ଯେତେବେଳେ ନିର୍ଦ୍ଦେଶକ ଲୁଚାଇ ତିଆରି କରିଦେଲେ ଧର୍ମେନ୍ଦ୍ରଙ୍କର ଆଡଲ୍ଟ ଫିଲ୍ମ . . . ଜାଣନ୍ତୁ କଣ ହେଲା ତାପରେ

୬୦ ଦଶକରେ ନିଜର ଫିଲ୍ମ କ୍ୟାରିୟର୍ ଆରମ୍ଭ କରିଥିବା ଧର୍ମେନ୍ଦ୍ର ୯୦ ଦଶକ ବେଳକୁ ଜଣେ ସୁପରଷ୍ଟାର ହୋଇ ଯାଇଥିଲେ । ସଫଳତାର ଶୀର୍ଷରେ ଥିଲା ତାଙ୍କ ଷ୍ଟାରଡମ୍ । ହେଲେ ଏହି ସମୟରେ ସେ ଅଜାଣତରେ ଏମିତି ଏକ ଭୁଲ୍ କରି ବସିଥିଲେ ଯାହା ପାଇଁ ପରେ ବହୁତ ବଡ ମୂଲ୍ୟ ଦେବାକୁ ପଡିଥିଲା ।

ଘଟଣାଟି ସେ ସମୟର ଥିଲା ଯେତେବେଳେ ବି ଗ୍ରେଡ୍ ଫିଲ୍ମର ବାଦଶାହା ଭାବରେ ପରିଚିତ ନିର୍ଦ୍ଦେଶକ କାନ୍ତି ଶାହାଙ୍କ ସହ ଏକ ଫିଲ୍ମରେ କାମ କରୁଥିଲେ ଧର୍ମେନ୍ଦ୍ର । ଆଉ ଏଥିରେ ଏମିତି ଚାଲ୍ ଖେଳିଲେ କାନ୍ତି ଶାହା ଯେଉଁଥିରେ କେବଳ ଧର୍ମେନ୍ଦ୍ର ନୁହେଁ ବରଂ ସନ୍ନି ଦେଓଲଙ୍କ ମଧ୍ୟ ହୋସ୍ ଉଡିଯାଇଥିଲା ।

dharmendra kanti sahaରିପୋର୍ଟ ଅନୁସାରେ, କାନ୍ତି ଶାହା ଧୋକାରେ ଧର୍ମେନ୍ଦ୍ରଙ୍କୁ ନିଜ ଆଡଲ୍ଟ ଫିଲ୍ମରେ କାମ କରାଇ ନେଇଥିଲେ । ଯାହାର ତିଳେ ମାତ୍ର ସୂଚନା ଧର୍ମେନ୍ଦ୍ର ପାଇ ପାରିନଥିଲେ । ହେଲେ କାନ୍ତି ଶାହା ନିଜ ସୀମା ସେତେବେଳେ ପାର କରିଗଲେ ଯେତେବେଳେ ମସାଜ୍ କରିବା ବାହାନାରେ ଧର୍ମେନ୍ଦ୍ରଙ୍କ ଉଲଗ୍ନ ଶରୀରକୁ ନିଜ କ୍ୟାମେରାରେ କଏଦ୍ କରିନେଇଥିଲେ ।

ସୁଯୋଗ ଥିଲା ଗୋଟିଏ ସିନ୍ ସୁଟିଂ ସମୟର । ଧର୍ମେନ୍ଦ୍ର ଏହି ସିନ୍ କୁ ସୁଟ୍ କରିବା ପାଇଁ ଅପେକ୍ଷା କରିଥିଲେ । ଆଉ ସେହି ସମୟରେ କାନ୍ତି ଶାହା ଆସି ଧର୍ମେନ୍ଦ୍ରଙ୍କୁ କହିଥିଲେ, ତୁମେ ନିଜ ଛାତିରେ ତେଲ ମସାଜ୍ କରାଇ ନିଅ କାରଣ ଗୋଟିଏ ଘୋଡା ଚଢିବାର ସିନ୍ କରିବାର ଅଛି ଯେଉଁଥିରେ ତୁମ ଛାତି ଖୋଲା ରହିବାର ଅଛି । ଆଉ ଧର୍ମେନ୍ଦ୍ର ଏଥିରେ ରାଜି ହୋଇ ଯାଇଥିଲେ । ତାଙ୍କୁ ଲାଗିଲା ଫିଲ୍ମର ଆକ୍ସନ୍ ସିନ୍ ପାଇଁ ଏହା ଆବଶ୍ୟକ । କିନ୍ତୁ କାନ୍ତି ଶାହାଙ୍କ ମୁଣ୍ଡରେ ଚାଲୁଥିଲା ଅଲଗା କିଛି ।

dharmendra kanti sahaତେଲ ଲଗାଇବା ପାଇଁ ଧର୍ମେନ୍ଦ୍ର ବସିଥିବା ସମୟରେ କାନ୍ତି ଶାହା ତାଙ୍କର ଉଲଗ୍ନ ଶରୀରକୁ ଛାଡି କେବଳ ମୁହଁର କ୍ଲୋଜଅପ୍ ସଟ୍ ନେଇଯାଇଥିଲେ । ଏହା ପରେ କାନ୍ତି ଶାହା ଏହି ସିନକୁ ଏକ ଦୁଷ୍କର୍ମ ସିନ୍ ପାଇଁ ବ୍ୟବହାର କରିଥିଲେ । ଏଥିପାଇଁ ଧର୍ମେନ୍ଦ୍ରଙ୍କ ବଡି ଡବଲ୍ କରିଥିଲେ କରିଥିଲେ କାନ୍ତି ଶାହା । ଆଉ ଅନ୍ୟ ବ୍ୟକ୍ତିଙ୍କ ଚେହେରା ବଦଳାଇ ଧର୍ମେନ୍ଦ୍ର ଚେହେରା ଲଗାଇ ଅତ୍ୟନ୍ତ ଭୟାବହ ଦୁଷ୍କର୍ମ ସିନ୍ ସୁଟିଂ କରିଥିଲେ । ଆଉ ଏ ବିଷୟରେ ଟିକେ ବି ଜାଣି ପାରିନଥିଲେ ଧର୍ମେନ୍ଦ୍ର ।

ତେବେ ଏନେଇ କିଛି ଲୋକ ସନ୍ନି ଦିଓଲଙ୍କୁ କହିଥିଲେ ଯେ ଧର୍ମେନ୍ଦ୍ର ଆଡଲ୍ଟ ଫିଲ୍ମରେ କାମ କରୁଛନ୍ତି । ଏଥିରେ ଖୁବ୍ ରାଗି ଯାଇଥିଲେ ସନ୍ନି । ଆଉ କାନ୍ତି ଶାହାଙ୍କୁ ଘରକୁ ଡାକି ଖୁବ୍ ଗାଳି କରିଥିଲେ । ଆଉ ଧମକ ଦେଇଥିଲେ ଯଦି ଏହି ଫିଲ୍ମ ସିନେମା ଘରୁ ନହଟାନ୍ତି ତେବେ ତାଙ୍କ ବିରୋଧରେ ମାମଲା ରୁଜୁ କରିବେ । ଏଥିରେ କାନ୍ତି ଶାହା ଡରିଗଲେ ଆଉ ସିନେମା ହଲ୍ରୁ ଫିଲ୍ମଟିକୁ ହଟାଇ ଦେଇଥିଲେ । ତେବେ ସନ୍ନି ସିନା ଫିଲ୍ମଟିକୁ ହଟାଇ ଦେଇଥିଲେ କିନ୍ତୁ ଧର୍ମେନ୍ଦ୍ରଙ୍କ କ୍ୟାରିୟରରେ ଆଡଲ୍ଟ ଫିଲ୍ମରେ କାମ କରିବାର ଏକ ଦାଗ ଚିର ଦିନ ପାଇଁ ଲାଗିଗଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.