ମା’ ହେବେ କି ଦେବୋଲିନା ଭଟ୍ଟାଚାର୍ଯ୍ୟ ? ପ୍ରେଗ୍ନେନ୍ସି ଖବରକୁ ନେଇ ଭାଙ୍ଗିଲେ ନିରବତା

ଟିଭି ଅଭିନେତ୍ରୀ ଦେବୋଲିନା ଭଟ୍ଟାଚାର୍ଯ୍ୟ ୨୦୨୨ରେ ଶହନବାଜ ଶେଖ।ଙ୍କୁ ବିବାହ କରିଛନ୍ତି । ଅଭିନେତ୍ରୀଙ୍କ ତାଙ୍କ ପରିବାର ଏବଂ ସାଙ୍ଗମାନଙ୍କ ଉପସ୍ଥିତିରେ ମୁମ୍ବାଇ ବାହାରେ ଲୋଖଣ୍ଡବାଲାରେ କୋର୍ଟ ମ୍ୟାରେଜ କରିଥିଲେ । ତେବେ ବିବାହର ଫଟୋ ସେ ନିଜ ପ୍ରଶଂସକଙ୍କ ସହ ସେୟାର କରିଥିଲେ । ଦୁହେଁ ବିବାହ କରିବାର ପ୍ରାୟ ଦେଢ ବର୍ଷ ବିତିଗଲାଣି । ଏହି ସମୟରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ସୋସିଆଲ ମିଡିଆରେ ଏପରି କିଛି ଫଟୋ ସେୟାର କରିଛନ୍ତି, ଯାହା ଦେଖିବା ପରେ ସେ ପ୍ରେଗ୍ନେନ୍ସି ଥିବା ନେଇ ଚର୍ଚ୍ଚା ଚାଲିଛି ।

ଦେବୋଲିନା ଭଟ୍ଟାଚାର୍ଯ୍ୟ ଇନଷ୍ଟାଗ୍ରାମରେ ନିଜର କିଛି ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ଧଳା ପୋଷାକ ପିନ୍ଧି ସମୁଦ୍ର କୂଳରେ ପୋଜ୍ ଦେଉଥିବାର ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ଗୋଟିଏ କଥା ଦେବୋଲିନାଙ୍କ ବିଷୟରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି,ଯାହା ହେଉଛି ତାଙ୍କ ପେଟ । ଅଭିନେତ୍ରୀଙ୍କ ଫଟୋ ଦେଖିବା ପରେ ୟୁଜରମାନେ ଅନୁମାନ କରିବାକୁ ଲାଗିଛନ୍ତି, ଯେ ଅଭିନେତ୍ରୀ ଗର୍ଭବତୀ ଅଛନ୍ତି ଏବଂ ଫଟୋରେ ଦେବୋଲିନାଙ୍କ ବେବି ବମ୍ପ ଦେଖିବାକୁ ମିଳିଛି । ତେବେ ଦେବୋଲିନା ଏହି କଥାକୁ ନେଇ ନିରବତା ଭାଙ୍ଗିଛନ୍ତି ଏବଂ ସୋସିଆଲ ମିଡିଆରେ ସେ ପ୍ରେଗ୍ନେନ୍ସି ହେବା ଖବର ଉପରେ ପ୍ରତିକ୍ରିୟା ଦେଇଛନ୍ତି ।

ଦେବୋଲିନା ଭଟ୍ଟାଚାର୍ଯ୍ୟ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରିରେ ଏକ ପୋଷ୍ଟ ସେୟାର କରିଛନ୍ତି, ଯେଉଁଥିରେ ସେ ତାଙ୍କ ପ୍ରେଗ୍ନେନ୍ସି ବିଷୟରେ ପ୍ରତିକ୍ରିୟା ରଖିଛନ୍ତି । ଏହି ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ଅଭିନେତ୍ରୀ ଲେଖିଛନ୍ତି, ‘ଅନେକ ଲୋକ ମୋର ପ୍ରେଗ୍ନେନ୍ସି ବିଷୟରେ ବହୁତ ଦିନ ଧରି ମ୍ୟାସେଜ୍ କରୁଛନ୍ତି ଏବଂ ଏହା ବିଷୟରେ ଖବର ତିଆରି କରୁଛନ୍ତି । ମୁଁ ଯେତେବେଳେ ବି ସମସ୍ତଙ୍କ ସହିତ ଏହିପରି ଖବର ବାଣ୍ଟିବାକୁ ଚାହେଁ, ମୁଁ ନିଜେ ତାହା କରିବି । ବର୍ତ୍ତମାନ ପାଇଁ, ଦୟାକରି ମୋତେ ହଇରାଣ କରନ୍ତୁ ନାହିଁ । ମୁଁ ଗର୍ଭବତୀ କି ନୁହେଁ ଜାଣିବା ପରେ ତୁମେ କ’ଣ କରିବ ? ଆପଣ ହେଡଲାଇନ୍ ତିଆରି କରିବେ, ଟ୍ରୋଲ୍ କରିବେ କିମ୍ବା ୨ ରୁ ୩ ଟି ଭଲ ଜିନିଷ ଠିକ୍ କରିବେ ? ଏପରି ଅନେକ କଥା ନିଜ ଷ୍ଟୋରିରେ ଲେଖିଛନ୍ତି ଦେବୋଲିନା ।

ଏହା ବ୍ୟତୀତ ଦେବୋଲିନା ଆହୁରି ଲେଖିଛନ୍ତି, ‘ମୁଁ ନିଶ୍ଚିତ ଭାବେ ଜାଣିଛି ଯେ ଯଦି ଆପଣଙ୍କର ପର୍ସନାଲ ଲାଇଫ୍‌ରେ କେହି ପସିବେ କିମ୍ବା ବିଭିନ୍ନ ପ୍ରକାରର କଥା କହିବେ, ତେବେ ଆପଣ ଏହାକୁ ପସନ୍ଦ କରିବେ ନାହିଁ । ଏହା ସହ ନିଜକୁ ବ୍ୟସ୍ତ ରଖିବା ପାଇଁ ସୋସିଆଲ ମିଡିଆରେ ଅନେକ ଜିନିଷ ଅଛି । ତେବେ ଆପଣମାନେ ବୁଝିପାରୁଥିବେ ଯେ ମୋ ପର୍ସନାଲ ଲାଇଫ୍‌ରେ କେହି ପସିବା ମୋତେ ପସନ୍ଦ ନୁହେଁ, ଦୟାକରି ଏପରି କରନ୍ତୁ ନାହିଁ, ଧନ୍ୟବାଦ।’