ଆହତ ହେଲେ ଧର୍ମେନ୍ଦ୍ର, ଦୁଃଖ ପ୍ରକାଶ କଲେ ଫ୍ୟାନ୍ସ

ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କୁ ୮୮ ବର୍ଷ ହୋଇଛନ୍ତି, କିନ୍ତୁ ସେ ପ୍ରାୟତଃ ସୋସିଆଲ ମିଡିଆରେ ଆକ୍ଟିଭ୍ ରୁହନ୍ତି ଏବଂ ପ୍ରତିଦିନ ନୂଆ ଭିଡିଓ ଏବଂ ପୋଷ୍ଟ ସେୟାର କରନ୍ତି । ଏହା ବ୍ୟତୀତ ସେ ନିରନ୍ତର କାର୍ଯ୍ୟ କରୁଛନ୍ତି । ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ଏବଂ ‘ତେରି ବାତୋ ମେଁ ଐସା ଉଲଝା ଜିୟା’ରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ତାଙ୍କ ଫିଲ୍ମ ପାଇଁ ଆଜିକାଲି ହେଡଲାଇନରେ ଥିବା ଧର୍ମେନ୍ଦ୍ର ବର୍ତ୍ତମାନ ତାଙ୍କର ଗୋଟିଏ ଭିଡିଓ ପାଇଁ ସମ୍ବାଦରେ ଅଛନ୍ତି, ଯାହା ଦେଖିବା ପରେ ଅଭିନେତାଙ୍କ ପ୍ରଶଂସକଙ୍କ ଚିନ୍ତା ବଢିଛି । ଏହି ଭିଡିଓରେ ଧର୍ମେନ୍ଦ୍ରଙ୍କ ଗୋଡରେ ଏକ ପ୍ଲାଷ୍ଟର ଦେଖିବାକୁ ମିଳିଛି, ଯେଉଁଥିପାଇଁ ତାଙ୍କ ପ୍ରଶଂସକମାନେ ପ୍ରଶ୍ନ କରୁଛନ୍ତି ଯେ ହେ-ମ୍ୟାନ୍ଙ୍କ ସହ କ’ଣ ହୋଇଛି ? ତେବେ ଏପରି ଅନେକ ପ୍ରଶ୍ନ ସେହି ପୋଷ୍ଟରେ ଦେଖିବାକୁ ମିଳିଛି ।
ଧର୍ମେନ୍ଦ୍ରଙ୍କ ଏହି ଭିଡିଓ ଦେଖିବା ପରେ ଅଧିକାଂଶ ପ୍ରଶଂସକ ପଚାରୁଛନ୍ତି କି ଧର୍ମେନ୍ଦ୍ରଙ୍କ ଗୋଡ ପୁଣି ଭାଙ୍ଗି ଯାଇଛି କି? ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟର କରାଯାଇଛି । ତେବେ ତାଙ୍କ ଗୋଡରେ ଏହି ପ୍ଲାଷ୍ଟର କାହିଁକି ଅଛି ଏବଂ ତାଙ୍କ ସହ କ’ଣ ହୋଇଛି କିନ୍ତୁ କଣ ହୋଇଛି ବୋଲି ଭେଟେରାନ ଷ୍ଟାର କହି ନାହାଁନ୍ତି । କିନ୍ତୁ, ଗୋଟିଏ କଥା ସ୍ପଷ୍ଟ ଯେ ତାଙ୍କର ଏହି ଭିଡିଓ ନିଶ୍ଚିତ ଭାବରେ ତାଙ୍କ ପ୍ରଶଂସକଙ୍କୁ ଟେନସନରେ ପକାଇ ଦେଇଛି, ଯେଉଁମାନେ ମନ୍ତବ୍ୟ ଦେବାବେଳେ ହେ-ମ୍ୟାନ୍ଙ୍କ ପାଇଁ ତାଙ୍କ ଫ୍ୟାନ୍ସ ପ୍ରାର୍ଥନା କରିଛନ୍ତି ।
ତେବେ ଧର୍ମେନ୍ଦ୍ର ଅଧିକାଂଶ ସମୟ ତାଙ୍କ ଫାର୍ମ ହାଉସରେ ବିତାଇଥାନ୍ତି । ଯେଉଁଠାରୁ ସେ ପ୍ରାୟତଃ ତାଙ୍କ ଭିଡିଓ ସେୟାର କରନ୍ତି । ବର୍ତ୍ତମାନ ଧର୍ମେନ୍ଦ୍ର ଏହି ଫାର୍ମ ହାଉସରୁ ତାଙ୍କର ଆଉ ଏକ ଭିଡିଓ ସେୟାର କରିଛନ୍ତି, ଯାହା ଦେଖିବା ପରେ ହେ-ମ୍ୟାନ୍ଙ୍କ ପ୍ରଶଂସକମାନେ ତାଙ୍କୁ ପଚାରିଥିଲେ ତାଙ୍କ ସହ କ’ଣ ହୋଇଛି ଏବଂ ସେ କାହିଁକି ଗୋଡରେ ପ୍ଲାଷ୍ଟର କରିଛନ୍ତି । ଏହି ଅବସ୍ଥାରେ ଅଭିନେତାଙ୍କୁ ଦେଖିବା ପରେ ତାଙ୍କ ପ୍ରଶଂସକମାନେ ବହୁତ ଚିନ୍ତିତ ହୋଇଛନ୍ତି ।
ଧର୍ମେନ୍ଦ୍ର ସୋସିଆଲ ମିଡିଆରେ ସେୟାର କରିଥିବା ତାଙ୍କର ଶେଷ ଭିଡିଓରେ ସେ ଗ୍ରେଏ କଲର ଟି ସାର୍ଟ ଏବଂ ନୀଳ ପାଇଜାମା ପିନ୍ଧିଥିବାର ନଜର ଆସିଛନ୍ତି । ତେବେ ‘ଶୋଲେ’ର ବିରୁ ଏକ ଚେୟାରରେ ବସିଛନ୍ତି ଏବଂ ତାଙ୍କ ଗୋଡରେ ପ୍ଲାଷ୍ଟର ହୋଇଥିବାର ଦେଖିବାକୁ ମିଳିଛି । ଏହି ଭିଡିଓ ସହିତ ଧର୍ମେନ୍ଦ୍ରଙ୍କ କ୍ୟାପସନ୍କୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ଭିଡିଓ ସେୟାର କରିବାବେଳେ ସେ କ୍ୟାପସନ ଲେଖିଛନ୍ତି, ‘ଆହତ ସିଂହ … ପୁଣି ବ୍ୟସ୍ତ ।’ ମତଦାନ ଦିନ ଧର୍ମେନ୍ଦ୍ର ଶେଷ ଥର ପାଇଁ ପ୍ୟାପ୍ କ୍ୟାମେରାରେ ନଜର ଆସିଥିଲେ । ଅନ୍ୟପକ୍ଷରେ ଅଭିନେତାଙ୍କ ଦ୍ୱିତୀୟ ପତ୍ନୀ ତଥା ଅଭିନେତ୍ରୀ ହେମା ମାଲିନି ବିଜେପି ଟିକେଟରେ ତୃତୀୟ ଥର ପାଇଁ ମଥୁରାରୁ ସାଂସଦ ଭାବରେ ନିର୍ବାଚନରେ ବିଜୟ ହାସଲ କରିଛନ୍ତି ।