ବିବାଦରେ ଫସିଲା ବଧାଇ ହୋ! ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ

ବିବାଦରେ ଫସିଲା ଫିଲ୍ମ ବଧାଇ ହୋ। ଫିଲ୍ମର ନିର୍ମାତା, ନିର୍ଦ୍ଦେଶକ ଓ ଅଭିନେତାଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ଫିଲ୍ମରୁ ଧୂମ୍ରପାନର ଦୃଶ୍ୟ ଓ ତମ୍ବାକୁ ଜାତୀୟ ଜିନିଷର ଦୃଶ୍ୟ ଓ ବିଜ୍ଞାପନ ହଟାଇବାକୁ କୁହାଯାଇଛି। ବକ୍ସ ଅଫିସରେ ଧମାକେଦାର ପ୍ରଦର୍ଶନ କରୁଛି ବଧାଇ ହୋ। ମାତ୍ର ୨୦ କୋଟି ବଜେଟ୍‌ରେ ତିଆରି ଏହି ଫିଲ୍ମ ୭୫ କୋଟିରୁ ଅଧିକ ଆୟ କରିଛି।

Badhaaiyan-Tenu-Badhaai-Hoସେପଟେ ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ଆୟୁଷ୍ମାନ ଖୁରାନା । ତାଙ୍କ ଲେଡି ଲଭ ସାଜିଛନ୍ତି ସାନ୍ୟା ମଲହୋତ୍ରା । ଫିଲ୍ମର ଭିନ୍ନ କାହାଣୀ ଦର୍ଶକଙ୍କୁ ଆକର୍ଷିତ କରୁଛି। ଆୟୁଷ୍ମାନ ଓ ସାନ୍ୟାଙ୍କ ଅଭିନୟ ପ୍ରଭାବଶାଳୀ ରହିଛି। ସେହିଭଳି ନୀନା ଗୁପ୍ତା ଓ ଗଜରାଜ ରାଓ ଚମତ୍କାର ଅଭିନୟ କରିଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଈଛନ୍ତି ଅମିତ ରବିନ୍ଦ୍ରନାଥ ଶର୍ମା ।