ମା’ ହେବାକୁ ଯାଉଛନ୍ତି ଦିୟା ମିର୍ଜା, ଫଟୋରେ ଦେଖାଇଲେ ବେବି ବମ୍ପ୍‌

ବଲିଉଡ୍‌ ଅଭିନେତ୍ରୀ ଦିୟା ମିର୍ଜା ୧୫ ଫେବୃଆରୀରେ ନିଜ ବୟଫ୍ରେଣ୍ଡ ବୈଭବ ରେଖୀଙ୍କୁ ବିବାହ କରିଥିଲେ। ଏବେ ଏହି କପଲଙ୍କ ଘରକୁ ଆଉ ଏକ ଖୁସି ଖବର ଆସିବାକୁ ଅଛି। କଥାଟି ହେଉଛି, ଦିୟା ମିର୍ଜା ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ସେ ନିଜ ବେବି ବମ୍ପ୍‌ ଫ୍ଲଣ୍ଟ କରିବାକୁ ଯାଇ ସୋସିଆଲ ମିଡିଆରେ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ସେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ସେପଟେ ଦିୟାଙ୍କର ଏହି ପୋଷ୍ଟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ବିବାହର ଦେଢ଼ ମାସ ପରେ ହିଁ ସେ ପ୍ରେଗନାଣ୍ଟ ହେବାର ଖବର ନିଜେ ସୋସିଆଲ ମିଡିଆରେ ଦେଇଛନ୍ତି। ଫଟୋ ସହିତ ଦିୟା ସୁନ୍ଦର କ୍ୟାପସନ ମଧ୍ୟ ଲେଖିଛନ୍ତି।

କହି ରଖୁଛୁ, କିଛିଦିନ ତଳେ ଦିୟା ମିର୍ଜା ଓ ବୈଭବ ରେଖୀ ମାଳଦ୍ୱୀପରେ ହନିମୁନ ମନାଇବାକୁ ଯାଇଥିଲେ। ସେଠାରୁ କପଲଙ୍କର ବହୁତ ସୁନ୍ଦର ଫଟୋ ଭାଇରାଲ ହୋଇଥିଲା। ଖାସ୍‌ କଥା ହେଉଛି, ଏଥିରେ ଦିୟାଙ୍କ ସାବତ ଝିଅ ବି ନଜର ଆସିଥିଲେ। ସୂଚନାଥାଉ କି, ବୈଭବ ରେଖୀଙ୍କ ପୂର୍ବରୁ ଦିୟା ସାହିଲ ସଙ୍ଘାଙ୍କୁ ବିବାହ କରିଥିଲେ। କିନ୍ତୁ ୧୧ ବର୍ଷ ପରେ ଦୁହେଁ ଦୁହିଁଙ୍କଠାରୁ ଅଲଗା ହେବା ପାଇଁ ନିଷ୍ପତ୍ତି ନେଇଥିଲେ। ଦିୟା, ସାହିଲଙ୍କଠାରୁ ଅଲଗା ହେବା ନେଇ ୨୦୧୯ରେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

 

View this post on Instagram

 

A post shared by Dia Mirza (@diamirzaofficial)

Leave A Reply

Your email address will not be published.