ମଦ ପିଇ ସୁଟିଂ ସେଟରେ ପହଞ୍ଚିବା ପରେ ଏହି ଅଭିନେତ୍ରୀ କହିଲେ ଏମିତି କଥା, ତା’ପରେ ଧର୍ମେନ୍ଦ୍ର କ’ଣ କଲେ ଜାଣନ୍ତୁ

ମୁମ୍ବାଇ : ବଲିଉଡରେ ବିଭିନ୍ନ ଅଭିନେତା ଓ ଅଭନେତ୍ରୀଙ୍କ ବହୁ ମୁଖ ରୋଚକ କାହାଣୀ ସବୁ ରହିଛି । ତାହା ରିଲର ହେଉ ବା ରିଅଲ ଲାଇଫର । ଏମିତି କିଛି କାହାଣୀ ରହିଛି କ୍ଷାତନାମା ଅଭିନେତା ଧର୍ମେନ୍ଦ୍ରଙ୍କୁ ନେଇ । ଧର୍ମେନ୍ଦ୍ରଙ୍କ ସହ ଜଡିତ ଏହି କାହାଣୀ ହେଉଛି ୧୯୬୬ ମସିହାର । ସେତେବେଳେ ଫିଲ୍ମ ‘ଆଏ ଦିନ ବହାର କେ’ ର ସୁଟିଂ ଚାଲୁଥିଲା ।

ଧର୍ମେନ୍ଦ୍ର ସର୍ବଦା ସୁଟିଂ ସେଟକୁ ମଦ ପିଇ ଆସୁଥିଲେ । ତେବେ ମଜା କଥା ହେଉଛି ପାଟିର ମଦ ଗନ୍ଧରୁ ବଞ୍ଚାଇବାକୁ ଯାଇ ଧର୍ମେନ୍ଦ୍ର ପିଆଜ ଖାଇ ଆସୁଥିଲେ । ହେଲେ ପିଆଜର ଗନ୍ଧ ବଡ଼ ଅସହ୍ୟ ଥିଲା । ସୁଟିଂ ସେଟରେ ଏହା ସମସ୍ତଙ୍କୁ ଅସୁଖି କରୁଥିଲେ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଏକଥା କେହି କହିପାରୁନଥିଲେ ।

asha
photo credit : pinterest

‘ଆଏ ଦିନ ବହାର କେ’ ଫିଲ୍ମରେ ଧର୍ମେନ୍ଦ୍ରଙ୍କ ସହ ମୁଖ୍ୟ ଭୁମିକାରେ ଅଭିନୟ କରୁଥିଲେ ଅଭିନେତ୍ରୀ ଆଶା ପାରେଖ । ଅଭିନେତ୍ରୀ ଦିନେ ସୁଟିଂ ସେଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କଲେ ଯେ ଧର୍ମେନ୍ଦ୍ରଙ୍କ ମୁହଁରୁ ପିଆଜ ଗନ୍ଧ ଆସୁଛି । ଏହାକୁ ମୁଁ ବରଦାସ୍ତ କରିପାରୁନି ।

ଅଭିନେତ୍ରୀଙ୍କ ଏପରି କଥା ଶୁଣି ଧର୍ମେନ୍ଦ୍ର ବାଧ୍ୟ ହୋଇ ଆଶାଙ୍କୁ ସବୁ ସତ କହିଥିଲେ । ଧର୍ମେନ୍ଦ୍ର କହିଥିଲେ ଯେ ମୁହଁରୁ ମଦ ଗନ୍ଧକୁ ଲୁଚାଇବାକୁ ଯାଇ ତାଙ୍କୁ ପିଆଜ ଖାଇ ଆସିବାକୁ ପଡ଼ୁଛି ।
ଆଶାଜୀ ତାଙ୍କୁ ମଦ ନ ପିଇ ଆସିବାକୁ ଅନୁରୋଧ କରିଥିଲେ । ଫଳରେ ଧର୍ମେନ୍ଦ୍ର ଆଶାଜୀଙ୍କ କଥା ରଖିଥିଲେ ଓ ସେହି ଦିନ ଠାରୁ ‘ଆଏ ଦିନ ବହାର କେ’ ସୁଟିଂ ସେଟକୁ ମଦ ପିଇ ଆସି ନଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.