ମନୋରଂଜନ

ଜିନତ ଅମନଙ୍କ ପ୍ରେମରେ ପାଗଳ ଥିଲେ ଦେବ ଆନନ୍ଦ, ଅଭିନେତ୍ରୀଙ୍କୁ ଏହି ଅଭିନେତାଙ୍କ ସହ ଦେଖି ଭାଙ୍ଗି ପଡିଥିଲେ

ହିନ୍ଦୁ ସିନେମାର ପ୍ରଖ୍ୟାତ ଅଭିନେତା ଦେବ ଆନନ୍ଦ ଆଜି ପରଲୋକରେ । ହେଲେ ତାଙ୍କର ନାମର ଚର୍ଚ୍ଚା ଆସନ୍ତା ଦିନରେ ପ୍ରଶଂସକଙ୍କ ମୁହଁରେ ରହିଥିବ । ନିଜର ସୁନ୍ଦର ଅଭିନୟ ପାଇଁ ସେ ବଲିଉଡରେ ଯେପରି ଚର୍ଚ୍ଚାରେ ରହୁଥିଲେ । ସେହିପରି ନିଜର ବ୍ୟକ୍ତିଗତ ଜୀବନ ପାଇଁ ମଧ୍ୟ ବେଶ ଚର୍ଚ୍ଚାରେ ଥିଲେ । ଅଭିନେତ୍ରୀ ଜିନତ ଅମନଙ୍କୁ ଦେବ ଆନନ୍ଦ ବହୁତ ଭଲ ପାଉଥିଲେ । ହେଲେ ଜିନତଙ୍କୁ ରାଜ କପୁରଙ୍କ ସହ ଦେଖିବା ପରେ ଭାଙ୍ଗି ପଡିଥିଲେ ଦେବ ଆନନ୍ଦ । ଭାଙ୍ଗି ଯାଇଥିଲା ଜିନତଙ୍କ ପ୍ରତି ଥିବା ତାଙ୍କର ହୃଦୟ ।

ଦେବ ଆନନ୍ଦ ତାଙ୍କ ଆତ୍ମ କଥା ‘ରୋମାନସିଂ ଓ୍ଵିଥ୍‌ ଲାଇଫ’ ରେ ଜିନତ ଅମନ୍‌ଙ୍କୁ ନେଇ ବହୁତ କିଛି କଥା ଲେଖିଛନ୍ତି ‘କାମ ସହ ଜିନତଙ୍କ ପ୍ରତି ମୋର ଭଲ ପାଇବା ଦିନକୁ ଦିନ ବଢ଼ି ଯାଇଥିଲା । ଜିନତଙ୍କ ସହ ମୋର ଖାସ ଆକର୍ଷଣ ଥିବା ଅନୁଭବ ହେଲା ।

ମୁଁ ଜିନତଙ୍କୁ ଭଲ ପାଇ ବସିଲି । ସେ ଯେତେବେଳେ ମୋ ସହ କଥା ହେଉଥିଲେ ତ ମୋତେ ଏକ ଅଲଗା ଶାନ୍ତି ମିଳୁଥିଲା । ଜିନତଙ୍କୁ ମୁଁ ନିଜର କରିବା ପାଇଁ ପ୍ରସ୍ତୁତି ମଧ୍ୟ କରି ସାରିଥିଲି । ଦିନେ ମୁଁ ହୋଟେଲ ତାଜରେ ଏକ ଖାସ ସ୍ଥାନ ବନ୍ଦୋବସ୍ତ କରିଥିଲି । ଯେଉଁଠି ମୁଁ ଜିନତଙ୍କୁ ମୋର ହୃଦୟର କଥା କହିପାରିବି ।

ଏହି ସ୍ଥାନରେ ଆମ୍ଭେ ପୂର୍ବରୁ ମଧ୍ୟ ବହୁବାର ଦେଖା ହୋଇଛୁ । ସାଙ୍ଗ ହୋଇ ଡିନର ମଧ୍ୟ କରିଛୁ । ହେଲେ ଯେତେବେଳେ ମୁଁ ସେହି ସ୍ଥାନରେ ଜିନତଙ୍କ ସହ ରାଜ କପୁରଙ୍କୁ ଦେଖିଲି, ମୁଁ ଜିନତଙ୍କୁ କେବେ ପ୍ରପୋଜ କରି ପାରି ନଥିଲି ।’ ଦେବ ଆନନ୍ଦଙ୍କ ଏହି କଥା ଜିନତଙ୍କ ପ୍ରତି ଥିବା ତାଙ୍କର ଭଲ ପାଇବାର ବେଶ ବର୍ଣ୍ଣନା କରେ ।

ଜିନତଙ୍କୁ ରାଜ କପୁରଙ୍କ ସହ ଦେଖି ଦେବ ଆନନ୍ଦଙ୍କ ହୃଦୟ ଭାଙ୍ଗି ଯାଇଥିଲା । ଆଉ କେବେ ବି ଦେବ ଆନନ୍ଦ ଜିନତଙ୍କୁ ତାଙ୍କର ହୃଦୟ କଥା କହି ପାରି ନଥିଲେ । ତାଙ୍କର ଆତ୍ମ ଜୀବନୀ ପୁସ୍ତକରେ ଦେବ ଆନନ୍ଦ ଏପରି କଥା ଲେଖିଛନ୍ତି ଯାହାକୁ ପଢ଼ି ଯେ କେହି ଭାବପ୍ରବଣ ହୋଇ ପଡିବେ ।

Niharanjan

Recent Posts

ଜୁଆଣି ଖାଇବାର ଉପକାରିତା, ୟୁରିକ୍‌ ଏସିଡ୍‌ ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମିଳିବ ମୁକ୍ତି

ଆଜିର ପରିବର୍ତ୍ତିତ ଲାଇଫ୍‌ ଷ୍ଟାଇଲ୍‌ରେ, ଯୁବକ ଠାରୁ ମଧ୍ୟମ ବୟସ୍କର ଲୋକ ସମସ୍ତେ ଅନେକ ପ୍ରକାରର ରୋଗର ଶିକାର ହେଉଛନ୍ତି…

10 seconds ago

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ଦେହାନ୍ତ, ଦୁଃଖ ବ୍ୟକ୍ତ କଲେ ସିଏମ୍‌ ଯୋଗୀ

ଅଯୋଧ୍ୟା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କରାଇଥିବା ମୁଖ୍ୟ ଆଚାର୍ଯ୍ୟ ଲକ୍ଷ୍ମୀକାନ୍ତ ଦୀକ୍ଷିତଙ୍କ ୯୦ ବର୍ଷ ବୟସରେ ଦେହାନ୍ତ ହୋଇଛି…

8 mins ago

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

22 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

27 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

57 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

1 hour ago