ମା’ ହେଲେ ‘ଗୋପୀ ବୋହୂ’, ବିବାହର ୨ ବର୍ଷ ପରେ ଶିଶୁପୁତ୍ରକୁ ଦେଲେ ଜନ୍ମ
‘ଗୋପୀ ବୋହୂ’ ନାମରେ ଘରେ ଘରେ ପରିଚୟ ପାଇଥିବା ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ଫ୍ୟାନମାନଙ୍କୁ ଖୁସି ଖବର ଦେଇଛନ୍ତି । ଅଭିନେତ୍ରୀ ମା’ ହୋଇଛନ୍ତି । ସେ ଏକ ଶିଶୁପୁତ୍ର ଜନ୍ମ ଦେଇଛନ୍ତି । ଦେବୋଲିନା ନିଜେ ନିଜ ଇନଷ୍ଟାଗ୍ରାମ ଜରିଆରେ ଫ୍ୟାନମାନଙ୍କୁ ଏହି ଖୁସି ଖବର ଜଣାଇଛନ୍ତି ।
ଦେବୋଲିନା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ଲେଖା ହୋଇଛି, ଆମର ବେବି ବୟ, ୧୮.୧୨.୨୦୨୪ । ଭିଡିଓ ସହିତ କ୍ୟାପସନରେ ଦେବୋଲିନା ଲେଖିଛନ୍ତି, ‘ହେଲୋ ୱାର୍ଲ୍ଡ! ଆୱାର ଲିଟିଲ୍ ଆଞ୍ଜେଲ୍ ବଏ ଇଜ୍ ହିୟର୍’ ।
ସେପଟେ ଦେବୋଲିନା ମା’ ହେବା ଖବର ଶୁଣିବା ପରେ ଟିଭି ସେଲିବ୍ରିଟିମାନେ ତାଙ୍କୁ ଶୁଭେଚ୍ଛା ଜଣାଇବାରେ ଲାଗିଛନ୍ତି । ପାରସ୍ ଛାବ୍ରା ଓ ଆରତୀ ସିଂ କମେଣ୍ଟ କରି ଲେଖିଛନ୍ତି, ‘ଅଭିନନ୍ଦନ’ ।
ଚଳିତ ବର୍ଷ ଅଗଷ୍ଟ ୧୫ରେ ଦେବୋଲିନା ସ୍ୱାମୀ ଶାହନୱାଜ ଶେଖଙ୍କ ସହ ନିଜର କିଛି ଫଟୋ ସେୟାର କରି ପ୍ରେଗନାନ୍ସି ବିଷୟରେ ଘୋଷଣା କରିଥିଲେ । ସେ ନିଜର ପ୍ରେଗନାନ୍ସି ଫେଜକୁ ବହୁତ ଏଞ୍ଜୟ କରିଥିଲେ । ତାଙ୍କର ବେବି ସାୱାରର ଫଟୋଗୁଡ଼ିକ ମଧ୍ୟ ଖୁବ୍ ଭାଇରାଲ ହୋଇଥିଲା । ଅଭିନେତ୍ରୀ ବିବାହର ୨ ବର୍ଷ ପରେ ମା’ ହୋଇଛନ୍ତି ।
କହି ରଖୁଛୁ, ଦେବୋଲିନା ଭଟ୍ଟାଚାର୍ଯ୍ୟ ୨୦୨୨ରେ ନିଜର ଜିମ୍ ଟ୍ରେନର ଶାହନୱାଜ ଶେଖଙ୍କୁ ବିବାହ କରିଥିଲେ । ସେ ଟିଭି ସିରିଏଲ୍ ‘ସାଥ୍ ନିଭାନା ସାଥିୟା’ରୁ ଘରେ ଘରେ ପରିଚିତ ହୋଇଥିଲେ । ଏଥିରେ ତାଙ୍କର ‘ଗୋପୀ ବୋହୂ’ ଚରିତ୍ରକୁ ଫ୍ୟାନମାନେ ବହୁତ ପସନ୍ଦ କରିଥିଲେ ।