ଜ୍ୟାକିଙ୍କ ବିନା ଅନୁମତିରେ ନାମ ଏବଂ ସ୍ୱର ବ୍ୟବହାର ହୋଇପାରିବ ନାହିଁ, ଦିଲ୍ଲୀ ହାଇକୋର୍ଟ ଦେଲେ ଆଦେଶ

ଜ୍ୟାକିଙ୍କ ବିନା ଅନୁମତିରେ ନାମ, ଫଟୋ, କଣ୍ଠ ସ୍ୱର ଏବଂ ଚର୍ଚ୍ଚିତ ଡାଏଲଗକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି ଦିଲ୍ଲୀ ହାଇ କୋର୍ଟ କହିଛନ୍ତି । ନିଜର ବ୍ୟକ୍ତିଗତ ଓ ସାର୍ବଜନୀନ ଅଧିକାର ରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତାଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, କଣ୍ଠ ସ୍ବର ଓ ଚର୍ଚ୍ଚିତ ଡାଏଲଗ ଭିଡୁର ବ୍ୟବହାର ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ଜ୍ୟାକି ।

ନିଜର ବ୍ୟକ୍ତିଗତ ଓ ସାର୍ବଜନୀନ ଅଧିକାର ରକ୍ଷା ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ। ତାଙ୍କ ବିନା ଅନୁମତିରେ ତାଙ୍କ ନାମ, ଫଟୋ, କଣ୍ଠ ସ୍ବର ଓ ଚର୍ଚ୍ଚିତ ଡାଏଲଗ ଭିଡୁର ବ୍ୟବହାର ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ ଜ୍ୟାକି । ଏହି ମାମଲାରେ ହାଇକୋର୍ଟ ଶୁଣାଣି କରିଛନ୍ତି । ଜ୍ୟାକିଙ୍କ ବିନା ଅନୁମତିରେ ନାମ, ଫଟୋ, କଣ୍ଠ ସ୍ୱର ଏବଂ ଚର୍ଚ୍ଚିତ ଡାଏଲଗକୁ କେହି ବ୍ୟବହାର କରିପାରିବେ ନାହିଁ ବୋଲି କୋର୍ଟ କହିଛନ୍ତି ।

ଅଦାଲତ କହିଛନ୍ତି, ଇ-କମର୍ସ ସାଇଟରେ ଓ୍ଵାଲପେପର, ଟି-ସାର୍ଟ, ପୋଷ୍ଟର ଏବଂ ଏଆଇ ଚାଟ୍‌ ପ୍ଲାଟଫର୍ମ ସଂଚାଳିତ କରୁଥିବା ସଂସ୍ଥା ଅଭିନେତାଙ୍କ ବ୍ୟକ୍ତିତ୍ୱ ଏବଂ ପ୍ରଚାର ଅଧିକାର ଉଲ୍ଲଙ୍ଘନ କରୁଛି । ଏହା ସହିତ ‘ଭିଡୁ’ ଶବ୍ଦ ବ୍ୟବହା କରୁଥିବା ଏକ ରେଷ୍ଟୁରାଣ୍ଟ ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରିଛି ।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ ସଞ୍ଜୀବ ନରୁଲା ଆବେଦନର ଶୁଣାଣି କରି  ଅଦାଲତ ୧୫ ମଇର ଅନ୍ତରୀଣ ଆଦେଶରେ କହିଛନ୍ତି, ଜ୍ୟାକି ଶ୍ରଫ ଜଣେ ସେଲିବ୍ରିଟି । ତାଙ୍କର ବ୍ୟକ୍ତିଗତ ଏବଂ ବିଶେଷତ୍ୱତା ଉପରେ ସ୍ୱାଭାବିକ ଅଧିକାର ରହିଛି । ଏହାସହିତ ଦୁଇଟି କଣ୍ଟେଣ୍ଟ କ୍ରିଏଟର୍ସଙ୍କ ବିପକ୍ଷରେ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । ଏମାନେ ଜ୍ୟାକିଙ୍କ ଭିଡିଓରେ ବହୁତ ଅପମାନଜନକ ଶବ୍ଦ ଏବଂ ଗାଳି ସହିତ ରିଲିଜ କରିଥିଲେ ।

ଅଦାଲତ ଏହି ନିଷ୍ପତ୍ତିରେ ଶୁଣାଇଛନ୍ତି କି, ଅଦାଲତ ଅଭିନେତାଙ୍କ ନାମ, ଉପନାମ ଏବଂ ଶବ୍ଦ ଏବଂ ଫଟୋକୁ ବିନା ଅନୁମତିରେ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାର କରିବା ଉପରେ ରୋକ୍‌ ଲଗାଯାଇଛି । ଯଦି ଏହି ମାମଲାରେ ରୋକ ନ ଲଗାଯାଏ, ତେବେ ତାଙ୍କର ଆର୍ଥିକ କ୍ଷତି ହେଉଛି ।

ଏହା ସହିତ ଅଦାଲତ ଅନ୍ୟ କେତେକ ସଂସ୍ଥା ଉପରେ ନୋଟିସ ଜାରି କରିଛନ୍ତି । ଏହି ସଂସ୍ଥା କଥିତ ଭାବେ ଅପମାନଜନକ ଭିଡିଓ ହୋଷ୍ଟ କରୁଥିବା ୟୁଟ୍ୟୁବ କଣ୍ଟେଣ୍ଟ କ୍ରିଏଟର ଏବଂ ଆଉଟଲେଟ ପାଇଁ ‘ଭିଡୁ’ ଶବ୍ଦ ବ୍ୟବହାର କରୁଥିବା ରେଷ୍ଟୁରାଣ୍ଟ ମାଲିକ ସାମିଲ ରହିଛନ୍ତି ।

ଏନେଇ ବିଭିନ୍ନ ସୋସିଆଲ ମିଡିଆ ଚ୍ୟାନେଲ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଆପ୍ ସମେତ ଅନ୍ୟ ପ୍ଲାଟଫର୍ମରେ ତାଙ୍କ ବିନା ଅନୁମତିରେ ତାଙ୍କ ସହ ଜଡ଼ିତ କୌଣସି ପ୍ରସଙ୍ଗକୁ ବ୍ୟବହାର ନକରିବାକୁ ନିର୍ଦ୍ଦେଶ ଦେବାକୁ ସେ ଗୁହାରି କରିଥିଲେ ।

Leave A Reply

Your email address will not be published.