ପୁରୁଷଙ୍କ ପ୍ରାଇଭେର୍ଟ ପାର୍ଟକୁ ନେଇ ଏମିତି କହିଲେ ଦିୟା ମିର୍ଜା, ସୋସିଆଲ ମିଡିଆରେ ହେଉଛି ପ୍ରବଳ ଭାଇରାଲ

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ନିଜ ସୁନ୍ଦରତା ଯୋଗୁ ଫ୍ୟାନ୍‌ଙ୍କ ହୃଦୟରେ ରାଜ୍‌ କରିଥାନ୍ତି। ତାଙ୍କ ସିମ୍ପଲିସିଟି ଯୋଗୁ ଦିୟା ନିଜ କ୍ୟାରିୟରରେ ଅନେକ ଫିଲ୍ମରେ କାମ କରିଛନ୍ତି। ଦିୟା ଏବେ ମାଲଦ୍ୱୀପରେ ଛୁଟି କାଟୁଛନ୍ତି, ଯାହାର ଫଟୋକୁ ଅଭିନେତ୍ରୀ ନିକଟରେ ସେୟାର କରିଥିଲେ। ଏବେ ଦିୟା ଏକ ଏମିତି ଟ୍ଵିଟ୍‌ କରିଛନ୍ତି, ଯାହା ସୋସିଆଲ ମିଡିଆରେ ପ୍ରବଳ ଭାଇରାଲ ହେଉଛି।

ଦିୟା ଟ୍ଵିଟ୍‌ ମାଧ୍ୟମରେ ପ୍ରଦୂଷଣ ଯୋଗୁ ହେଉଥିବା କ୍ଷତି ବିଷୟରେ କହିଛନ୍ତି। ଦିୟା ଏକ ଟ୍ଵିଟ୍‌ କରିଛନ୍ତି ଯେଉଁଥିରେ ସେ ରିସର୍ଚ୍ଚ ଉପରେ ଆଧାରିତ ଏକ ରିପୋର୍ଟକୁ ଟ୍ୟାଗ୍‌ କରି ଲେଖିଛନ୍ତି, ବୈଜ୍ଞାନିକଙ୍କୁ ନୂଆ ରିସର୍ଚ୍ଚରେ ଜଣାପଡ଼ିଛି ଯେ ପ୍ରଦୂଷଣ ଯୋଗୁ ପୁରୁଷଙ୍କ ପ୍ରାଇଭେର୍ଟ ପାର୍ଟ ଛୋଟ ହୋଇଯାଉଛି ଓ ଶୁକ୍ରାଣୁ ମଧ୍ୟ ହ୍ରାସ ପାଉଛି। ଏହି ରିପୋର୍ଟରେ ଟ୍ଵିଟ୍‌ କରି ଦିୟା ଲେଖିଛନ୍ତି- ‘ଏବେ ବୋଧେ ଦୁନିଆ କ୍ଲାଇମେଟ୍‌ କ୍ରାଇସିସ୍‌ ଓ ବାୟୁ ପ୍ରଦୂଷଣକୁ ଆଉ ଟିକେ ଗମ୍ଭୀରତାର ସହ ନେବ?’

ଦିୟାଙ୍କର ଏହି ଟ୍ଵିଟ୍‌ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି ଓ ଲୋକମାନେ ଏଥିରେ ପ୍ରବଳ ପ୍ରତିକ୍ରିୟା ଦେଉଛନ୍ତି। ଦିୟା ପରିବେଶ ପ୍ରଦୂଷଣକୁ ନେଇ ବେଶ୍‌ ସଚେତନ ଅଛନ୍ତି। ସେ ଏ ନେଇ ଟ୍ଵିଟ୍‌ ବି କରିଥାନ୍ତି।

ସୂଚନାଯୋଗ୍ୟ ଯେ ଫେବ୍ରୁଆରୀ ୨୦୨୧ରେ ଦିୟା ମିର୍ଜା ବିଜ୍‌ନେସ୍‌ମ୍ୟାନ୍‌ ବୈଭବ ରେଖୀଙ୍କୁ ବିବାହ କରିଛନ୍ତି। ଦିୟାଙ୍କର ଏହା ଦ୍ୱିତୀୟ ବିବାହ ଥିଲା ଓ ସେ ଅତି ସାଧାରଣ ଭାବେ ବିବାହ କରିଥିଲେ। ନିକଟରେ ସେ ସମୁଦ୍ରକୂଳରୁ ଫଟୋ ସେୟାର କରିଥିଲେ। ଫଟୋରେ ଦିୟାଙ୍କ ବୋଲ୍ଡ ଅନ୍ଦାଜ୍‌ ଦେଖିବାକୁ ମିଳିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.