ପୁଅ ଅବ୍ୟାନର ପ୍ରଥମ ଝଲକ ଦେଖାଇଲେ ଦିୟା ମିର୍ଜା,ବଲିଉଡ ଷ୍ଟାରଙ୍କ ରିଆକ୍ସନ ଥିଲା ଏମିତି କିଛି…..

ଦିୟା ମିର୍ଜା ହେଉଛନ୍ତି ବଲିଉଡର ଜଣେ ପ୍ରସିଦ୍ଧ ଅଭିନେତ୍ରୀ । ବର୍ତ୍ତମାନ ସମୟରେ ଏହି ସୁନ୍ଦରୀ ଜଣଙ୍କ ନିଜ ମାତୃତ୍ଵ ଲାଭ ବା ମଦର ହୁଡ଼ ଜର୍ଣ୍ଣିକୁ ଖୁବ ଉପଭୋଗ କରୁଥିବା ଦେଖାଦେଇଛି । ପ୍ରାୟ ସମୟରେ ଦିୟା ନିଜ ଗେଲ୍ହା ପୁଅ ଅବ୍ୟାନ ସହ ଫଟୋ ଉଠାଉଥିଲେ ମଧ୍ୟ କୌଣସି ନା କୌଣସି ଖୁବ ଚାଲାକିର ସହ ପୁଅର ମୁହଁକୁ ଲୁଚାଇ ଦିଅନ୍ତି । କିନ୍ତୁ ଏପଟେ ଫ୍ୟାନ୍ସ ମାନେ ଦିୟାଙ୍କ ପୁଅର ଏକ ଝଲକ ଦେଖିବା ପାଇଁ ପାଗଳ ପ୍ରାୟ ହୋଇଗଲେଣି । ଆଉ ସେଇଥିପାଇଁ ହୁଏତ ଆଉ ଫ୍ୟାନ୍ସ ମାନଙ୍କ ଡିମାଣ୍ଡକୁ ଏଡାଇ ନପାରି ଦିୟା ଶେଷରେ ପୁଅ ଅବ୍ୟାନର ଏକ ଝଲକ ଦେଖାଇଛନ୍ତି । ଏବେ ଦିୟା ସୋସିଆଲ ମିଡିଆରେ ନିଜ ପୁଅ ଅବ୍ୟାନର ଏକ ଫଟୋ ସେୟାର କରିଥିବାବେଳେ ବଲିଉଡ ସେଲିବ୍ରିଟି ମାନେ ବି ତାଙ୍କ ଉପରେ ଖୁବ ଭଲପାଇବା ବର୍ଷଉ ଥିବା ଦେଖାଦେଇଛି ।

dia son
pic credit: amar ujala

ପ୍ରକୃତରେ ଦିୟା ମିର୍ଜା ନିଜ ଅଫିସିଆଲ ଇନଷ୍ତ୍ରାଗ୍ରାମ ଆକାଉଣ୍ଟରେ ନିଜ ପୁଅର ଏକ ସିଙ୍ଗଲ ଫଟୋ ସେୟାର କରିଛନ୍ତି । କୁନି ପୁଅ ଅବ୍ୟାନ ଏକ ସୋଫା ଉପରେ ବସିଥିବା ଦେଖାଦେଉଥିବା ବେଳେ ସେ ଉପରକୁ ଅନାଇଛି । ଆଉ ନିଜ ଗାଲ ଉପରେ ଏକ ଆଙ୍ଗୁଠି ରଖିଛନ୍ତି ଅବ୍ୟାନ । ଏକ ଧଳା ରଙ୍ଗର ପୋଷାକରେ ଅବ୍ୟାନ ଖୁବ ଆକର୍ଷଣୀୟ ଦେଖାଯାଉଛି । ଫଟୋଟି ସହିତ ଏକ ସୁନ୍ଦର କ୍ୟାପ୍ସନ ଲେଖିଛନ୍ତି ଦିୟା ।

ସେ ଲେଖିଛନ୍ତି, “ଏକ ନୂଆ ମାଇଲ ଷ୍ଟୋନ, ଖୁବ ସାରା ପ୍ରେମ’ । ଆମ ପାଖରେ ଥିବାରୁ ତମକୁ ଅନେକ ଅନେକ ଧନ୍ୟବାଦ ।ଏହି ଫଟୋଟିକୁ ଦିୟା ସ୍ୱାମୀ ବୈଭବ ରେଖୀଙ୍କ ସହିତ ଟ୍ୟାଗ କରିଛନ୍ତି । ସେପଟେ ବଲିଉଡ ସେଲିବ୍ରିଟି ମାନେ ବି ଦିୟାଙ୍କ ପୁଅ ଉପରେ ନିଜ ନିଜ ଭଲ ପାଇବାକୁ ଭିନ୍ନ ଭିନ୍ନ ଭାଷା ଦେଇ ଲୁଟାଇଛନ୍ତି । ପ୍ରିୟଙ୍କା ଚୋପ୍ରା, ବିପଶା ବାସୁ, ତାହିଁରା କଶ୍ୟପଙ୍କ ବ୍ୟତୀତ ଅନ୍ୟ କଳାକାର ମାନେ ମେସେଜ ମାଧ୍ୟମରେ ନିଜ ଭଲପାଇବା ଜଣାଇଛନ୍ତି । ଅନେକ ଜଣ ତ ହାର୍ଟ ଇମୋଜୀ ସେୟାର କରିଛନ୍ତି । ସୂଚନା ଦେବା ଉଚିତ ହେବକି ୨୦୨୧ରେ ଦିୟା ଓ ବୈଭବଙ୍କର ବିବାହ ହୋଇଥିଲା | ଆଉ ଏହାର କିଛି ମାସ ପରେ ପୁଅ ଅବ୍ୟାନକୁ ଜନ୍ମ ଦେଇଥିଲେ ଦିୟା ।

Leave A Reply

Your email address will not be published.