍ଧୁଙ୍କ ସହିତ ଡିନରରେ ସ୍ପଟ୍ ହୋଇଥିଲେ। ଏହାକୁ ନେଇ ଫ୍ୟାନ୍ମାନେ ଏବେ ଅନୁମାନ କରୁଛନ୍ତି କି, ବୋଧହୁଏ ସିନ୍ଧୁଙ୍କ ବାୟୋପିକ୍ ପ୍ରସ୍ତୁତ ହେଉଛି, ଯେଉଁଥିରେ ଦୀପିକା ଲିଡ୍ ରୋଲ୍ ପ୍ଲେ କରିବେ। ସେପଟେ ଅଭିନେତ୍ରୀଙ୍କ ତରଫରୁ ଫ୍ୟାନ୍ମାନଙ୍କୁ ଆଉ ଏକ ହିଣ୍ଟ୍ ଦିଆଯାଇଛି। ଦୀପିକା ସୋସିଆଲ ମିଡିଆରେ ପିଭି ସିନ୍ଧୁଙ୍କ ସହିତ ବ୍ୟାଡ୍ମିଣ୍ଟନ ଖେଳୁଥିବାର ନିଜର ଫଟୋ ଏବଂ ଭିଡିଓ ସେୟାର କରିଛନ୍ତି। ଏହା ଦେଖି ଫ୍ୟାନ୍ସ କମେଣ୍ଟସ୍ରେ ପଚାରୁଛନ୍ତି କି, କ’ଣ ବାୟୋପିକ୍ ତିଆରି ହେଉଛି’?
ଇନଡୋର୍ ବ୍ୟାଡ୍ମିଣ୍ଟନ ଫାସିଲିଟିରେ ଦୀପିକା ଓ ସିନ୍ଧୁ ଖେଳୁଥିବାର ନଜର ଆସୁଛନ୍ତି। ଫଟୋ ଏବଂ ଭିଡିଓ ସେୟାର କରି ଦୀପିକା ଲେଖିଛନ୍ତି, ‘ମୋ ଜୀବନର ଏକ ରେଗୁଲାର ଦିନ। ପିଭି ସିନ୍ଧୁଙ୍କ ସହିତ କ୍ୟାଲୋରୀ ବର୍ଣ୍ଣ କରୁଛି’। ଏହି ସମୟରେ ଦୀପିକା କଳା ରଙ୍ଗର ଟ୍ୟାଙ୍କ୍ ଟପ୍ ଓ ଟ୍ରାକ୍ ପ୍ୟାଣ୍ଟ ପିନ୍ଧିଥିବା ବେଳେ ସିନ୍ଧୁ ଲାଲ୍ ରଙ୍ଗର ଟ୍ୟାଙ୍କ୍ ଟପ୍ ଓ ଡାର୍କ ପ୍ୟାଣ୍ଟ ପିନ୍ଧିଛନ୍ତି।
ଏକ ଫଟୋରେ ପିଭି ସିନ୍ଧୁ ଅଭିନେତ୍ରୀଙ୍କୁ ନିଜ ଫୋନ୍ରେ କିଛି ଦେଖାଉଛନ୍ତି, ଯାହାକୁ ଦେଖି ଦୁହେଁ ହସୁଥିବାର ନଜର ଆସୁଛନ୍ତି। ତେବେ ଯେଉଁ ସମୟରେ ଦୀପିକା ଓ ସିନ୍ଧୁଙ୍କୁ ଡିନରରେ ଏକାଠି ସ୍ପଟ୍ କରାଯାଇଥିଲା, ସେତେବେଳେ ରଣବୀର ସିଂ ମଧ୍ୟ ସେମାନଙ୍କୁ ଜଏନ୍ କରିଥିଲେ। କହି ରଖୁଛୁ, ଦୀପିକା ପାଦୁକୋନ ବି ଜାତୀୟ ସ୍ତରର ଜଣେ ବ୍ୟାଡ୍ମିଣ୍ଟନ ଖେଳାଳି। ସେ ପୂର୍ବତନ ବ୍ୟାଡ୍ମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନଙ୍କ ଝିଅ।
View this post on Instagram