ବିବାହ ଲେହେଙ୍ଗା ପାଇଁ ଦୀପିକା – ପ୍ରିୟଙ୍କାଙ୍କ ମଧ୍ୟରେ ରେସ୍ , ଫସିଗଲେ ଏହି ଡିଜାଇନର୍

ବଲିଉଡର ବହୁ ଚର୍ଚ୍ଚିତ ଲଭ୍ ବର୍ଡ ନିଜ ପ୍ରେମର ଘୋଷଣା କରି ସାରିଲେଣି । ଦୁଇ ନମ୍ବର ନାୟିକା ଦୀପିକା ଏବଂ ପ୍ରିୟଙ୍କା ଆଉ ଅଳ୍ପ ଦିନ ପରେ କରିବେ ବିବାହ । ନିକଟରେ ଦୀପିକା ଏବଂ ରଣବୀର୍ ନିଜ ବିବାହର ତାରିଖ ଘୋଷଣା କରିବା ସହ କାର୍ଡ ମଧ୍ୟ ସେୟାର୍ କରିଛନ୍ତି ସୋସିଆଲ୍ ମିଡିଆରେ । ଉଭୟ ନଭେମ୍ବର ୧୪ ଏବଂ ୧୫ରେ ବିବାହ କରିବେ । ଅନ୍ୟପଟେ ପ୍ରାୟ ଡିସେମ୍ବର ୧ ଆହକୁ ନିକଙ୍କ ହାତ ଧରିପାରନ୍ତି ପ୍ରିୟଙ୍କା ।

ଦୀପିକା ଏବଂ ପ୍ରିୟଙ୍କା ପରସ୍ପରଙ୍କ ଜବରଦସ୍ତ ପ୍ରତିଯୋଗୀ । ନମ୍ବର ୱାନ୍ ନାୟିକା ଦୌଡରେ କେହି କାହାଠୁ କମ୍ ନୁହଁନ୍ତି । ତେଣୁ ବିବାହ କ୍ଷେତ୍ରରେ ମଧ୍ୟ କେହି କାହାକୁ ପଛରେ ରହିବାକୁ ଚାହୁଁନାହାନ୍ତି । ଏବେ ଏନେଇ ଆସିଛି ଏକ ବଡ ଖବର ।

sabyasachiଉଭୟ ନିଜ ନିଜର ବିବାହ ଲେହେଙ୍ଗା ଡିଜାଇନ୍ କରୁଛନ୍ତି ଡିଜାଇନର୍ ସବ୍ୟସାଚୀଙ୍କ ନିକଟରେ । ହେଲେ ଅସୁବିଧାରେ ପଡିଯାଇଛନ୍ତି ସବ୍ୟସାଚୀ । ବୁଝି ପାରୁନାହାଁନ୍ତି କଣ କରିବେ ଏବେ । କାରଣ ସବ୍ୟସାଚୀ ଚାହୁଁଛନ୍ତି ଉଭୟ ଅଭିନେତ୍ରୀଙ୍କୁ ସବୁଠାରୁ ବେଷ୍ଟ ଲୁକ୍ ଦେବାକୁ । ଯାହା ଫଳରେ ଜଣକୁ ଲାଗିବନି ଯେ ଆର ଜଣକ ଲେହେଙ୍ଗା ଭଲ ହୋଇଛି ବୋଲି ।

ତେବେ ମିଳିଥିବା ଖବର ମୂତାବକ ବିବାହଠୁ ଆରମ୍ଭ କରି ଅନ୍ୟ ରୀତିନୀତିରେ ମଧ୍ୟ ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବେ ଦୀପିକା । କିନ୍ତୁ ପ୍ରିୟଙ୍କା କେବଳ ବିବାହରେ ସବ୍ୟସାଚୀଙ୍କ ଲେହେଙ୍ଗା ପିନ୍ଧିବେ । ଅନ୍ୟ ରୀତିନୀତିରେ ଜାନୀ ସନ୍ଦୀପ ଖୋସଲା ଏବଂ ମନୀଷ ମଲୋହୋତ୍ରାଙ୍କ ଡିଜାଇନିଙ୍ଗ୍ କପଡା ପିନ୍ଧିବେ । ଏବେ ଦେଖିବାକୁ ରହିଲା କଣ କରିବେ ସବ୍ୟସାଚୀ । ଆଉ କେଉଁ ନାୟିକା ନିଜ ବିବାହ ଲୁକ୍ ପାଇଁ ଅଧିକ ଚର୍ଚ୍ଚିତ ହେଉଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.