ରିଲିଜ ହେଲା ଫିଲ୍ମ ‘ଗେହରାଇୟାଁ’ର ପ୍ରଥମ ଗୀତ ‘ଡୁବେ’, ଦେଖିବାକୁ ମିଳିଲା ଦୀପିକା ଏବଂ ସିଦ୍ଧାନ୍ତଙ୍କ ଲିପଲକ୍‌ ସିନ୍‌

ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁବେଦୀ ଏବଂ ଅନନ୍ୟା ପାଣ୍ଡେଙ୍କ ଅପକମିଂ ଫିଲ୍ମ ‘ଗେହରାଇୟାଁ’ ଏବେ ବହୁତ ଚର୍ଚ୍ଚାରେ। ଶଗୁନ ବାତ୍ରାଙ୍କ ଏହି ଫିଲ୍ମର ଟ୍ରେଲର ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଥିବା ବେଳେ ଏବେ ଫିଲ୍ମର ରିଲିଜକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ଏହି ଫିଲ୍ମର ପ୍ରଥମ ଗୀତ ‘ଡୁବେ’ ରିଲିଜ ହୋଇଛି। ଗତକାଲି ଏହି ଗୀତର ମୋସନ ପୋଷ୍ଟର ରିଲିଜ ହୋଇଥିଲା। ଗୀତରେ ସିଦ୍ଧାନ୍ତ ଓ ଦୀପିକା ଦୁହେଁ ଦୁହିଁଙ୍କ ସହିତ ହଜିଯାଇଥିବା ଦେଖିବାକୁ ମିଳିଛି । ଦୁହିଁଙ୍କର ହଟ୍ କେମେଷ୍ଟ୍ରୀ ଏଥିରେ ଦେଖିବାକୁ ମିଳିଛି ।

ଗୀତରେ ଦୀପିକା ଓ ସିଦ୍ଧାନ୍ତଙ୍କର ଷ୍ଟିମି କେମେଷ୍ଟ୍ରୀ ଦେଖିବାକୁ ମିଳିଛି । ଗୀତରେ ଦୀପିକା ଓ ସିଦ୍ଧାନ୍ତ ବାରମ୍ବାର କିସ୍ କରୁଥିବା ଦେଖିବାକୁ ମିଳିଛି । ଏହାକୁ ନେଇ ଦୀପିକା କହିଛନ୍ତି, ଇଣ୍ଟିମେଟ ସିନ୍‌ କରିବା ବିଲକୁଲ ମଧ୍ୟ ସହଜ ନୁହେଁ। କିନ୍ତୁ ଶଗୁନ ବାତ୍ରା ଏହାକୁ କରିପାରିଛନ୍ତି, ଆଉ ଏହାର ସବୁ ଶ୍ରେୟ ମଧ୍ୟ ତାଙ୍କର।

ଅନନ୍ୟା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ପ୍ରଥମ ଗୀତ ‘ଡୁବେ’ର ମୋସନ ଭିଡିଓ ସେୟାର କରିଛନ୍ତି। ଏହି ମୋସନ ପୋଷ୍ଟରେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚର୍ତୁବେଦୀଙ୍କ ରୋମାଣ୍ଟିକ ଅନ୍ଦାଜରେ ନଜର ଆସିଥିଲେ। ଅଭିନେତ୍ରୀ ମୋସନ ପୋଷ୍ଟର ସେୟାର କରି କ୍ୟାପସନ ଲେଖିଛନ୍ତି, ‘ଭାଇବ ଚେକ୍‌- ଫଲିଂ ଇନ ଲଭ’।

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଦ୍ୱାରା ନିର୍ଦ୍ଦେଶିତ ବହୁ ପ୍ରତୀକ୍ଷିତ ଏହି ଫିଲ୍ମରେ ଏବେକାର ସମ୍ପର୍କର ଜଟିଳତା ଏବଂ ଭିତର ସ୍ତର, ଯୁବକମାନଙ୍କ ଜୀବନର ବିଶେଷ ଦିଗ ଏବଂ ମୁକ୍ତ ଜୀବନଯାପନ କରିବାର ଇଚ୍ଛାକୁ ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ପୋଷ୍ଟରେ ଫିଲ୍ମର ପୂରା ଷ୍ଟାରକାଷ୍ଟ ନଜର ଆସିଛନ୍ତି। ପୋଷ୍ଟରକୁ ଦେଖି ଏବେ ଦର୍ଶକଙ୍କ ଫିଲ୍ମ ପ୍ରତି ଉତ୍ସୁକତା ଓ କୌତୁହଳ ବଢ଼ିଯାଇଛି।

ସୂଚନା ମୁତାବକ, ଏହି ଫିଲ୍ମର ଲିଡ୍‌ ରୋଲରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚର୍ତୁବେଦୀ ଏବଂ ଅନନ୍ୟା ପାଣ୍ଡେ ପ୍ରମୁଖ ଭୂମିକାରେ ରହିଛନ୍ତି। ଏଥିସହ ନାସିରୁଦ୍ଦିନ ଶାହା ଓ ରଜତ କପୁରଙ୍କୁ ମଧ୍ୟ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳିବ।

video courtsey: Sony Music India

Leave A Reply

Your email address will not be published.