ରିଲିଜ୍ ହେଲା ‘ଧଡ଼କ’ର ଟାଇଟେଲ ଟ୍ରାକ୍ : ରୋମାଣ୍ଟିକ୍ ଅନ୍ଦାଜରେ ଦେଖାଗଲେ ଜାହ୍ନବୀ ଓ ଇଶାନ୍

ମୁମ୍ବାଇ : ଗତକାଲି ଫିଲ୍ମ ଧଡକର ଟାଇଟଲ ଟ୍ରାକ୍ ରିଲିଜ ହୋଇଛି । ଗୀତରେ ଜାହ୍ନବୀ ଓ ଇଶାନ୍ ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଥିବା ବେଳେ ଗୀତଟିକୁ ଗାନ କରିଛନ୍ତି ଅଜୟ ଓ ଶ୍ରେୟା ଘୋଷଲ । ବହୁଦିନରୁ ଶ୍ରୀଦେବୀ ତନୟା ଜାହ୍ନବୀଙ୍କ ଫ୍ୟାନ୍ ଫିଲ୍ମର ଗୀତ ପାଇଁ ଅପେକ୍ଷା କରି ରହିଥିଲେ । ଫିଲ୍ମରେ ଜାହ୍ନବୀଙ୍କ ସହ ଲିଡ୍ ରୋଲ୍ରେ ଅଛନ୍ତି ଇଶାନ ଖଟ୍ଟର।

ଗତକାଲି ଗୀତଟି ରିଲିଜ ହୋଇଥିବା ବେଳେ ଏହାକୁ ବର୍ତ୍ତମାନ ପର୍ୟ୍ୟନ୍ତ ୮୪ ଲକ୍ଷ ଲୋକ ଦେଖିସାରିଲେଣି । ଗୀତ ଏବଂ ଟ୍ରେଲରରେ ବେଶ୍ ଜମିଛି ଜାହ୍ନବୀ ଓ ଇଶାନଙ୍କ କେମେଷ୍ଟ୍ରି। ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ ଲଭ୍, ଇମୋଶନ୍ ଆଉ ଡ୍ରାମା । ଏହାର ନିର୍ଦ୍ଦେଶନା ଦେଇଛନ୍ତି ଶଶାଙ୍କ ଖୈତାନ୍ । ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି କରନ ଜୋହର । ଧର୍ମା ପ୍ରଡକସନ୍ ବ୍ୟାନରରେ ପ୍ରସ୍ତୁତ ଧଡକ ଜୁଲାଇ ୨୦ରେ ହଲ୍କୁ ଆସିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.