ରଣବୀର ସିଂହଙ୍କ ନଗ୍ନ ଫଟୋ ଦେଖି ଇମ୍ପ୍ରେସ ହୋଇଛନ୍ତି ସ୍ତ୍ରୀ ଦୀପିକା, ଦେଲେ ଏମିତି ରିଆକ୍ସନ୍

ବଲିଉଡ୍ ଅଭିନେତା ତଥା ଫ୍ୟାଶନ୍ ଆଇକନ୍ ରଣବୀର ସିଂହ ଏବେ ନିଜ ଫଟୋସୁଟ୍ ପାଇଁ ବେଶ୍ ଚର୍ଚ୍ଚାରେ ଅଛନ୍ତି। ଏକ ମାଗାଜିନ୍ ପାଇଁ ନଗ୍ନ ଫଟୋ ସୁଟ୍ କରି ଖବରର ଶିରୋନାମାରେ ରହିଛନ୍ତି ରଣବୀର। ଗତକାଲି ତାଙ୍କର ଏହି ନ୍ୟୁଡ୍ ଫଟୋ ଭାଇରାଲ ହେବା ପରେ ସେଲିବ୍ରିଟିଙ୍କର ଭିନ୍ନ ଭିନ୍ନ ମତ ସାମ୍ନାକୁ ଆସିଛି। କେହି ରଣବୀର ସିଂହଙ୍କର ଏହି ଫଟୋକୁ ଷ୍ଟାଇଲିସ୍ ଓ ବୋଲ୍ଡ କହିଥିବା ବେଳେ ଆଉ କିଛିଙ୍କୁ କିନ୍ତୁ ଏହି ଫଟୋ ପସନ୍ଦ ଆସିନାହିଁ।
ତେବେ ଇତି ମଧ୍ୟରେ ଏହି ଫଟୋ ବାବଦରେ ରଣବୀର ସିଂହଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନ୍ଙ୍କ ରିଆକ୍ସନ୍ ସାମ୍ନାକୁ ଆସିଛି। ଦୀପିକାଙ୍କର ଏହି ରିଆକ୍ସନ୍ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।
Here’s how #DeepikaPadukone reacted to #RanveerSingh’s internet breaking nude photoshoothttps://t.co/Ie1XbUHIBK
— TIMES NOW (@TimesNow) July 23, 2022
ରିପୋର୍ଟ ମୁତାବକ, ରଣବୀରଙ୍କର ଏହି ଫଟୋସୁଟ୍ ଦେଖି ଦୀପିକା ପାଦୁକୋନ୍ ବେଶ୍ ଇମ୍ପ୍ରେସ୍ ହୋଇଛନ୍ତି। ସୁଟିଂ ପୂର୍ବରୁ ହିଁ ସେ ଏହି କଥା ଜାଣିଥିଲେ। ତାଙ୍କୁ ଏ କନ୍ସେପ୍ଟ ମଧ୍ୟ ଖୁବ୍ ପସନ୍ଦ ଆସିଥିଲା। ଇଣ୍ଟରନେଟ୍ରେ ସେୟାର ହେବା ପୂର୍ବରୁ ଦୀପିକା ଏହି ଫଟୋ ଦେଖିସାରିଛନ୍ତି। ଦୀପିକା ପାଦୁକୋନ୍ ସବୁବେଳେ ରଣବୀର ସିଂହଙ୍କୁ ସପୋର୍ଟ କରିଥାନ୍ତି। ସେ ଯାହା ବି କିଛି ନୂଆ କରିବାକୁ ଚିନ୍ତା କରନ୍ତି, ସେ କେବେ ବି ମନା କରି ନଥାନ୍ତି।
ପ୍ରକାଶ ଯେ ଏକ ଲୋକପ୍ରିୟ ମାଗାଜିନ୍ ପାଇଁ ରଣବୀର ସିଂହ ଏହି ନ୍ୟୁଡ୍ ବା ନଗ୍ନ ଫଟୋସୁଟ୍ କରିଛନ୍ତି। କିଛି ଫଟୋରେ ତ ତାଙ୍କ ଦେହରେ ସୂତା ଖିଅଟିଏ ବି ନାହିଁ। ରଣବୀର ସିଂହଙ୍କର ଏହି ନ୍ୟୁଡ୍ ପୋଜ୍ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଫଟୋରେ ରଣବୀର ବେଶ୍ କନିଫିଡେଣ୍ଟ ନଜର ଆସିଛନ୍ତି ଓ ନିଜ ମସ୍କୁଲାର ବଡିକୁ ଦେଖାଉଥିବା ନଜର ଆସିଛନ୍ତି।
.@RanveerOfficial: the Last Bollywood Superstar https://t.co/mMuFPyFP44 pic.twitter.com/eQkD3baj17
— Paper Magazine (@papermagazine) July 21, 2022
ପୂର୍ବରୁ ଲାଇଗର ଫିଲ୍ମ ପାଇଁ ସାଉଥ୍ଷ୍ଟାର ବିଜୟ ଦେବରକୋଣ୍ଡା ନିକଟରେ ନ୍ୟୁଡ୍ ହୋଇଥିଲେ। ତାଙ୍କର ଏହି ଫଟୋ ସର୍ବସମ୍ମୁଖକୁ ଆସିବା ପରେ ସୋସିଆଲ ମିଡିଆରେ ଖୁବ୍ ହଙ୍ଗାମା ହୋଇଥିଲା। ବିଜୟ ନ୍ୟୁଡ୍ ଫଟୋସୁଟ୍ ବେଳେ ହାତରେ ଗୋଲାପ ଫୁଲ ଧରିଥିଲେ।
View this post on Instagram
Also Read: ନିର୍ଦ୍ଦୟୀ ତାଲିବାନଙ୍କ ଛାତିଥରା କାଣ୍ଡ: ଯୁବକଙ୍କୁ ଗୁଳି କରି ହତ୍ୟା କରିବା ପରେ ମାର୍କେଟରେ ଟାଙ୍ଗିଦେଲେ ଶବ