ହସ୍ପିଟାଲରେ ହ୍ଵିଲ ଚେୟାରରେ ନଜର ଆସିଲେ ଦେବୋଲିନା ଭଟ୍ଟାଚାର୍ଯ୍ୟ, କଣ ହେଲା ଗୋପି ବୋହୂଙ୍କର?
ବିଗ ବସ୍ ସିଜନ ୧୫ରେ ଦେବୋଲିନା ଭଟ୍ଟାଚାର୍ଯ୍ୟ ଗୋଟେ ଟାସ୍କ ପାଇଁ ନିଜ ସ୍ୱାସ୍ଥ୍ୟକୁ ଅଣଦେଖା କରିଦେଲେ। ଯେଉଁଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ଏମିତି ହୋଇଥିଲା ଯେ ଦେବୋଲିନା ଏକ ଟାସ୍କ ସମୟରେ ୧୫ ଘଣ୍ଟା ପର୍ଯ୍ୟନ୍ତ ଛିଡା ହୋଇକି ରହିଲେ ଏବଂ ଟାସ୍କ ଜିତିବା ପରେ ସେ ନିଜ ପ୍ୟାଣ୍ଟରେ ପରିସ୍ରା କରିଦେଲେ। ଯାହାପରେ ଦେବୋଲିନାଙ୍କ ସ୍ୱାସ୍ଥ୍ୟ ପୂରାପୁରି ବିଗିଡିଗଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବାକୁ ପଡିଲା। ତାଙ୍କ ପାଦର ଏକ ନର୍ଭ କାମ କରୁନାହିଁ ଯେଉଁ କାରଣରୁ ତାଙ୍କୁ ଚାଲିବାରେ ସମସ୍ୟା ହେଉଛି।
ଦେବୋଲିନାଙ୍କ ସ୍ୱାସ୍ଥ୍ୟବସ୍ଥା ଏତେ ଖରାପ ହୋଇଗଲା ଯେ ତାଙ୍କୁ ଅପରେସନ୍ କରିବାକୁ ପଡିଲା। ଆଉ ଏହା ବିଷୟରେ ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଫ୍ୟାନ୍ସଙ୍କୁ ଏହା ବିଷୟରେ ସୂଚିତ କରିଥିଲେ। ଏବେ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ଆପଣ ଦେବୋଲିନାଙ୍କୁ ହସ୍ପିଟାଲ ବେଡରେ କଫି ପିଉଥିବାର ଦେଖିବାକୁ ମିଳୁଛି ଏବଂ ଓ୍ଵାକର ସାହାଯ୍ୟରେ ଚାଲିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳୁଛି।
ଭିଡିଓରେ ଦେବୋଲିନା ହ୍ଵିଲ ଚେୟାରରେ ବସି ଯାଉଛନ୍ତି ଏବଂ ନିଜ ଡଗି ସହିତ ଖେଳଥିବା ନଜର ଆସୁଛନ୍ତି। ନିଜ ପ୍ରିୟ ଅଭିନେତ୍ରୀଙ୍କ ଏପରି ଅବସ୍ଥା ଦେଖି ଫ୍ୟାନ୍ସ ଚିନ୍ତାପ୍ରକାଶ କରିଥିବାବେଳେ ଦେବୋଲିନାଙ୍କର ଆଶୁ ଆରୋଗ୍ୟ କାମନା କରୁଛନ୍ତି।
View this post on Instagram