ମେଥି ପରଟା ଖାଇ ନିଜ ବଙ୍ଗଳା ଦେଖାଇଲେ ଧର୍ମେନ୍ଦ୍ର, ଭାଇରାଲ ହେଉଛି ଭିଡିଓ

ହିନ୍ଦୀ ସିନେମା ଜଗତର ସୁପରଷ୍ଟାର୍‌ ଧର୍ମେନ୍ଦ୍ର ମାୟାନଗରୀଠାରୁ ନିଜକୁ ଦୂରେଇ ରଖି ଏବେ ନିଜ ଫାର୍ମ ହାଉସ୍‌ରେ ସମୟ ବିତାଉଛନ୍ତି। ସେଠାରେ ରହି ସେ ଅନେକ ସମୟରେ ନିଜ ଫଟୋ ଏବଂ ଭିଡିଓ ଶେୟାର କରିଥାଆନ୍ତି। ଏବେ ଏବେ ଧର୍ମେନ୍ଦ୍ର ଆଉ ଏକ ଭିଡିଓ ନିଜ ଫାର୍ମ ହାଉସ୍‌ରୁ ଶେୟାର କରିଛନ୍ତି। ଏଥିରେ ସେ ମେଥି ପରଟା ଖାଇ ନିଜ ବଙ୍ଗଳା ଦେଖାଉଥିବା ଦେଖିବାକୁ ମିଳିଛି।

ଏହାସହ ପଢ଼ନ୍ତୁ: ଏହି କାରଣରୁ ପାରସ ଛାବଡା ବିଗ୍‌ବସ୍‌ ଘରୁ ହେଲେ ବେଘର, ଶେହେନାଜ ଦେଖାଇଲେ ନିଜର ଭଲପାଇବା

ଭିଡିଓକୁ ଶେୟାର କରି ଧର୍ମେନ୍ଦ୍ର ଲେଖିଛନ୍ତି, ‘ଏ ସବୁ କିଛି ସେ ହିଁ ଦେଇଛନ୍ତି, ଯାହାକୁ ସେ ଦିନେ ନେଇଯିବେ। ସାଙ୍ଗମାନେ, ଜୀବନ ବହୁତ ସୁନ୍ଦର, ଏହାକୁ ଭଲ ଭାବେ ଉପଭୋଗ କରନ୍ତୁ। ଲଭ୍‌ ୟୁ, ଚିୟର ଅପ୍‌’।

dh1

ଏହା ଉପରେ ଜଣେ ଫ୍ୟାନ୍‌ କମେଣ୍ଟ ଦେଇଛନ୍ତି, ‘ଗୁଡ୍‌ ମର୍ଣ୍ଣିଙ୍ଗ୍‌ ପାଜୀ’। ଜୀବନକୁ ଉପଭୋଗ କରିବା ଆମେ ଆପଣଙ୍କଠାରୁ ହିଁ ଶିଖିଛୁ। ଭଲ ମଣିଷ କିପରି ହେବ, ଲୋକଙ୍କ ହୃଦୟରେ କିପରି ରାଜ୍‌ କରିବ, ସେ ସବୁ ଆପଣଙ୍କଠାରୁ ଶିଖିଛୁ। ଲଭ୍‌ ୟୁ ଧରମ ପାଜୀ’।

ଏହାସହ ପଢ଼ନ୍ତୁ: ‘ରାମାୟଣର ସୀତା’ ଦୀପିକା ଚିଖଲିୟା ଏବେ ଦେଖାଯାଉଛନ୍ତି ଏମିତି, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫ୍ୟାମିଲି ଫଟୋ

ଧର୍ମେନ୍ଦ୍ର ନିଜ ଫ୍ୟାନ୍‌ଙ୍କ କମେଣ୍ଟରେ ଉତ୍ତର ମଧ୍ୟ ରଖିଛନ୍ତି। ସେ ଲେଖିଛନ୍ତି, ଲଭ୍‌ ୟୁ, ଜିତେ ରହୋ। ସଚରିତ୍ର ରାସ୍ତା ଦେଖାଇଥାଏ, ଆପଣ ମାନବ ଜାତିକୁ ସମ୍ଭାଳନ୍ତୁ’।

dh3

ଏହାପୂର୍ବରୁ ବି ଧର୍ମେନ୍ଦ୍ର ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ତାଙ୍କ ଫାର୍ମ ହାଉସ୍‌ରେ କିଛି ଫଳ ଫଳିଥିବା ଦେଖିବାକୁ ମିଳିଥିଲା। ଏହି ଫଳଗୁଡ଼ିକୁ ଦେଖାଇ ଧର୍ମେନ୍ଦ୍ର ଖୁବ୍‌ ଖୁସି ଥିବା ନଜର ଆସିଥିଲେ। ଭିଡିଓଟିକୁ ଶେୟାର କରି ଧର୍ମେନ୍ଦ୍ର ଲେଖିଥିଲେ, ‘ଚାଷୀଙ୍କ ଡାଇମଣ୍ଡ ଜେମ୍ସ, ଖୁସିର ସୌଭାଗ୍ୟ ଅନୁଭବ କରନ୍ତୁ, ଲଭ୍‌ ୟୁ ଅଲ୍‌’। ଧର୍ମେନ୍ଦ୍ରଙ୍କର ଏହି ଭିଡିଓକୁ ଖୁବ୍‌ ପସନ୍ଦ କରାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.