ଧରତୀପୁତ୍ର ନନ୍ଦିନୀ ଫେମ ଅଭିନେତା ଅମନ ଜୟସୱାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍ ଧକ୍କା ଦେଲା ଟ୍ରକ୍

ଟିଭି ଇଣ୍ଡଷ୍ଟ୍ରୀ ପାଇଁ ଦୁଃଖଦ ଖବର । ଧରତୀପୁତ୍ର ନନ୍ଦିନୀ ଫେମ ଅଭିନେତା ଅମନ ଜୟସୱାଲଙ୍କ ସଡ଼କ ଦୁର୍ଘଟଣାରେ ଜୀବନ ଚାଲିଯାଇଛି । ମୁମ୍ବାଇର ଜୋଗେଶ୍ୱରୀ ରାସ୍ତାରେ ଏକ ସଡ଼କ ଦୁର୍ଘଟଣାରେ ଅମନ ଜୟସୱାଲ (୨୩)ଙ୍କ ମୃତ୍ୟୁ ହୋଇଛି । ଏକ ଟ୍ରକ ତାଙ୍କ ମୋଟର ସାଇକେଲକୁ ଧକ୍କା ଦେବାରୁ ଅଭିନେତାଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ସେ ଟିଭି ଧାରାବାହିକ “ଧରତୀପୁତ୍ର ନନ୍ଦିନୀ”ରେ ମୁଖ୍ୟ ଭୂମିକାରେ ନଜର ଆସନ୍ତି । ଆମ୍ବୋଲି ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ଦୁର୍ଘଟଣା ପରେ ଜୟସୱାଲଙ୍କୁ କାମା ହସ୍ପିଟାଲକୁ ନିଆଯାଇଥିଲା ଯେଉଁଠାରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଟ୍ରକ୍ ଡ୍ରାଇଭରଙ୍କ ବିରୋଧରେ ଦ୍ରୁତଗତି ଏବଂ ଅବହେଳା କରି ଗାଡ଼ି ଚଲାଉଥିବା ପାଇଁ ଏକ ମାମଲା ରୁଜୁ କରାଯାଇଛି ଏବଂ ତଦନ୍ତ ଜାରି ରହିଛି ।

ଅମନଙ୍କ ମୃତ୍ୟୁରେ ଧରତୀପୁତ୍ର ନନ୍ଦିନୀର ସମସ୍ତ ଟିମ୍ ଶୋକରେ ବୁଡି ରହିଛି । ତାଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରୁଛନ୍ତି । ତେବେ ତାଙ୍କ ପରିବାର ତରଫରୁ କୌଣସି ବୟାନ ମିଳିନାହିଁ ।

ଏହାଛଡା ଟିଭି ଶୋ ପୁଣ୍ୟଶ୍ଳୋକ ଅହଲ୍ୟାବାଇ’ରେ ମଧ୍ୟ ଅମନ କାମ କରିଛନ୍ତି । ଏହି ଶୋ ୨୦୨୧ରେ ଆରମ୍ଭ କରି ୨୦୨୩ରେ ଶେଷ ହୋଇଥିଲା । ଅମନ ନିଜ କ୍ୟାରିଅର ଆରମ୍ଭ ମଡେଲିଂରୁ କରିଥିଲେ । ରବି ଦୁବେ ଏବଂ ସରଗୁନ ମେହତାଙ୍କ ଶୋ ‘ଉଡାରିୟା’ରେ ନଜର ଆସିଛନ୍ତି ।

 

View this post on Instagram

 

A post shared by Aman Jaiswal (@aman__jazz)

ଅମନ ବାଇକ୍ ଚଲାଇବାକୁ ଭଲ ପାଉଥିଲେ । ତେଣୁ ଯିବାଆସିବା ପାଇଁ ବାଇକ୍ ବ୍ୟବହାର କରନ୍ତି । ଇନଷ୍ଟାଗ୍ରାମରେ ବାଇକ୍ ଚଲାଉଥିବାର ଅନେକ ଭିଡିଓ ଅପଲୋଡ୍ କରିଛନ୍ତି । ସେ ଜଣେ ଭଲ ଗାୟକ ଥିଲେ । ଅନେକ ଥର ଗିଟାର ବଜାଉ ଥିବାର ଭିଡିଓ ଅପଲୋଡ ମଧ୍ୟ କରିଛନ୍ତି ।

Also Read : ବଲିଉଡ୍‌ ଅଭିନେତା ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ, ହସ୍ପିଟାଲରେ ଭର୍ତ୍ତି